ଇଞ୍ଜିନିୟରିଂଠୁ MBAରେ ଅଧିକ ଦରମା! ୨୦୨୬ ପ୍ଲେସମେଣ୍ଟରେ ବଡ଼ ଟ୍ରେଣ୍ଡ

ଇଞ୍ଜିନିୟରିଂ ଡିଗ୍ରୀଠାରୁ MBAକୁ ଅଧିକ ଦରମା । ୨୦୨୬ କ୍ୟାମ୍ପସ୍ ପ୍ଲେସମେଣ୍ଟରେ ନୂଆ ଟ୍ରେଣ୍ଡ ସାମ୍ନାକୁ ଆସିଛି । ଚାକିରି ବଜାରରେ କେବଳ ଟେକ୍ନିକାଲ୍ ଜ୍ଞାନ ନୁହେଁ, ଟେକ୍ନୋଲୋଜି ସହ ବ୍ୟବସାୟିକ ବୁଝାମଣା ଓ ନେତୃତ୍ୱ କ୍ଷମତା ଥିବା ପ୍ରାର୍ଥୀଙ୍କୁ କମ୍ପାନୀ ଅଧିକ ଗୁରୁତ୍ୱ ଦେଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ।

ଇଞ୍ଜିନିୟରିଂ ଡିଗ୍ରୀଠାରୁ MBAକୁ ଅଧିକ ଦରମା । ୨୦୨୬ କ୍ୟାମ୍ପସ୍ ପ୍ଲେସମେଣ୍ଟରେ ନୂଆ ଟ୍ରେଣ୍ଡ ସାମ୍ନାକୁ ଆସିଛି । ଚାକିରି ବଜାରରେ କେବଳ ଟେକ୍ନିକାଲ୍ ଜ୍ଞାନ ନୁହେଁ, ଟେକ୍ନୋଲୋଜି ସହ ବ୍ୟବସାୟିକ ବୁଝାମଣା ଓ ନେତୃତ୍ୱ କ୍ଷମତା ଥିବା ପ୍ରାର୍ଥୀଙ୍କୁ କମ୍ପାନୀ ଅଧିକ ଗୁରୁତ୍ୱ ଦେଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । Deloitte Indiaର Campus Workforce Trends 2026 ରିପୋର୍ଟ ଅନୁସାରେ, ୨୦୨୬ କ୍ଲାସ୍ ପାଇଁ MBA ଭୂମିକାର ହାରାହାରି ଦରମା ଇଞ୍ଜିନିୟରିଂ ଚାକିରି ତୁଳନାରେ ୫୨ ପ୍ରତିଶତ ଅଧିକ ରହିଛି।  ଆଉ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ତଫାତ ଆଗକୁ ଆହୁରି ବଢ଼ିପାରେ । ୨୦୨୭ରେ ପ୍ଲେସମେଣ୍ଟ ନେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ MBA ଭୂମିକାର ଦରମା ଇଞ୍ଜିନିୟରିଂ ଭୂମିକା ତୁଳନାରେ ୫୯ ପ୍ରତିଶତ ଅଧିକ ହେବ ବୋଲି ଆକଳନ କରାଯାଇଛି ।

୨୦୨୫ କ୍ଲାସ୍‌ରେ ମଧ୍ୟ MBA ଚାକିରିର ହାରାହାରି ଦରମା ଇଞ୍ଜିନିୟରିଂ ଚାକିରିଠାରୁ ୪୭ ପ୍ରତିଶତ ଅଧିକ ଥିଲା । ଅର୍ଥାତ୍‌, କ୍ୟାମ୍ପସ୍‌ ପ୍ଲେସମେଣ୍ଟରେ ମ୍ୟାନେଜମେଣ୍ଟ ଓ ଲିଡରସିପ୍‌ ସ୍କିଲ୍‌ର ମୂଲ୍ୟ ବଢ଼ୁଛି । Deloitte ପକ୍ଷରୁ ସର୍ଭେ କରାଯାଇଥିବା ୨୫୦ଟି ସଂସ୍ଥା ଟେକ୍ନୋଲୋଜି ସହ ବିଜନେସ୍‌କୁ ଯୋଡ଼ିପାରୁଥିବା ପ୍ରତିଭାକୁ ଅଧିକ ପସନ୍ଦ କରୁଥିବା କୁହାଯାଇଛି। ଅର୍ଥାତ୍‌, କେବଳ କୋଡିଂ କିମ୍ବା ଟେକ୍ନିକାଲ୍‌ ଜ୍ଞାନ ନୁହେଁ; ଟେକ୍ନୋଲୋଜିକୁ ବ୍ୟବସାୟିକ ଫଳାଫଳରେ ପରିଣତ କରିବାର ଦକ୍ଷତା ଏବେ ନିଯୁକ୍ତିଦାତାଙ୍କ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ।

Deloitteର ପାର୍ଟନର ନୀଲେଶ ଗୁପ୍ତାଙ୍କ କହିବା ଅନୁସାରେ, କମ୍ପାନୀଗୁଡ଼ିକ ଏଭଳି ପ୍ରଫେସନାଲ୍‌ଙ୍କୁ ଖୋଜୁଛନ୍ତି, ଯେଉଁମାନେ ଡିଜିଟାଲ୍‌ ଓ ଆନାଲିଟିକାଲ୍‌ ଦକ୍ଷତା ସହ ବ୍ୟବସାୟିକ ନିଷ୍ପତ୍ତି ନେବାର କ୍ଷମତା ରଖିଥିବେ । ରିପୋର୍ଟରେ ଆଉ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଶୀର୍ଷ ୧୦ଟି ବିଜନେସ୍‌ ସ୍କୁଲ୍‌ରେ ହାରାହାରି ବାର୍ଷିକ ଦରମା ୨୭.୪ ଲକ୍ଷ ଟଙ୍କା ଥିବା ବେଳେ, ଟିୟର୍-୩ ବିଜନେସ୍‌ ସ୍କୁଲ୍‌ରେ ଏହା ମାତ୍ର ୮.୪ ଲକ୍ଷ ଟଙ୍କା । ଅର୍ଥାତ୍‌ ଶୀର୍ଷ ବି-ସ୍କୁଲ୍‌ଗୁଡ଼ିକର ଛାତ୍ରଛାତ୍ରୀଙ୍କ ପ୍ୟାକେଜ୍‌ ଟିୟର୍-୩ କଲେଜ୍‌ ତୁଳନାରେ ୩ ଗୁଣରୁ ଅଧିକ ।

Leave a Reply

Your email address will not be published. Required fields are marked *