ଆସୁଛି ବାତ୍ୟା ଅର୍ଣ୍ଣବ, ରାଜ୍ୟ ସରକାର କରୁଛନ୍ତି ବଡ଼ ପ୍ରସ୍ତୁତି

 ବଂଗୋପସାଗର ଅଶାନ୍ତ ଥିବାରୁ ମସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ବାରଣ କରାଯାଇଛି। ଯେଉଁମାନେ ସମୁଦ୍ର ଭତରକୁ ଯାଇଥିଲେ ସେମାନେ ଉପକୂଳକୁ ଫେରି ଆସୁଛନ୍ତି। ଅସ୍ତରଂଗରେ ମାଛ ଧରାଡଙ୍ଗା, ଟ୍ରଲରକୁ କୂଳରେ ସୁରକ୍ଷିତ ସ୍ଥାନରେ ରଖିଛନ୍ତି। … ସେପଟେ ସୁରକ୍ଷା ଦୃଷ୍ଟିରୁ ଚିଲିକାରେ ୪ଦିନ ଡଙ୍ଗା ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। 

 ଆସୁଥିବା ବାତ୍ୟା ଅର୍ଣ୍ଣବ ଆନ୍ଧ୍ରମୁହାଁ ହୋଇଥିଲେ ବି ଓଡ଼ିଶା ଉପରେ ଏହାର ପ୍ରଭାବ ପଡିବ। ପାଣିପାଗ ବିଭାଗର ଆକଳନ ଅନୁସାରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ରାଜ୍ୟର ଅନ୍ୟ ସ୍ଥାନମାନଙ୍କରେ ବି ବର୍ଷା ହେବ। ଏଥିପାଇଁ ଆଇଏମଡି ପକ୍ଷରୁ ସତର୍କ କରାଯିବା ପରେ ତତ୍ପର ହୋଇଛନ୍ତି ଚାଷୀ। ମତ୍ସ୍ୟଜୀବୀ କୂଳକୁ ଫେରୁଛନ୍ତି।  ବଡ଼ ବର୍ଷା ଆସୁଥିବାର ଆକଳନ ପରେ ଛାନିଆ ହୋଇପଡିଛନ୍ତି ଚାଷୀ। ଅଧିକ ବର୍ଷା ହେଲେ ଫସଲ ନଷ୍ଟ ହେବା ଆଶଙ୍କାରେ  କଂଚା ଧାନ ଓ ମକାକୁ କାଟି ନେଉଛନ୍ତି।

ନବରଂଗପୁର… ମାଲକାନଗିରି.. ରାୟଗଡ଼ା.. ସାଲେପୁର… ଅସ୍ତରଂଗ… ପାଟକୁରା …. ନବରଙ୍ଗପୁର … ଫସଲ ଉଜୁଡ଼ିଯିବା ଆଶଙ୍କାରେ କ୍ଷେତରେ ଥିବା ଧାନ ଫସଲକୁ ଆଗୁଆ କାଟି ନେଉଛନ୍ତି ଚାଷୀ । ଖଳା କିମ୍ବା ଅନ୍ୟ ଉଚ୍ଚ ସ୍ଥାନରେ ସୁରକ୍ଷିତ ଭାବେ ରଖୁଛନ୍ତି। ।  ମାଲକାନଗିରି ରେ ବି ସମାନ ସ୍ଥିତି। ଧାନ ଅମଳ ଯୋଗ୍ୟ ହୋଇନଥିଲେ ବି କଂଚା ଓ ଅଧାପଚିଲା ଧାନକୁ ଘରକୁ କାଟି ନେଉଛନ୍ତ। ଧାନ କଟା ମେସିନ୍ ପାଖରେ ଚାଷୀଙ୍କ ଭିଡ଼ ଲାଗିଛି।  ରାୟଗଡ଼ା ଜିଲ୍ଲା ଆନ୍ଧ୍ର ଓଡ଼ିଶା ସୀମାନ୍ତ ଗାଁର ଦୃଶ୍ୟକୁ ଦେଖନ୍ତୁ। ବର୍ଷା ଡରରେ ମକା ତୋଳି ଆଣିଛନ୍ତି ଚାଷୀ। କଟକ ଜିଲ୍ଲା ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଂଚଳର ଚାଷୀ ବି ଚିନ୍ତାରେ 

 ବଂଗୋପସାଗର ଅଶାନ୍ତ ଥିବାରୁ ମସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ବାରଣ କରାଯାଇଛି। ଯେଉଁମାନେ ସମୁଦ୍ର ଭତରକୁ ଯାଇଥିଲେ ସେମାନେ ଉପକୂଳକୁ ଫେରି ଆସୁଛନ୍ତି। ଅସ୍ତରଂଗରେ ମାଛ ଧରାଡଙ୍ଗା, ଟ୍ରଲରକୁ କୂଳରେ ସୁରକ୍ଷିତ ସ୍ଥାନରେ ରଖିଛନ୍ତି। … ସେପଟେ ସୁରକ୍ଷା ଦୃଷ୍ଟିରୁ ଚିଲିକାରେ ୪ଦିନ ଡଙ୍ଗା ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। 

ଅନ୍ୟପଟେ ମୁକାବିଲା ପାଇଁ ଓଡ୍ରାଫ୍‌, ଏନଡିଆରଫ୍‌, ଅଗ୍ନିଶମ ବିଭାଗ ଭିନ୍ନ ଭିନ୍ନ ଯାଗାକୁ ଯାଇଛନ୍ତି। ଲୋକଙ୍କୁ ସ୍ଥାନାନ୍ତର ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ରିଲିଫ ସେଣ୍ଟର ଓ ଲୋକଙ୍କୁ ନେବା ଆଣିବା ପାଇଁ ଯାନବାହାନ ବି ପ୍ରସ୍ତୁତ ରହିଛି। ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କାମ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ। ବିଚଳିତ ନହୋଇ  ସତର୍କ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *