ଆଶ୍ୱିନ ଶୁକ୍ଳ ପୁର୍ଣିମା ତିଥିରେ ଧନଦାତ୍ରୀ ମା ଗଜଲକ୍ଷ୍ମୀ ଧରାବତରଣ କରିଛନ୍ତି। ପବିତ୍ର ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ସହର ଓ ଗ୍ରାମାଞ୍ଚଳ। ମାଆଙ୍କ ଆଗମନରେ ଉତ୍ସବମୁଖର ସହର ବଜାର । ଓଡ଼ିଶାର ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ପାଇଁ ଗହଳଚହଳ। ସହରରେ ୪୧ଟି ମଣ୍ଡପରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା। ଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ କେନ୍ଦ୍ରାପଡ଼ା ସହର। ମାଆଙ୍କ ମସ୍ତକରେ ଶୋଭା ପାଉଛି ସୁନାର ମୁକୁଟ। ୪୭ ମଣ୍ଡପରେ ପୂଜା ଚାଲିଛି, ଶଙ୍ଖ ଘଣ୍ଟା ନାଦରେ ପ୍ରକମ୍ପିତ ହେଉଛି ଅଞ୍ଚଳ। ଏପଟେ ଅନୁଗୁଳରେ ଭଳିକି ଭଳି ତୋରଣ ଓ ପୂଜା ମଣ୍ଡପ ଆଲୋକ ମାଳାରେ ଝଲସୁଛି ।
ସାରା ରାଜ୍ୟରେ ପାର୍ବଣର ମାହୋଲ । ରାଜ୍ୟର ବିଭିନ୍ନ ସ୍ଥାନରେ ଧୁମଧାମରେ ଆରମ୍ଭ ହୋଇଛି ମାଆ ଜଗଲକ୍ଷ୍ମୀଙ୍କ ପୂଜା । ମା’ ଲକ୍ଷ୍ମୀଙ୍କ ଆଗମନ ପାଇଁ ଚଳଚଞ୍ଚଳ ଓଡ଼ିଶାର ବିଭିନ୍ନ ସହର ଓ ଗ୍ରାମାଞ୍ଚଳ । ସେପଟେ କୁମାର ପୂର୍ଣ୍ଣିମାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି । ଗାଁ ଦାଣ୍ଡରେ ଜମୁଛି ପଶା, କଉଡ଼ି ଖେଳ ।
ଆଶ୍ୱିନ ଶୁକ୍ଳ ପୁର୍ଣିମା ତିଥିରେ ଧନଦାତ୍ରୀ ମା ଗଜଲକ୍ଷ୍ମୀ ଧରାବତରଣ କରିଛନ୍ତି। ପବିତ୍ର ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ସହର ଓ ଗ୍ରାମାଞ୍ଚଳ। ମାଆଙ୍କ ଆଗମନରେ ଉତ୍ସବମୁଖର ସହର ବଜାର । ଓଡ଼ିଶାର ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ପାଇଁ ଗହଳଚହଳ। ସହରରେ ୪୧ଟି ମଣ୍ଡପରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା। ଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ କେନ୍ଦ୍ରାପଡ଼ା ସହର। ମାଆଙ୍କ ମସ୍ତକରେ ଶୋଭା ପାଉଛି ସୁନାର ମୁକୁଟ। ୪୭ ମଣ୍ଡପରେ ପୂଜା ଚାଲିଛି, ଶଙ୍ଖ ଘଣ୍ଟା ନାଦରେ ପ୍ରକମ୍ପିତ ହେଉଛି ଅଞ୍ଚଳ। ଏପଟେ ଅନୁଗୁଳରେ ଭଳିକି ଭଳି ତୋରଣ ଓ ପୂଜା ମଣ୍ଡପ ଆଲୋକ ମାଳାରେ ଝଲସୁଛି । ଅସ୍ତରଙ୍ଗରେ ଧୁମଧାମରେ ଚାଲିଛି ଗଜଲକ୍ଷ୍ମୀ ପୂଜା। ମନ୍ତ୍ର ଧ୍ୱନିରେ କମ୍ପି ଉଠୁଛି ସୁସଜ୍ଜିତ ପୂଜାମଣ୍ଡପ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ବ୍ରାହ୍ମଣବିଲ୍ ଗାଁରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଉତ୍ସବମୁଖର।
ଖୋର୍ଦ୍ଧା ବାଲିଅନ୍ତାରେ କୁମାର ପୂର୍ଣ୍ଣିମା ଉତ୍ସବ ପୂର୍ବରୁ ଧୁମଧାମରେ ପାଳିତ ହୋଇଛି କୁମାରୀ ବିବାହ ଉତ୍ସବ। ଶଙ୍ଖ ଓ ମହିଳାଙ୍କ ହୁଳହୁଳି ଶବ୍ଦରେ ଉଛୁଳି ପଡ଼ୁଥିବା ଗାଁ ଗା ଦାଣ୍ଡ। କ୍ଷେତ୍ରପାଳୀ ଠାକୁରାଣୀଙ୍କ ନିକଟରେ ଦିଅଁ ମଙ୍ଗୁଳା ଵିଧି ପରେ ରୀତିନୀତିରେ ଜ୍ୱାଇଁ ବାଟ ବରଣ ସହ ମନ୍ତ୍ରୋପାଠ ପୂର୍ବକ ବର କନ୍ୟାଙ୍କ ହାତଗଣ୍ଠି ପଡ଼ିଥିଲା । ସେପଟେ କୁମାର ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ବ୍ରହ୍ମପୁର ସହର। ଘରେ ଘରେ ଜମିଛି ତାସ, ପାଲି ଗୁଡ଼ି, ପଶା, କଉଡ଼ି, ବୋହୁଚୋରି, ପୁଚି ଖେଳ। ନୂଆ ପୋଷାକ ପିନ୍ଧି କୁମାରୀମାନେ ଖୁସି ମନାଉଛନ୍ତି। ସଂଧ୍ୟାରେ ଜହ୍ନିଓଷା ସହ ଚାନ୍ଦ ପୂଜା ପରମ୍ପରା ରହିଛି । କୁମାର ପୂର୍ଣ୍ଣିମା ଅବସରରେ ବିଭିନ୍ନ ସ୍ଥାନ କୁମାରୀ ଝିଅ ପାଳନ କରିଛନ୍ତି ଜହ୍ନି ଓଷା । ଗୋଟିଏ ସ୍ଥାନରେ ମାଟିର ଚଉଁରା ନିର୍ମାଣ କରି ମା ବୃନ୍ଦାବତି ଙ୍କୁ ସ୍ଥାପନ କରି ଓଷା କରି ମଙ୍ଗଳ ମନାସିଛନ୍ତି ।

