ଆଜିଠୁ ମହଙ୍ଗା ହେବ ଛେନା ଓ ପନିର । କ୍ଷୀର ଦର ବୃଦ୍ଧି ପରେ ଏବେ ଏହାର ପ୍ରଭାବ ପଡ଼ିଛି ଛେନା ଓ ପନିର ଦର ଉପରେ । ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ପକ୍ଷରୁ ଛେନା ଓ ପନିର ଦର ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି ।
ଆଜିଠୁ ମହଙ୍ଗା ହେବ ଛେନା ଓ ପନିର । କ୍ଷୀର ଦର ବୃଦ୍ଧି ପରେ ଏବେ ଏହାର ପ୍ରଭାବ ପଡ଼ିଛି ଛେନା ଓ ପନିର ଦର ଉପରେ । ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ପକ୍ଷରୁ ଛେନା ଓ ପନିର ଦର ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି । କ୍ଷୀରର ମୂଲ୍ୟ ବଢ଼ିବା ପରେ ଦୁଗ୍ଧଜାତ ସାମଗ୍ରୀ ପ୍ରସ୍ତୁତିର ଖର୍ଚ୍ଚ ମଧ୍ୟ ବଢ଼ିଛି । ଫଳରେ ବ୍ୟବସାୟୀମାନେ ଛେନା ଓ ପନିରର ଦର ବୃଦ୍ଧି କରିବାକୁ ବାଧ୍ୟ ହୋଇଥିବା କୁହାଯାଉଛି । ଆଜିଠାରୁ ନୂଆ ଦର ଲାଗୁ ହେବା ପରେ ବଜାରରେ ଛେନା ଓ ପନିର କିଣିବା ପାଇଁ ଖାଉଟିଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ ।
ବିଶେଷକରି ମିଠା ଦୋକାନ, ହୋଟେଲ ଓ ରେଷ୍ଟୁରାଣ୍ଟଗୁଡ଼ିକରେ ଏହାର ପ୍ରଭାବ ପଡ଼ିବା ସମ୍ଭାବନା ରହିଛି । ଛେନା ଓ ପନିରର ଦର ବଢ଼ିଲେ ଏହାକୁ ନେଇ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀର ଦାମ ମଧ୍ୟ ବଢ଼ିବା ଆଶଙ୍କା ରହିଛି । ଅର୍ଥାତ୍, କ୍ଷୀର ଦର ବୃଦ୍ଧି ପରେ ଏବେ ଦୁଗ୍ଧଜାତ ସାମଗ୍ରୀ ମାଧ୍ୟମରେ ପୁଣି ଖାଉଟିଙ୍କ ଉପରେ ପଡ଼ିବ ଅତିରିକ୍ତ ଆର୍ଥିକ ବୋଝ । ବଜାରରେ ଦୁଗ୍ଧଜାତ ସାମଗ୍ରୀର ଦର ବୃଦ୍ଧି ଖାଉଟିଙ୍କ ଘରୋଇ ବଜେଟ୍କୁ କେତେ ପ୍ରଭାବିତ କରୁଛି, ଏବେ ତାହା ଉପରେ ନଜର ।

