ପୁରୀ କୃଷ୍ଣପ୍ରସାଦରେ ଚାଷୀଙ୍କ ଆତ୍ମହତ୍ୟା ଘଟଣା, ସୁଇସାଇଡ ନୋଟ ଖୋଲିଲା ସବୁ ଗୁମର

ଫାଣ୍ଡି ବାବୁ ମୋତେ ମାନସିକ ଯନ୍ତ୍ରଣା ଦେଲେ… ମୋ କଥା କେହି ଶୁଣିଲେ ନାହିଁ… ମୁଁ ନିରୁପାୟ ହୋଇ ଜୀବନ ହାରୁଛି… ଏତେ ଲୋକ କଣ ପାଇଁ ମୋର ଶତ୍ରୁ ହେଲେ ମୁଁ ଜାଣିପାରୁନି… ପିଲାଙ୍କୁ କହିବୁ ମୋତେ କ୍ଷମା କରିଦେବେ… ।… ଶେଷ ନିଷ୍ପତ୍ତି ନେବା ଆଗରୁ ଇଏ ଜଣେ ଚାଷୀଙ୍କ ସ୍ତ୍ରୀକୁ ଶେଷ ଚିଠି ।… ଜୀବନ ହାରିଛନ୍ତି ଚିଲିକା ଟାପୁରେ ଥିବା ଗୁରୁବାଇ ଗାଁର ଚିଙ୍ଗୁଡ଼ି ଚାଷୀ ପଞ୍ଚାନନ ସିଠ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ, ବାରମ୍ୱାର ଅଭିଯୋଗ ପରେ ବି ନଶୁଣିବାରୁ ଏବଂ ଲାଞ୍ଚ ନେବା ପରେ ବି ଆହୁରି ଅଧିକ ଟଙ୍କା ମାଗିବାରୁ, ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଅସହ୍ୟ ହେଲା ଫାଣ୍ଡିବାବୁଙ୍କ ଦୌରାତ୍ମ୍ୟ । ବାରମ୍ବାର ଅଭିଯୋଗ ପରେ ବି ନ ଶୁଣିବାରୁ ଚିଙ୍ଗୁଡ଼ି ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ। ଚିଲିକା ଟାପୁରେ ଥିବା ଗୁରୁବାଇ ଗାଁର ପଞ୍ଚାନନ ସିଠ ଟ୍ରେନ ଲାଇନରେ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ପୁରୀ କୃଷ୍ଣପ୍ରସାଦରେ ଏହାକୁ ନେଇ ଉତ୍ତେଜନା ଦେଖାଦେବା ପରେ, ସମ୍ପୃକ୍ତ ଫାଣ୍ଡି ଅଧିକାରୀଙ୍କୁ ସେଠାରୁ ବିଦା କରାଯାଇଛି । 

ଫାଣ୍ଡି ବାବୁ ମୋତେ ମାନସିକ ଯନ୍ତ୍ରଣା ଦେଲେ… ମୋ କଥା କେହି ଶୁଣିଲେ ନାହିଁ… ମୁଁ ନିରୁପାୟ ହୋଇ ଜୀବନ ହାରୁଛି… ଏତେ ଲୋକ କଣ ପାଇଁ ମୋର ଶତ୍ରୁ ହେଲେ ମୁଁ ଜାଣିପାରୁନି… ପିଲାଙ୍କୁ କହିବୁ ମୋତେ କ୍ଷମା କରିଦେବେ… ।… ଶେଷ ନିଷ୍ପତ୍ତି ନେବା ଆଗରୁ ଇଏ ଜଣେ ଚାଷୀଙ୍କ ସ୍ତ୍ରୀକୁ ଶେଷ ଚିଠି ।… ଜୀବନ ହାରିଛନ୍ତି ଚିଲିକା ଟାପୁରେ ଥିବା ଗୁରୁବାଇ ଗାଁର ଚିଙ୍ଗୁଡ଼ି ଚାଷୀ ପଞ୍ଚାନନ ସିଠ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ, ବାରମ୍ୱାର ଅଭିଯୋଗ ପରେ ବି ନଶୁଣିବାରୁ ଏବଂ ଲାଞ୍ଚ ନେବା ପରେ ବି ଆହୁରି ଅଧିକ ଟଙ୍କା ମାଗିବାରୁ, ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ରେଳ ଧାରଣାରୁ ଉଦ୍ଧାର ହୋଇଛି ତାଙ୍କ ରକ୍ତଜୁଡ଼ୁବୁଡ଼ୁ ମରଶରୀର । ତେବେ ପରିବାର ଲୋକେ ତାଙ୍କ ସୁଇସାଇଡ୍ ନୋଟ୍ ପାଇବା ପରେ, ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଯେଉଁ ଥାନା ଅଧୀନସ୍ଥ ଫାଣ୍ଡିରୁ ବଞ୍ଚିଥିବା ବେଳେ ନ୍ୟାୟ ମିଳିଲାନି, ସେଇ କୃଷ୍ଣପ୍ରସାଦ ଥାନା ଆଗରେ ପଞ୍ଚାନନଙ୍କ ମୃତଦେହ ରଖି ଧାରଣା ଦେଇଥିଲେ ଲୋକେ ।.. 

 ଲିଜ୍‌ ସୂତ୍ରରେ ଆଣିଥିବା ଫାର୍ମରେ ଚିଙ୍ଗୁଡ଼ି ଓ କଙ୍କଡ଼ା ଯାଆଁଳକୁ ନେଇ ମହାଜନ ଦିଲୀପ ପଲେଇ ଓ ଚାଷୀ ପଞ୍ଚାନନଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ମାମଲାରେ ମୁଣ୍ଡ ପୂରାଇଥିଲେ ଫାଣ୍ଡି ଅଧିକାରୀ । ପଞ୍ଚାନନଙ୍କ ଲେଖିବା ଅନୁସାରେ, ଫାଣ୍ଡିବାବୁ ତାଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ । କିନ୍ତୁ ଦିଲୀପଙ୍କ ଠାରୁ ୫୦ ହଜାର ଟଙ୍କା ନେଇ ତାଙ୍କୁ ମାନସିକ ଯନ୍ତ୍ରଣା ଦେଉଥିଲେ। ଏଥିରେ ଅତିଷ୍ଠ ହୋଇ ଚରମ ନିଷ୍ପତ୍ତି ନେଇଥିବା ଚିଠିରେ ଲେଖିଛନ୍ତି ପଞ୍ଚାନନ ।.. ଏପଟେ ଲୋକଙ୍କ ଅସନ୍ତୋଷ ଓ ଉତ୍ତେଜନା ବଢ଼ିବା ପରେ, ପୁରୀ ଏସ୍‌ଡିପିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି । ଏଥିସହ ଫାଣ୍ଡି ଅଧିକାରୀ ମନୋରଞ୍ଜନ ଦାସ ନୂଆପଡ଼ା ଫାଣ୍ଡିରୁ ବିଦା ହୋଇଛନ୍ତି । ତାଙ୍କୁ ଜିଲ୍ଲା ମୁଖ୍ୟ କାର୍ୟ୍ୟାଳୟକୁ ବଦଳି କରାଯାଇଛି ।  କେଉଁଠି ପ୍ରକୃତି ଦାଉ ସାଧୁଛି, କେଉଁଠି ମହାଜନ, ଆଉ କେଉଁଠି ପୁଲିସ ବାବୁ । ହେଲେ ବାରମ୍ୱାର ବଳି ପଡ଼ୁଛି ନିରୀହ ଚାଷୀ ।

Leave a Reply

Your email address will not be published. Required fields are marked *