୫ ଓରାଂଉଟାନ୍‌ଙ୍କ ସ୍ୱାସ୍ଥ୍ୟ ନେଇ ବଡ଼ ଅପଡେଟ୍, ଜଣେ ଶାବକ ଗୁରୁତର ରକ୍ତହୀନ

ଓରାଂଉଟାନଙ୍କୁ ହୋଇଛି ରକ୍ତହୀନତା । ଗୋଟିଏ ଶାବକ ଗୁରୁତର ରକ୍ତହୀନତାର ଶିକାର ଥିବା ବେଳେ, ଅନ୍ୟ ୨ଟିକୁ ସାମାନ୍ୟ ରକ୍ତହୀନତା ଥିବା ଜଣାପଡ଼ିଛି । ବାଲେଶ୍ୱର ଜିଲ୍ଲା ଭୋଗରାଇରୁ ଉଦ୍ଧାର ହୋଇ ନନ୍ଦନକାନନରେ ଥିବା ୫ ଓରାଂଉଟାନଙ୍କ ସଂପର୍କରେ ଆସିଲା ବିସ୍ତୃତ ତଥ୍ୟ ।

ଓରାଂଉଟାନଙ୍କୁ ହୋଇଛି ରକ୍ତହୀନତା । ଗୋଟିଏ ଶାବକ ଗୁରୁତର ରକ୍ତହୀନତାର ଶିକାର ଥିବା ବେଳେ, ଅନ୍ୟ ୨ଟିକୁ ସାମାନ୍ୟ ରକ୍ତହୀନତା ଥିବା ଜଣାପଡ଼ିଛି । ବାଲେଶ୍ୱର ଜିଲ୍ଲା ଭୋଗରାଇରୁ ଉଦ୍ଧାର ହୋଇ ନନ୍ଦନକାନନରେ ଥିବା ୫ ଓରାଂଉଟାନଙ୍କ ସଂପର୍କରେ ଆସିଲା ବିସ୍ତୃତ ତଥ୍ୟ । ବୈଷୟିକ କମିଟିର ଯାଞ୍ଚ ପରେ ସାମ୍ନାକୁ ଆସିଲା ହେଲ୍‌ଥ ବୁଲେଟିନ୍ । ୫ ଶାବକଙ୍କ ମଧ୍ୟରେ ଅଛନ୍ତି ୩ ଅଣ୍ଡିରା ଓ ୨ ମାଈ ଓରାଂଉଟାନ । ଗୋଟିକର ଓଜନ ୫ କିଲୋଗ୍ରାମ ୧୦୦ ଗ୍ରାମ୍ ଥିବା ବେଳେ, ଅନ୍ୟ ଗୁଡ଼ିକର ଓଜନ ପ୍ରାୟ ୪ କେଜି ରୁ ୨ କେଜି ମଧ୍ୟରେ ରହିଛି । ଶରୀରର ତାପମାତ୍ରା ୯୮ ଡିଗ୍ରିରୁ ୯୯ ଡିଗ୍ରି ରହିଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଆପାତତ ସ୍ଥିର ରହିଛି । ସେମାନେ ଠିକ୍‌ରେ ଖାଦ୍ୟ ଗ୍ରହଣ କରୁଛନ୍ତି ବୋଲି ଦର୍ଶାଯାଇଛି ।

– ନନ୍ଦନକାନନରେ ଥିବା ୫ ଓରାଂଉଟାନଙ୍କ ସଂପର୍କରେ ବିସ୍ତୃତ ତଥ୍ୟ
– ବୈଷୟିକ କମିଟିର ଯାଞ୍ଚ ପରେ ସାମ୍ନାକୁ ଆସିଲା ହେଲ୍‌ଥ ବୁଲେଟିନ୍
– ୫ ଶାବକଙ୍କ ମଧ୍ୟରେ ଅଛନ୍ତି ୩ ଅଣ୍ଡିରା ଓ ୨ ମାଈ ଓରାଂଉଟାନ
– ଗୋଟିକର ଓଜନ ୫ କିଲୋଗ୍ରାମ ୧୦୦ ଗ୍ରାମ୍ ରହିଛି 
– ଅନ୍ୟ ଗୁଡ଼ିକର ଓଜନ ପ୍ରାୟ ୪ କେଜି ରୁ ୨ କେଜି ମଧ୍ୟରେ ରହିଛି
– ଶରୀରର ତାପମାତ୍ରା ୯୮ ଡିଗ୍ରିରୁ ୯୯ ଡିଗ୍ରି 
– ସ୍ୱାସ୍ଥ୍ୟାବସ୍ଥା ସ୍ଥିର, ଠିକ୍‌ରେ ଖାଦ୍ୟ ଗ୍ରହଣ କରୁଛନ୍ତି 
– ରକ୍ତ ପରୀକ୍ଷାରୁ ସାମ୍ନାକୁ ଆସିଲା ଚିନ୍ତାଜନକ ସୂଚନା 
– ଗୋଟିଏ ଓରାଂଉଟାନ ଗୁରୁତର ରକ୍ତହୀନତାର ଶିକାର 
– ଅନ୍ୟ ୨ଟି ଓରାଂଉଟାନଙ୍କୁ ସାମାନ୍ୟ ରକ୍ତହୀନତା 
– ୩ ଶାବକଙ୍କୁ ଆନିମିଆ ଥିବା ନେଇ ରିପୋର୍ଟରେ ଉଲ୍ଲେଖ

Leave a Reply

Your email address will not be published. Required fields are marked *