ଏଆଇୟୁ ବିଶ୍ବ ଡୋପିଂ ଅପରାଧରେ ଭାରତ ପୁଣି ଶୀର୍ଷରେ

ଚଳିତ ବର୍ଷ ଏପ୍ରିଲ୍‌ରେ ‌ଏହି ମାମଲାରେ କେନିଆକୁ ଭାରତ ପ୍ରଥମଥର ଟପିଥିଲା। ଏଆଇୟୁ ଚଳିତ ବର୍ଷ ଆରମ୍ଭରେ, ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍‌ଆଇ)କୁ ‘ବି’ ବର୍ଗରୁ ‘ଏ’କୁ ଆଣିଥିଲା।

 ଦୌଡ଼କୁଦ ଇଣ୍ଟଗ୍ରିଟି ୟୁନିଟ୍‌ (ଏଆଇୟୁ)ର ଡୋପିଂ ଅପରାଧୀ ବିଶ୍ବ ତାଲିକାରେ ଭାରତ ପୂର୍ବ ପରି ଶୀର୍ଷ ସ୍ଥାନ ଦଖଲ କରିଛି। ସଂପ୍ରତି ୧୬୨ ଜଣ ଆଥ୍‌ଲେ୍‌ଟ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗୁଛନ୍ତି। ଯାହା ଦୋର ଆଣ୍ଟି-ଡୋପିଂ ଲାଗି ଏକ ଆହ୍ବାନ ହୋଇଛି। ଏହି ତାଲିକାରେ କେନିଆ (୧୪୮) ଦ୍ବିତୀୟରେ ଥିଲା ବେଳେ ରୁଷିଆ (୬୦) ତୃତୀୟ ସ୍ଥାନରେ ରହିଛି। ଏଆଇୟୁରଏହି ତାଲିକାରେ କେବଳ ଡୋପିଂ ଅପରାଧ ପାଇଁ ନିଷେଧ ହୋଇଥିବା ଖେଳାଳି ନାହାନ୍ତି ଏଥିରେ ନନ୍-ଡୋପିଂ ନିୟମ ଉଲ୍ଲଂଘନ କରି ନିଲମ୍ବିତ ହୋଇଥିବ ଖେଳାଳି ବି ରହିଛନ୍ତି। 

ଚଳିତ ବର୍ଷ ଏପ୍ରିଲ୍‌ରେ ‌ଏହି ମାମଲାରେ କେନିଆକୁ ଭାରତ ପ୍ରଥମଥର ଟପିଥିଲା। ଏଆଇୟୁ ଚଳିତ ବର୍ଷ ଆରମ୍ଭରେ, ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍‌ଆଇ)କୁ ‘ବି’ ବର୍ଗରୁ ‘ଏ’କୁ ଆଣିଥିଲା। ଯାହା ବିଶ୍ବ ଦୌଡ଼କୁଦର ଆଣ୍ଟି ଡୋପିଂ ନିୟମର ସବୁଠୁ ଖରାପ ବର୍ଗ। ୨୦୨୨ରୁ ୨୦୨୫ ପର୍ଯ୍ୟନ୍ତ ଭାରତ ଦୌଡ଼କୁଦରେ ଅଣ୍ଟି-ଡୋପିଂ ନିୟମ ଉଲ୍ଲଂଘନ‌ରେ ଶ୍ରେଷ୍ଠ ଦୁଇ ଦେଶ ମଧ୍ୟରେ ରହିବାରୁ ଏଆଇୟୁ ଏଭଳି ପଦ‌କ୍ଷେପ ନେଇଥିଲା। ୨୦୨୨ରେ ୪୮, ୨୦୨୩ରେ ୬୩, ୨୦୨୪ରେ ୭୧ ଓ ୨୦୨୫ରୁ ଏପର୍ଯ୍ୟନ୍ତ ୩୦ ଜଣ ଭାରତୀୟ ଆଥ୍‌ଲେଟ୍‌ ଦଣ୍ଡିତ ହୋଇସାରିଲେଣି। ଏଆଇୟୁ ହେଉଛି ବିଶ୍ବ ଦୌଡ଼କୁଦର ଏକ ସ୍ବାଧୀନ ସଂସ୍ଥା। ଏହି ସଂସ୍ଥା ଅନ୍ତର୍ଜାତୀୟ ଆଥଲେଟ୍ ଏବଂ ସେମାନଙ୍କ ସହାୟକ କର୍ମଚାରୀଙ୍କ ସହିତ ଜଡିତ ଡୋପିଂ ନିରୋଧୀ ମାମଲା ତଦାରଖ କରିଥାଏ।

Leave a Reply

Your email address will not be published. Required fields are marked *