ବୈଭବଙ୍କ ଉପରେ ଆଇସିସି ନେଇପାରେ କାର୍ଯ୍ୟାନୁଷ୍ଠାନ, ଶ୍ରୀଲଙ୍କା ଏ ଏବଂ ଭାରତ ଏ ମଧ୍ୟରେ ଏକ ମ୍ୟାଚ ଚାଲିଥିଲା । ଅଚାନକ ବୈଭବଙ୍କ ସହ ଶ୍ରୀଲଙ୍କାର ଖେଳାଳିଙ୍କ ଝଗଡ଼ା ହୋଇଗଲା । କଥା ଧକ୍କା ପର୍ଯ୍ୟନ୍ତ ଚାଲିଯାଇଥିଲା ।

ବୈଭବଙ୍କ ଉପରେ ଆଇସିସି ନେଇପାରେ କାର୍ଯ୍ୟାନୁଷ୍ଠାନ, ଶ୍ରୀଲଙ୍କା ଏ ଏବଂ ଭାରତ ଏ ମଧ୍ୟରେ ଏକ ମ୍ୟାଚ ଚାଲିଥିଲା । ଅଚାନକ ବୈଭବଙ୍କ ସହ ଶ୍ରୀଲଙ୍କାର ଖେଳାଳିଙ୍କ ଝଗଡ଼ା ହୋଇଗଲା । କଥା ଧକ୍କା ପର୍ଯ୍ୟନ୍ତ ଚାଲିଯାଇଥିଲା । ଏହାପରେ ଆଇସିସି ବୈଭବଙ୍କୁ ନେଇ ବ୍ୟାନ ମଧ୍ୟ ଲଗାଇପାରେ କିଛି ମ୍ୟାଚ ପାଇଁ । ତାଙ୍କ ବିରୋଧରେ ଶୃଙ୍ଗଳାଗତ ଏବଂ ଅନୁଶାସନ ଭାଙ୍ଗିବାର ଅଭିଯୋଗକୁ ନେଇ କାର୍ଯ୍ୟାନୁଷ୍ଠାନ ହୋଇପାରେ । ଆସିସିର ଧାରା ୨.୧୨ ଅଧୀନରେ ଏହି ପୁରା ଘଟଣାଟି ଆସୁଛି । ମ୍ୟାଚ ରେଫରୀଙ୍କ ତରଫରୁ କୌଣିସି ନିଷ୍ପତ୍ତି ଆସିନାହିଁ ।
ଯଦି ବୈଭବ କୌଣସି ଖେଳାଳିଙ୍କୁ ଅନୁଚିତ ବ୍ୟବହାର କରିଛନ୍ତି ତେବେ ବୈଭବଙ୍କ ବିରୋଧରେ ଜରିମାନା କିମ୍ବା ଅନୁଶାସନ ଭଙ୍ଗ କରିଥିବାର ଅଭିଯୋଗ ନେଇ କାର୍ଯ୍ୟାନୁଷ୍ଟାନ ହୋଇପାରେ ,ଆଇସିସିର ୨.୧୨ ଅନୁଛେଦ କହୁଛି ଯଦି କୌଣସି ଖେଳାଳି ଜାଣିଶୁଣି, ଦାୟିତ୍ବହୀନ ଭାବେ କୌଣସି ଖେଳାଳିଙ୍କୁ ଧକ୍କା ଦିଏ ତେବେ ଆଇସିସି ଆକ୍ସନ ନେଇପାରେ ।
