ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଶ୍ରୀକ୍ଷେତ୍ର ପୁରୀରେ ଆଜି ପାଳନ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପବିତ୍ର ବନକଲାଗି ନୀତି । ଏହି ସ୍ୱତନ୍ତ୍ର ଗୁପ୍ତ ସେବା ପାଇଁ ଆଜି ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ, ଅର୍ଥାତ୍ ପ୍ରାୟ ୫ ଘଣ୍ଟା ଧରି ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ ।

ଶ୍ରୀକ୍ଷେତ୍ର ପୁରୀରେ ଆଜି ପାଳନ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପବିତ୍ର ବନକଲାଗି ନୀତି । ଏହି ସ୍ୱତନ୍ତ୍ର ଗୁପ୍ତ ସେବା ପାଇଁ ଆଜି ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ, ଅର୍ଥାତ୍ ପ୍ରାୟ ୫ ଘଣ୍ଟା ଧରି ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ଏହି ସମୟ ମଧ୍ୟରେ କେବଳ ସେବାୟତମାନେ ନୀତିକାନ୍ତି ସମ୍ପନ୍ନ କରିବେ ।
ବନକଲାଗି ନୀତି ହେଉଛି ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗରେ ପ୍ରାକୃତିକ ଔଷଧୀୟ ଲେପ ଓ ରଙ୍ଗ ଲଗାଇବାର ଏକ ପ୍ରାଚୀନ ପରମ୍ପରା । ଦତ୍ତ ମହାପାତ୍ର ସେବାୟତମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ ଏହି ସେବା ସମ୍ପନ୍ନ କରନ୍ତି । ଏହା ଶ୍ରୀଜୀଉମାନଙ୍କ ଶ୍ରୀବିଗ୍ରହର ସୌନ୍ଦର୍ଯ୍ୟ ଓ ପବିତ୍ରତା ରକ୍ଷା ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ନୀତି ।

 ଅନ୍ୟପଟେ, ଗତକାଲି ଶ୍ରୀମନ୍ଦିରରେ ବିଭିନ୍ନ ନୀତିକାନ୍ତି ବିଳମ୍ବରେ ସମ୍ପନ୍ନ ହୋଇଥିବାରୁ ମହାପ୍ରସାଦ ‘ଅବଢ଼ା’ ମଧ୍ୟ ରାତିରେ ବାହାରିଥିଲା । ନୀତିରେ ବିଳମ୍ବ ହେବାର ପ୍ରଭାବ ମହାପ୍ରସାଦ ବଣ୍ଟନ ଉପରେ ମଧ୍ୟ ପଡ଼ିଥିଲା, ଯାହାଫଳରେ ଭକ୍ତମାନଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା । ଆଜି ବନକଲାଗି ନୀତିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ ସହଯୋଗ କରିବା ସହ ଦର୍ଶନ ସମୟକୁ ଧ୍ୟାନରେ ରଖି ମନ୍ଦିରକୁ ଆସିବା ପାଇଁ ଅନୁରୋଧ କରାଯାଇଛି । ରାତି ୧୧ଟା ପରେ ନୀତି ସମାପ୍ତ ହେବା ପରେ ପୁଣି ସାଧାରଣ ଦର୍ଶନ ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *