ସେଚେଲ୍ସର ଜାତୀୟ ଦିବସର ସୁବର୍ଣ୍ଣ ଜୟନ୍ତୀରେ ଯୋଗଦେବେ ମୋଦୀ । ଦୁଇଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବାରେ ମୋଦୀଙ୍କ ଗସ୍ତ ସହାୟକ ହେବ। ମୋଦୀ ସେଚେଲ୍ସ ରାଷ୍ଟ୍ରପତି ଡକ୍ଟର ପାଟ୍ରିକ୍ ହର୍ମିନିଙ୍କ ସହ ଆଲୋଚନା କରିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ତିନିଦିନିଆ ସେଚେଲ୍ସ ଗସ୍ତରେ ଯାଇଛନ୍ତି । ସେଚେଲ୍ସର ଜାତୀୟ ଦିବସର ସୁବର୍ଣ୍ଣ ଜୟନ୍ତୀରେ ଯୋଗଦେବେ ମୋଦୀ । ଦୁଇଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବାରେ ମୋଦୀଙ୍କ ଗସ୍ତ ସହାୟକ ହେବ। ମୋଦୀ ସେଚେଲ୍ସ ରାଷ୍ଟ୍ରପତି ଡକ୍ଟର ପାଟ୍ରିକ୍ ହର୍ମିନିଙ୍କ ସହ ଆଲୋଚନା କରିବେ। ସେଚେଲ୍ସ ଗସ୍ତ ପାଇଁ ମୋଦୀଙ୍କୁ ରାଷ୍ଟ୍ରପତି ଡକ୍ଟର ପାଟ୍ରିକ୍ ହର୍ମିନି ନିମନ୍ତ୍ରଣ କରିଥିଲେ। ସେଚେଲ୍ସ ଜାତୀୟ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଭାରତୀୟ ସଶସ୍ତ୍ର ବାହିନୀର ଏକ ଗ୍ରୁପ୍ ଏବଂ ଦୁଇଟି ଯୁଦ୍ଧଜାହାଜ ଅଂଶଗ୍ରହଣ କରିବେ ।
ସେଚେଲ୍ସ ଜାତୀୟ ପରିଷଦକୁ ମଧ୍ୟ ମୋଦୀ ସମ୍ବୋଧିତ କରିବେ । ସେଚେଲ୍ସରେ ଭାରତୀୟ ସମ୍ପ୍ରଦାୟ ସହିତ ସାକ୍ଷାତ କରିବେ ମୋଦୀ । ଗତ ୧୧ ବର୍ଷ ମଧ୍ୟରେ ଏହା ମୋଦୀଙ୍କର ଦ୍ୱିତୀୟ ସେଚେଲ୍ସ ଗସ୍ତ। ପୂର୍ବରୁ ସେ ୨୦୧୫ ଏହି ଦ୍ୱୀପ ରାଷ୍ଟ୍ର ଗସ୍ତ କରିଥିଲେ। ସେଚେଲ୍ସ ଜନସଂଖ୍ୟାରେ ପ୍ରାୟ ୮ରୁ ୯ ପ୍ରତିଶତ ଭାରତୀୟ ବଂଶୋଦ୍ଭବ ପ୍ରତିନିଧିତ୍ୱ କରନ୍ତି। ଏହି ଦୃଷ୍ଟିରୁ ଦୁଇଦେଶ ମଧ୍ୟରେ ପୂର୍ବରୁ ଗଭୀର ସମ୍ପର୍କ ରହିଛି । ମୋଦୀଙ୍କ ଗସ୍ତ ଏହି ସମ୍ପର୍କକୁ ଆହୁରି ବଢ଼ାଇବାରେ ସହାୟକ ହେବ ।

