ଅନ୍ୟପଟେ ଗତ ୧୦ ମାସରେ ଏସ୍ଆଇଆର୍ ସମ୍ପର୍କିତ ନିଷ୍ପତ୍ତି ଓ ଆଦେଶ ଉପରେ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀ ଅତି କମରେ ୧୪ ଥର ରେକର୍ଡରେ ଆପତ୍ତି ଜଣାଇଥିଲେ । କିଛି ପଦକ୍ଷେପ ତାଙ୍କ ଅବଗତି ବିନା ନିଆଯାଇଥିବା ନେଇ ମଧ୍ୟ ପ୍ରଶ୍ନ ଉଠାଇଥିବା ରିପୋର୍ଟରେ ଦାବି କରାଯାଇଛି ।
ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ୍ ବା ଏସ୍ଆଇଆର୍ କୁ ନେଇ ନିର୍ବାଚନ କମିଶନ ଭିତରେ ମତଭେଦର ଚର୍ଚ୍ଚା ଜୋର ଧରିଛି । ତେବେ ଇସିଆଇ ର କହିବା ମୁତାବକ, କମିଶନରଙ୍କ ଦ୍ୱାରା ଆଲୋଚନା ସମୟରେ ପ୍ରଶ୍ନ ଉଠାଇବା କିମ୍ବା ନିଜ ମତ ରଖିବାକୁ ଔପଚାରିକ ଡିସେଣ୍ଟ ବୋଲି କୁହାଯାଇପାରିବ ନାହିଁ । ଏସ୍ଆଇଆର୍ ସମ୍ପର୍କିତ ମାମଲାରେ ଦୁଇ କମିଶନରଙ୍କ ମନ୍ତବ୍ୟ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ପୂର୍ବରୁ ବିଚାର କରାଯାଇଥିବା ଏବଂ ସମ୍ପୃକ୍ତ ଆଦେଶରେ ତିନିଜଣ କମିଶନରଙ୍କ ଦସ୍ତଖତ ଥିବା କହିଛି ଆୟୋଗ ।
ଅନ୍ୟପଟେ ଗତ ୧୦ ମାସରେ ଏସ୍ଆଇଆର୍ ସମ୍ପର୍କିତ ନିଷ୍ପତ୍ତି ଓ ଆଦେଶ ଉପରେ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀ ଅତି କମରେ ୧୪ ଥର ରେକର୍ଡରେ ଆପତ୍ତି ଜଣାଇଥିଲେ । କିଛି ପଦକ୍ଷେପ ତାଙ୍କ ଅବଗତି ବିନା ନିଆଯାଇଥିବା ନେଇ ମଧ୍ୟ ପ୍ରଶ୍ନ ଉଠାଇଥିବା ରିପୋର୍ଟରେ ଦାବି କରାଯାଇଛି ।
ତେବେ ନିର୍ବାଚନ କମିଶନ ଭିତରେ ଭିନ୍ନମତ ରେକର୍ଡ ହେବା ନୂଆ ଘଟଣା ନୁହେଁ । ୨୦୧୯ରେ ତତ୍କାଳୀନ ନିର୍ବାଚନ କମିଶନର ଅଶୋକ ଲଭାସା ଆଚରଣ ବିଧି ସମ୍ପର୍କିତ କିଛି ମାମଲାରେ ସହଯୋଗୀ କମିଶନରଙ୍କଠାରୁ ଭିନ୍ନ ମତ ରଖିଥିଲେ । ସେହିପରି ୨୦୦୯ରେ ତତ୍କାଳୀନ ମୁଖ୍ୟ ନିର୍ବାଚନ କମିଶନର ଏନ୍. ଗୋପାଳସ୍ୱାମୀ ମଧ୍ୟ ଏକ ମାମଲାରେ ଅନ୍ୟ ଦୁଇ କମିଶନରଙ୍କଠାରୁ ଭିନ୍ନ ମତ ରଖିଥିଲେ ।
୧୯୫୦ ମସିହାରେ ନିର୍ବାଚନ କମିଶନ ଗଠନ ସମୟରେ ଏହା ଏକ ସଦସ୍ୟ ବିଶିଷ୍ଟ ସଂସ୍ଥା ଥିଲା । ୧୯୫୦ରୁ ୧୯୮୯ ପର୍ୟ୍ୟନ୍ତ କେବଳ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ନେଇ ଆୟୋଗ କାର୍ୟ୍ୟ କରୁଥିଲା । ପରେ ଏହା ତିନି ସଦସ୍ୟ ବିଶିଷ୍ଟ ଆୟୋଗରେ ପରିଣତ ହୋଇଥିଲା । ଏହି ପୁରା ଘଟଣାକ୍ରମରେ ଏବେ ଚର୍ଚ୍ଚାରେ ରହିଛି କମିଶନରଙ୍କ ମନ୍ତବ୍ୟ କେବଳ ଅବଜର୍ଭେସନ୍ ଥିଲା ନା ଔପଚାରିକ ଡିସେଣ୍ଟ ? ଏସ୍ଆଇଆର୍ କୁ ନେଇ ନିର୍ବାଚନ କମିଶନର ଭିତରର ପ୍ରକ୍ରିୟା ଉପରେ ସମସ୍ତଙ୍କ ଏବେ ନଜର ।

