କଟକ ସହରରେ ଲଗାଣ ବର୍ଷା ଜାରି ରହିଛି । ଦୁଇ ଦିନ ଧରି ଚାଲୁଥିବା ଏହି ବର୍ଷାର ପ୍ରଭାବ କଟକ ବଡ଼ ମେଡିକାଲ ପରିସରରେ ଗୁରୁତର ସମସ୍ୟା ସୃଷ୍ଟି କରିଛି । ମେଡିକାଲର ବିଭିନ୍ନ ଅଞ୍ଚଳରେ ବର୍ଷା ପାଣି ଜମା ହୋଇ ରହିଥିବାରୁ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଅସୁବିଧାରେ ପଡ଼ୁଛନ୍ତି ।
କଟକ ସହରରେ ଲଗାଣ ବର୍ଷା ଜାରି ରହିଛି । ଦୁଇ ଦିନ ଧରି ଚାଲୁଥିବା ଏହି ବର୍ଷାର ପ୍ରଭାବ କଟକ ବଡ଼ ମେଡିକାଲ ପରିସରରେ ଗୁରୁତର ସମସ୍ୟା ସୃଷ୍ଟି କରିଛି । ମେଡିକାଲର ବିଭିନ୍ନ ଅଞ୍ଚଳରେ ବର୍ଷା ପାଣି ଜମା ହୋଇ ରହିଥିବାରୁ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଅସୁବିଧାରେ ପଡ଼ୁଛନ୍ତି । କିଛି ୱାର୍ଡ ଓ ଚଳାଚଳ ରାସ୍ତାରେ ପାଣି ଜମି ଥିବାରୁ ଯାତାୟାତ ମଧ୍ୟ ବ୍ୟାହତ ହୋଇଛି ।
ଡ୍ରେନ ସଫା ଠିକ୍ ଭାବେ ହୋଇନଥିବାରୁ ବର୍ଷା ପାଣି ସଠିକ ଭାବେ ନିଷ୍କାସନ ହେଉନାହିଁ ବୋଲି ଅଭିଯୋଗ ହେଉଛି । ଫଳରେ ମେଡିକାଲ ପରିସରରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ରୋଗୀମାନେ ଚିକିତ୍ସା ସେବା ସହ ଦୈନନ୍ଦିନ ଯାତାୟାତରେ ମଧ୍ୟ କଷ୍ଟଭୋଗ କରୁଛନ୍ତି । ପ୍ରଶାସନ ପକ୍ଷରୁ ଶୀଘ୍ର ଡ୍ରେନ ସଫାଇ ଓ ପାଣି ନିଷ୍କାସନ ବ୍ୟବସ୍ଥା କରିବାକୁ ଦାବି ଉଠିଛି ।

