କମନୱେଲ୍ଥ ବିଜେତାଙ୍କୁ ମୋଦୀଙ୍କ ସମ୍ମାନ! ଖେଳାଳିଙ୍କୁ ଭେଟି ଦେଲେ ବଡ଼ ମନ୍ତ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନିଜ ଆବାସ ୭ ଲୋକ କଲ୍ୟାଣ ମାର୍ଗରେ କମନୱେଲ୍ଥ ଗେମ୍ସ ୨୦୨୬ରେ ପଦକ ଜିତିଥିବା ଭାରତୀୟ ଖେଳାଳିମାନଙ୍କୁ ଭେଟି ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନିଜ ଆବାସ ୭ ଲୋକ କଲ୍ୟାଣ ମାର୍ଗରେ କମନୱେଲ୍ଥ ଗେମ୍ସ ୨୦୨୬ରେ ପଦକ ଜିତିଥିବା ଭାରତୀୟ ଖେଳାଳିମାନଙ୍କୁ ଭେଟି ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଭେଟ ସମୟରେ ସ୍ୱର୍ଣ୍ଣ ପଦକ ବିଜେତା ବକ୍ସର ସାକ୍ଷୀ ଚୌଧୁରୀଙ୍କ ସମେତ ଅନ୍ୟ ପଦକ ବିଜେତା ଖେଳାଳିମାନେ ଉପସ୍ଥିତ ଥିଲେ । ଏକ ଭିଡିଓରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଯୋ ଖେଲେଗା, ୱୋ ଖିଲେଗା । ସବୁବେଳେ ଭାରତ ପାଇଁ ଉତ୍ସାହିତ କରନ୍ତୁ । ଭାରତ ମାତା କୀ ଜୟ!”

ଗ୍ଲାସଗୋରେ ଅନୁଷ୍ଠିତ କମନୱେଲ୍ଥ ଗେମ୍ସ ୨୦୨୬ରେ ଭାରତ ୧୩ଟି ସ୍ୱର୍ଣ୍ଣ ସହ ମୋଟ ୩୯ଟି ପଦକ ଜିତି ଚତୁର୍ଥ ସ୍ଥାନରେ ରହିଥିଲା । ଭାରତ ୧୭ଟି ରୌପ୍ୟ ଓ ୯ଟି କାଂସ୍ୟ ପଦକ ମଧ୍ୟ ହାସଲ କରିଥିଲା । ବକ୍ସିଂରେ ଭାରତୀୟ ଖେଳାଳିମାନେ ରେକର୍ଡ ୧୦ଟି ପଦକ ଜିତିଥିଲେ, ଯେଉଁଥିରେ ୭ଟି ସ୍ୱର୍ଣ୍ଣ ପଦକ ରହିଛି ।

ପ୍ରଧାନମନ୍ତ୍ରୀଙ୍କ ସହ ଏହି ଭେଟ ସମୟରେ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିୟା ମଧ୍ୟ ଉପସ୍ଥିତ ଥିଲେ । ପରେ ମୋଦୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, “କମନୱେଲ୍ଥ ଗେମ୍ସ ୨୦୨୬ର ଆମର ଉତ୍କୃଷ୍ଟ ପଦକ ବିଜେତାମାନଙ୍କୁ ୭ ଲୋକ କଲ୍ୟାଣ ମାର୍ଗରେ ଆତିଥ୍ୟ ଦେଇ ଖୁସି ଲାଗୁଛି। ସେମାନଙ୍କ ଅଭିଜ୍ଞତା ଶୁଣିଲି । ପ୍ରତ୍ୟେକେ ନିଜର ଅସାଧାରଣ ପ୍ରଦର୍ଶନ ଦ୍ୱାରା ଦେଶକୁ ଗର୍ବିତ କରିଛନ୍ତି। ସେମାନଙ୍କ ସଫଳତା ଅନେକ ଯୁବକଙ୍କୁ ପ୍ରେରଣା ଦେବ ।”

ଏହି ଭେଟକୁ ନେଇ ବକ୍ସର ସାକ୍ଷୀ ଚୌଧୁରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ଭେଟି ସେମାନେ ଗର୍ବିତ ଅନୁଭବ କରୁଛନ୍ତି । ପ୍ରଧାନମନ୍ତ୍ରୀ ବହୁତ ବିନମ୍ର ଏବଂ ଖେଳାଳିମାନଙ୍କ ସହ ତାଙ୍କର ଆଲୋଚନା ଅତ୍ୟନ୍ତ ପ୍ରେରଣାଦାୟକ ଥିଲା ବୋଲି ସେ କହିଛନ୍ତି । ଏହି ଭେଟ ଦେଶର ଖେଳାଳିମାନଙ୍କ ପାଇଁ ଏକ ବଡ଼ ପ୍ରେରଣାର ଉତ୍ସ ହୋଇଛି ।

Leave a Reply

Your email address will not be published. Required fields are marked *