ୟୁକ୍ରେନ ଯୁଦ୍ଧ ବିରୋଧୀ ଦଳକୁ ଝଟକା, ନିର୍ବାଚନରୁ ବାଦ୍ ୟାବ୍ଲୋକୋ

ରୁଷରେ ୟୁକ୍ରେନ ଯୁଦ୍ଧକୁ ବିରୋଧ କରୁଥିବା ରାଜନୈତିକ ଦଳ ୟାବ୍ଲୋକୋକୁ ବଡ଼ ଝଟକା ଲାଗିଛି । ଆସନ୍ତା ମାସରେ ହେବାକୁ ଥିବା ସଂସଦୀୟ ନିର୍ବାଚନରେ ଏହି ଦଳ ଆଉ ନିର୍ବାଚନ ଲଢ଼ିପାରିବ ନାହିଁ ।

ରୁଷରେ ୟୁକ୍ରେନ ଯୁଦ୍ଧକୁ ବିରୋଧ କରୁଥିବା ରାଜନୈତିକ ଦଳ ୟାବ୍ଲୋକୋକୁ ବଡ଼ ଝଟକା ଲାଗିଛି । ଆସନ୍ତା ମାସରେ ହେବାକୁ ଥିବା ସଂସଦୀୟ ନିର୍ବାଚନରେ ଏହି ଦଳ ଆଉ ନିର୍ବାଚନ ଲଢ଼ିପାରିବ ନାହିଁ । ରୁଷ ସୁପ୍ରିମକୋର୍ଟ ୟାବ୍ଲୋକୋର ନିର୍ବାଚନୀ ପଞ୍ଜିକରଣକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ, କ୍ରେମଲିନ ସମର୍ଥକ ଏକ ଦଳର ଆବେଦନ ପରେ ଏହି ରାୟ ଆସିଛି । ଗତ ମାସରେ କେନ୍ଦ୍ରୀୟ ନିର୍ବାଚନ କମିସନ ୟାବ୍ଲୋକୋ ସମେତ ୧୧ଟି ଦଳକୁ ନିର୍ବାଚନୀ ତାଲିକାରେ ସାମିଲ ହେବାକୁ ଅନୁମତି ଦେଇଥିଲା । କିନ୍ତୁ ଏବେ କୋର୍ଟଙ୍କ ରାୟ ପରେ ୟାବ୍ଲୋକୋ ବାଲଟରୁ ବାଦ୍ ପଡ଼ିଛି ।

ୟାବ୍ଲୋକୋ ରୁଷର ଏକ ପଞ୍ଜିକୃତ ବିରୋଧୀ ଦଳ । ଦଳଟି ୟୁକ୍ରେନ ଯୁଦ୍ଧ ବନ୍ଦ କରିବା, ଅସ୍ତ୍ରବିରତି, କୂଟନୈତିକ ଆଲୋଚନା ଓ ଶାନ୍ତି ପାଇଁ ଦାବି କରିଆସୁଛି । ଏହା ସହିତ ପରମାଣୁ ଯୁଦ୍ଧକୁ ରୋକିବା ଏବଂ ରାଜନୈତିକ ଦମନମୁକ୍ତ ରୁଷ ଗଠନ ଏହାର ନିର୍ବାଚନୀ ଏଜେଣ୍ଡାରେ ରହିଥିଲା । ଦଳର ସହ-ପ୍ରତିଷ୍ଠାତା ଗ୍ରିଗୋରୀ ୟାଭଲିନସ୍କି ରାୟକୁ ନିନ୍ଦା କରି ଏହା ବିରୋଧରେ ଆବେଦନ କରିବେ ବୋଲି କହିଛନ୍ତି। ସରକାରଙ୍କୁ ପ୍ରଶ୍ନ କରିବା ପାଇଁ ଯଦି ରାଜନୈତିକ ଦଳକୁ ନିର୍ବାଚନରୁ ବାଦ୍ ଦିଆଯାଏ, ତେବେ ଏହା ରୁଷର ଗଣତନ୍ତ୍ର ଉପରେ ପ୍ରଶ୍ନ ଉଠାଉଛି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *