ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ପୁଣି ଇସ୍କନକୁ ଚିଠି ଲେଖିଲେ ଗଜପତି ମହାରାଜା । ପ୍ରତିଶ୍ରୁତି ସତ୍ବେ ଇସ୍କନ ପକ୍ଷରୁ ଭାରତ ସମେତ ବିଶ୍ବରରେ ଅଦିନରେ ରଥଯାତ୍ରା କରୁଥିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ ।
ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ପୁଣି ଇସ୍କନକୁ ଚିଠି ଲେଖିଲେ ଗଜପତି ମହାରାଜା । ପ୍ରତିଶ୍ରୁତି ସତ୍ବେ ଇସ୍କନ ପକ୍ଷରୁ ଭାରତ ସମେତ ବିଶ୍ବରରେ ଅଦିନରେ ରଥଯାତ୍ରା କରୁଥିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଇସ୍କନ ଅଧ୍ୟକ୍ଷ ମଧୁସେବିତା ଦାସ ପ୍ରଭୁଙ୍କ ଚିଠି ଲେଖି ଗଜପତି କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ମୁଳ ପୀଠ ହେଉଛି ପୁରୀ । ଜଗନ୍ନାଥ ମନ୍ଦୀର ପ୍ରଶାସନ ପକ୍ଷରୁ ଇସ୍କନ ସହ ୨୦୨୫ରେ ହୋଇଥିବା କଥାବାର୍ତ୍ତା ଅନୁଯାୟୀ ତିଥିରେ ସ୍ମାନଯାତ୍ରା, ରଥଯାତ୍ରା, ନବଦିନାତ୍ମକ ଯାତ୍ରା କରିବାକୁ ଇସ୍କନ ପ୍ରତିଶ୍ରୁତି ଦେଇଥିଲା । ଅକ୍ଟୋବର ୨୦୨୫ ରେ ଜି.ବି.ସି. ନିଷ୍ପତ୍ତି ସତ୍ତ୍ୱେ ସମଗ୍ର ବିଶ୍ୱରେ ସ୍ନାନ ଯାତ୍ରା କେବଳ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ପାଳନ କରିବାକୁ କୁହାଯାଇଥିଲା କିନ୍ତୁ ଇସ୍କନ ପକ୍ଷରୁ ୨୦୨୬ ମଇ ୧ ତାରିଖ ପରେ ବିଶ୍ବର ଏକାଧିକ ସ୍ଥାନରେ ଅଦିନରେ ସ୍ନାନଯାତ୍ରା ପାଳନ କରାଯଇଛି ।
ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ପ୍ରକଟ ଦିବସ (ଜନ୍ମଦିନ) ସ୍ମରଣୀୟ ପବିତ୍ର ସ୍ନାନ ଯାତ୍ରା କେବଳ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ପାଳନ କରାଯିବା ଉଚିତ୍। ତେଣୁ ଆପଣଙ୍କୁ ଅନୁରୋଧ କରାଯାଉଛି ଯେ ସମଗ୍ର ବିଶ୍ୱର ସମସ୍ତ ଇସ୍କନ ମନ୍ଦିରରେ ସ୍ନାନ ଯାତ୍ରା କେବଳ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ପାଳନ କରାଯାଉ । ସେହିପରି ଉଜ୍ଜୟୀନି ଇସ୍କନ ମନ୍ଦିର ପକ୍ଷରୁ ମଧ୍ୟପ୍ରଦେଶର ୬୬ଟି ସ୍ଥାନରେ ୨୦୨୬ ଜୁଲାଇ ୧୬ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ରଥ ଯାତ୍ରା ପାଳନ କରିବାକୁ ପ୍ରସ୍ତୁତି କରୁଛି । ନବଦିନାତ୍ମକ ଉତ୍ସବ ଅବଧି ଜୁଲାଇ ୧୬ ରୁ ୨୪ ଜୁଲାଇ ପର୍ଯ୍ୟନ୍ତ ସରିବା କଥା । କିନ୍ତୁ ୨୫ ଜୁଲାଇରେ ନିର୍ଦ୍ଧାରିତ ରଥ ଯାତ୍ରାଗୁଡ଼ିକ ନବଦିନାତ୍ମକ ଅବଧି ବାହାରେ ଅଛି । ତେଣୁ ଏହା ଅନୁଷ୍ଠିତ ହେବା ଉଚିତ୍ ନୁହେଁ ବୋଲି କହିଛନ୍ତି ଗଜପତି । ଭାରତର ସମସ୍ତ ଇସ୍କନ ମନ୍ଦିରରେ ରଥ ଯାତ୍ରା କେବଳ ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରୁ ଆରମ୍ଭ ହୋଇ ନବଦିନାତ୍ମକ ଉତ୍ସବ ଅବଧି ମଧ୍ୟରେ ପାଳନ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ଗଜପତି ।
ଇସ୍କନକୁ ଗଜପତିଙ୍କ ଚିଠି
ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ପୁଣି ଇସ୍କନକୁ ଚିଠି ଲେଖିଲେ ଗଜପତି ମହାରାଜା
ପ୍ରତିଶ୍ରୁତି ସତ୍ବେ ଇସ୍କନ ପକ୍ଷରୁ ଅଦିନରେ ରଥଯାତ୍ରା କରୁଥିବାକୁ ନେଇ ଅସନ୍ତୋଷ ବ୍ୟକ୍ତ
ଗଜପତି ମହାରାଜା ଦିବ୍ୟସିଂହ ଦେବ ଇସ୍କନ ଅଧ୍ୟକ୍ଷ ମଧୁସେବିତା ଦାସ ପ୍ରଭୁଙ୍କ ଚିଠି ଲେଖିଛନ୍ତି
ବିଶ୍ୱର ସମସ୍ତ ଇସ୍କନ ମନ୍ଦିରରେ ସ୍ନାନ ଯାତ୍ରା କେବଳ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ପାଳନ କରିବାକୁ ପରାମର୍ଶ
ତିଥିରେ ରଥଯାତ୍ରା ପାଳନ ନେଇ ଜଗନ୍ନାଥ ମନ୍ଦୀର ପ୍ରଶାସନ ପକ୍ଷରୁ ଇସ୍କନ ସହ ୨୦୨୫ରେ କଥାବାର୍ତ୍ତା ହୋଇଥିଲା
ତିଥିରେ ସ୍ମାନଯାତ୍ରା, ରଥଯାତ୍ରା, ନବଦିନାତ୍ମକ ଯାତ୍ରା କରିବାକୁ ଇସ୍କନ ପ୍ରତିଶ୍ରୁତି ଦେଇଥିଲା
ଏହା ନିଷ୍ପତ୍ତି ସତ୍ତ୍ୱେ ଭାରତ ସମେତ ସମଗ୍ର ବିଶ୍ୱରେ ଅତିଥିରେ ସ୍ନାନ ଯାତ୍ରା, ରଥଯାତ୍ରା କରୁଛି ଇସ୍କନ
କେବଳ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ସ୍ନାନ ଯାତ୍ରା ପାଳନ କରିବାକୁ ଇସ୍କନକୁ କୁହାଯାଇଥିଲା
କିନ୍ତୁ ଇସ୍କନ ପକ୍ଷରୁ ମେ ୧ ତାରିଖ ପରେ ବିଶ୍ବର ଏକାଧିକ ସ୍ଥାନରେ ଅଦିନରେ ସ୍ନାନଯାତ୍ରା ପାଳନ କରାଯାଇଛି
ସେହିପରି ଉଜ୍ଜୟୀନି ଇସ୍କନ ମନ୍ଦିର ପକ୍ଷରୁ ମଧ୍ୟପ୍ରଦେଶର ୬୬ଟି ସ୍ଥାନରେ ରଥଯାତା ଆୟୋଜନ କରାଯାଇଛି
୨୦୨୬ ଜୁଲାଇ ୧୬ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ରଥ ଯାତ୍ରା ପାଳନ କରିବାକୁ ପ୍ରସ୍ତୁତି କରୁଛି
ନବଦିନାତ୍ମକ ଉତ୍ସବ ଅବଧି ଜୁଲାଇ ୧୬ ରୁ ୨୪ ଜୁଲାଇ ପର୍ଯ୍ୟନ୍ତ ସରିବା କଥା।
କିନ୍ତୁ ୨୫ ଜୁଲାଇରେ ନିର୍ଦ୍ଧାରିତ ରଥ ଯାତ୍ରାଗୁଡ଼ିକ ନବଦିନାତ୍ମକ ଅବଧି ବାହାରେ ଅଛି
ତେଣୁ ଜୁଲାଇ ୨୫ ଅନୁଷ୍ଠିତ ହେବା ଉଚିତ୍ ନୁହେଁ ବୋଲି କହିଛନ୍ତି ଗଜପତି

