ଇଣ୍ଡିଆନ ପବ୍ଲିକ ସ୍କୁଲରେ  ପଦବୀ  ପ୍ରଦାନ ସମାରୋହ

ଏହି ସମାରୋହରେ ପୂର୍ବତନ ସହକାରୀ ଜିଲ୍ଲାପାଳ ଶ୍ରୀ ସୀତାଂଶୁ  ତ୍ରିପାଠୀ ଓ କୈଳାସ ଅଗ୍ରୱାଲ  ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଉତ୍ସବର ପ୍ରାରମ୍ଭରେ ପାରମ୍ପରିକ ରୀତିରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ।

ଇଣ୍ଡିଆନ ପବ୍ଲିକ ସ୍କୁଲ, କ୍ଷେତ୍ରରାଜପୁର, ସମ୍ବଲପୁର ପକ୍ଷରୁ ୨୦୨୬-୨୦୨୭ ଶିକ୍ଷା ବର୍ଷ ପାଇଁ ଅଧିକାର ପ୍ରଦାନ ସମାରୋହ (INVESTITURE CEREMONY) ବିଦ୍ୟାଳୟ ପ୍ରେକ୍ଷାଳୟରେ ଗରିମାମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ପୂର୍ବତନ ସହକାରୀ ଜିଲ୍ଲାପାଳ ଶ୍ରୀ ସୀତାଂଶୁ  ତ୍ରିପାଠୀ ଓ କୈଳାସ ଅଗ୍ରୱାଲ  ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଉତ୍ସବର ପ୍ରାରମ୍ଭରେ ପାରମ୍ପରିକ ରୀତିରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଏହାପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଏବଂ ମନୋରଞ୍ଜନଧର୍ମୀ ନୃତ୍ୟ ପରିବେଷଣ କରାଯାଇଥିଲା, ଯାହା ସେଠାରେ ଉପସ୍ଥିତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏହି ଅବସରରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ମଧ୍ୟ ବିତରଣ କରାଯାଇଥିଲା ।

ଏହି ସମାରୋହର ମୁଖ୍ୟ ଆକର୍ଷଣ ଥିଲା ବିଦ୍ୟାଳୟର ନୂତନ ଛାତ୍ର ସଂସଦ (STUDENT COUNCIL) ସଦସ୍ୟମାନଙ୍କ ନାମ ଘୋଷଣା। ସମସ୍ତ ନବନିର୍ବାଚିତ ପ୍ରତିନିଧିମାନଙ୍କୁ  ସେସ୍  (SASH) ଓ ବ୍ୟାଜ୍ (BADGE) ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହାପରେ ମୁଖ୍ୟ ଅତିଥି ଓ ମାନ୍ୟବର ପ୍ରଧାନ ଶିକ୍ଷକ ଶ୍ରୀ ସଚିନ୍ ସୁଧୀର ପାଠକ  ମଞ୍ଚରେ ଆନୁଷ୍ଠାନିକ ଭାବେ ବିଦ୍ୟାଳୟର ସର୍ବୋଚ୍ଚ ପଦବୀ “ହେଡ୍ ବୟ” ସାଇରାଜ୍ ରାଉତ (SAIRAJ ROUT) ଓ “ହେଡ୍ ଗର୍ଲ” ସୌମ୍ୟା ସ୍ୱରୂପା ମହନ୍ତ (SOMYA SWARUPA MOHANTA) ଙ୍କ ନାମ ଘୋଷଣା କରିଥିଲେ ।

ବିଦ୍ୟାଳୟର ସମନ୍ୱୟ କର୍ତ୍ତା ଶ୍ରୀମତୀ ରଶ୍ମୀ ରେଖା  ପଣ୍ଡାଙ୍କ ପୌରୋହିତ୍ୟରେ ସମସ୍ତ ନୂତନ ସଦସ୍ୟମାନଙ୍କୁ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ସହ ନିଷ୍ଠାପର ଭାବେ କାର୍ଯ୍ୟ କରିବା ପାଇଁ ଶପଥ ପାଠ ଗ୍ରହଣ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଛାତ୍ରଛାତ୍ରୀମାନଙ୍କୁ ନେତୃତ୍ୱ, ଶୃଙ୍ଖଳା, ଦାୟିତ୍ୱବୋଧ ଓ ସେବା ମନୋଭାବର ଗୁରୁତ୍ୱ ବିଷୟରେ ଉଦ୍‌ବୋଧନ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସଚିନ୍ ସୁଧୀର ପାଠକ  ମଧ୍ୟ ନିଜ ଅଭିଭାଷଣରେ ନବନିର୍ବାଚିତ STUDENT COUNCIL ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ସମଗ୍ର କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ବିଭିନ୍ନ କମିଟିର ସଦସ୍ୟ, ଗୃହ ଶିକ୍ଷକ ଓ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *