୧୯ ବର୍ଷର ଜାଇନ୍‌ଙ୍କ କମାଲ! ତିଆରି କରୁଛନ୍ତି ସ୍କ୍ରିନ୍‌ ବିହୀନ AI କମ୍ପ୍ୟୁଟର

ଟେକ୍ନୋଲୋଜି ଦୁନିଆରେ ଏବେ ଚର୍ଚ୍ଚାରେ ଜଣେ ୧୯ ବର୍ଷୀୟ ଯୁବକ । ନାଁ ଜାଇନ୍ ଜାଭେଦ୍ । ଏତେ କମ୍ ବୟସରେ ସେ ତିଆରି କରୁଛନ୍ତି ଏମିତି ଏକ ପର୍ସନାଲ୍ AI କମ୍ପ୍ୟୁଟର, ଯାହା ପାରମ୍ପରିକ କମ୍ପ୍ୟୁଟରଠାରୁ ସମ୍ପୂର୍ଣ୍ଣ ଭିନ୍ନ ।

ଟେକ୍ନୋଲୋଜି ଦୁନିଆରେ ଏବେ ଚର୍ଚ୍ଚାରେ ଜଣେ ୧୯ ବର୍ଷୀୟ ଯୁବକ । ନାଁ ଜାଇନ୍ ଜାଭେଦ୍ । ଏତେ କମ୍ ବୟସରେ ସେ ତିଆରି କରୁଛନ୍ତି ଏମିତି ଏକ ପର୍ସନାଲ୍ AI କମ୍ପ୍ୟୁଟର, ଯାହା ପାରମ୍ପରିକ କମ୍ପ୍ୟୁଟରଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଜାଇନ୍ ଜାଭେଦ୍ ହେଉଛନ୍ତି ସାନ୍ ଫ୍ରାନ୍ସିସ୍କୋ ଭିତ୍ତିକ AI ଷ୍ଟାର୍ଟଅପ୍ Ghostର ସହ-ପ୍ରତିଷ୍ଠାତା ଏବଂ CEO । ତାଙ୍କ ସହ ଅଛନ୍ତି ୨୩ ବର୍ଷୀୟ ଗୌତମ ଶାରଦା, ୨୪ ବର୍ଷୀୟ ୟିଫେଇ ଚେନ୍ ଏବଂ ୧୯ ବର୍ଷୀୟ ନିକୋଲାସ୍ ଚୁଆ। ଏହି ଯୁବ ଟିମ୍‌ର ଲକ୍ଷ୍ୟ ହେଉଛି ଭବିଷ୍ୟତର କମ୍ପ୍ୟୁଟରକୁ AI ଏଜେଣ୍ଟକୁ କେନ୍ଦ୍ର କରି ତିଆରି କରିବା ।

Ghostର ପ୍ରଥମ ପ୍ରଡକ୍ଟ ହେଉଛି Core । ଏହାର ଦାମ ୩,୪୯୯ ଡଲାର, ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୩ ଲକ୍ଷ ଟଙ୍କାରୁ ଅଧିକ। ଏହି କମ୍ପ୍ୟୁଟରର ସବୁଠୁ ବଡ଼ ବିଶେଷତା ହେଉଛି ଏଥିରେ କୌଣସି ସ୍କ୍ରିନ୍ ନାହିଁ ।

ତେବେ ସ୍କ୍ରିନ୍ ନଥିଲେ କାମ କେମିତି ହେବ?

ଏଠାରେ ମୁଖ୍ୟ ଭୂମିକା ନେବ AI Agent । ଏହା ଆପଣଙ୍କ ଡାଟା ଓ ପରିପ୍ରେକ୍ଷିତ ବୁଝି ବିଭିନ୍ନ ଆପ୍ ଏବଂ ସର୍ଭିସ୍‌ରେ କାମ କରିପାରିବ। ଫୋନ୍ କିମ୍ବା ଆପ୍ ମାଧ୍ୟମରେ ଆପଣ Coreକୁ ନିୟନ୍ତ୍ରଣ କରିପାରିବେ, ଆଉ ପଛରେ AI ଏଜେଣ୍ଟ ଆପଣଙ୍କ ପାଇଁ କାମ କରିବ । ଜାଇନ୍ ଜାଭେଦଙ୍କ AI ପ୍ରତି ଆଗ୍ରହ ChatGPT ଆସିବା ପରେ ବଢ଼ିଥିଲା । ସେ ପୂର୍ବରୁ Millenniumରେ Quant ଭାବେ କାମ କରୁଥିଲେ।  ପରେ AIକୁ ନେଇ ନୂଆ କିଛି କରିବାର ଚିନ୍ତାରୁ Ghostର ଆରମ୍ଭ ହୋଇଥିଲା।

ଗୌତମ ଶାରଦା ପୂର୍ବରୁ Googleରେ Software Engineer ଥିଲେ । ୟିଫେଇ ଚେନ୍ ଡିଜାଇନ୍ ଦାୟିତ୍ୱ ସମ୍ଭାଳୁଥିବା ବେଳେ ନିକୋଲାସ୍ ଚୁଆ କମ୍ପାନୀର Growth ଉପରେ କାମ କରୁଛନ୍ତି । Ghost ଏପର୍ଯ୍ୟନ୍ତ ୧୧ ମିଲିୟନ୍ ଡଲାର ଫଣ୍ଡିଂ ହାସଲ କରିସାରିଛି । କମ୍ପାନୀର ଦାବି ଅନୁସାରେ, Coreରେ AI ମଡେଲ୍, ବ୍ୟକ୍ତିଗତ ମେମୋରୀ ଓ ଡାଟାକୁ ଲୋକାଲ୍ ଭାବେ ଚଳାଇବାର ବ୍ୟବସ୍ଥା ରହିଛି।  ଅର୍ଥାତ୍, ଭବିଷ୍ୟତର କମ୍ପ୍ୟୁଟର କେବଳ ଆମେ ଚଲାଇ

ବୁ ନାହିଁ, ବରଂ AI ଆମ ପାଇଁ କାମ କରିବ Ghostର ଏହି ଯୁବ ଟିମ୍ ଏହି ଭବିଷ୍ୟତର ସ୍ୱପ୍ନ ଦେଖୁଛି ।

Leave a Reply

Your email address will not be published. Required fields are marked *