ଏବେ ଉତ୍ତରପ୍ରଦେଶ କ୍ୟାଡରର ବରିଷ୍ଠ ଆଇପିଏସ୍‌ ଅଧିକାରୀ ସୁଜିତ ପାଣ୍ଡେ : ଜାଣନ୍ତୁ ତାଙ୍କ ବିଷୟରେ….

ଦେଶର ପ୍ରତିଷ୍ଠିତ ପୁଲିସ ତାଲିମ ପ୍ରତିଷ୍ଠାନର ଦାୟିତ୍ବ ଏବେ ଉତ୍ତରପ୍ରଦେଶ କ୍ୟାଡରର ବରିଷ୍ଠ ଆଇପିଏସ୍‌ ଅଧିକାରୀ ସୁଜିତ ପାଣ୍ଡେଙ୍କ ହାତରେ ରହିବ।‌ କେନ୍ଦ୍ର ସରକାର ତାଙ୍କୁ ହାଇଦ୍ରାବାଦ୍‌ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ରାଷ୍ଟ୍ରୀୟ ପୁଲିସ ଏକାଡେମୀ (SVPNPA)ର ନୂଆ ନିର୍ଦ୍ଦେଶକ ନିଯୁକ୍ତି ଦେଇଛି।

ଦେଶର ପ୍ରତିଷ୍ଠିତ ପୁଲିସ ତାଲିମ ପ୍ରତିଷ୍ଠାନର ଦାୟିତ୍ବ ଏବେ ଉତ୍ତରପ୍ରଦେଶ କ୍ୟାଡରର ବରିଷ୍ଠ ଆଇପିଏସ୍‌ ଅଧିକାରୀ ସୁଜିତ ପାଣ୍ଡେଙ୍କ ହାତରେ ରହିବ।‌ କେନ୍ଦ୍ର ସରକାର ତାଙ୍କୁ ହାଇଦ୍ରାବାଦ୍‌ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ରାଷ୍ଟ୍ରୀୟ ପୁଲିସ ଏକାଡେମୀ (SVPNPA)ର ନୂଆ ନିର୍ଦ୍ଦେଶକ ନିଯୁକ୍ତି ଦେଇଛି। ତିନି ଦଶନ୍ଧିରୁ ଅଧିକ ସମୟ ଧରି ପୁଲିସ କ୍ୟାରିୟରରେ ଉତ୍ତରପ୍ରଦେଶର ଅନେକ ଗୁରୁତ୍ବପୂର୍ଣ୍ଣ ଜିଲ୍ଲାରେ ଆଇନ-ବ୍ୟବସ୍ଥାର ଦାୟିତ୍ବ ନେବା ଠାରୁ ସିବିଆଇ ଭଳି କେନ୍ଦ୍ରୀୟ ସଂସ୍ଥାରେ କାମ କରିଥିବା ସୁଜିତ ପାଣ୍ଡେ ଏବେ ଦେଶବ୍ୟାପୀ ଆଇପିଏସ୍‌ ଅଧିକାରୀଙ୍କୁ ତାଲିମ ଦେବାର ଦାୟିତ୍ବବହନ କରି‌ବେ। 

ସୁଜିତ ପାଣ୍ଡେ କିଏ?
ଆଇପିଏସ୍‌ ସୁଜିତ ପାଣ୍ଡେ ୧୯୬୮ ଅଗଷ୍ଟ ୧ ତାରିଖରେ ବିହାରର ରାଜଧାନୀ ପାଟନାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପରିବାର ପ୍ରଶାସନିକ ପୃଷ୍ଠଭୂମି ସହିତ ଜଡ଼ିତ। ତାଙ୍କର ବାପା ନରେନ୍ଦ୍ର କୁମାର ପାଣ୍ଡେ ବିହାର କ୍ୟାଡରର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ଥିଲେ। ପ୍ରଶାସନିକ ପରିବେଶରେ ଛୋଟରୁ ବଡ଼ ହୋଇଥିବାରୁ ସୁଜିତ ପାଣ୍ଡେ ମଧ୍ୟ ସିଭିଲ ସେବାରେ ନିଜର କ୍ୟାରିୟର କରିବାକୁ ମନ ବଳାଇଥିଲେ। 

ଶିକ୍ଷାଗତ ଯୋଗ୍ୟତା
ସୁଜିତ ପାଣ୍ଡେ ଇତିହାସ ବିଷୟରେ ସ୍ନାତକୋତ୍ତର ପାଠ ପଢ଼ିଛନ୍ତି। ଏମ୍‌ଏ ପାଠ୍ୟକ୍ରମ ପୂରା ହେଲା ପରେ ସେ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ବାରା ପରିଚାଳିତ ସିଭିଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ୧୯୯୪ ସେପ୍ଟେମ୍ବର ୪ ତାରିଖରେ ଭାରତୀୟ ପୁଲିସ ସେବା (ଆଇପିଏସ୍‌)ରେ ଯୋଗ ଦେଇଥିଲେ। ତାଙ୍କୁ ଉତ୍ତରପ୍ରଦେଶ କ୍ୟାଡର ବଣ୍ଟା ଯାଇଥିଲା। ୧୯୯୬ରେ ତାଙ୍କର ନିଯୁକ୍ତି ସୁନିଶ୍ଚିତ କରାଯାଇଥିଲା। ଏହା ପରେ ତାଙ୍କୁ ବରିଷ୍ଠ ଟାଇମ୍‌ ସ୍କେଲ, ସିଲେକ୍‌ସନ ଗ୍ରେଡ ଠାରୁ ଆରମ୍ଭ କରି ଭିନ୍ନଭିନ୍ନ ପଦବିରେ ନିଯୁକ୍ତି କରାଯାଇଥିଲା। 

Leave a Reply

Your email address will not be published. Required fields are marked *