ଟିମ୍ ଇଣ୍ଡିଆକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନ ପୁଣି ଅଟକିଛି । ପୁଣି ଆହତ ହେବା ଯୋଗୁଁ ଅଷ୍ଟ୍ରେଲିଆ-ଏ ବିପକ୍ଷ ସିରିଜରୁ ବାଦ୍ ପଡ଼ିଛନ୍ତି ହାର୍ଦ୍ଦିକ । ରିପୋର୍ଟ ଅନୁସାରେ, ସେ ଆହତ ହୋଇଛନ୍ତି ଏବଂ ତାଙ୍କୁ ୧୫ ଦିନ ବିଶ୍ରାମ ପାଇଁ କୁହାଯାଇଛି ।

ପୁଡୁଚେରୀରେ ଅକ୍ଟୋବର ୬ରୁ ଅଷ୍ଟ୍ରେଲିଆ-ଏ ବିପକ୍ଷରେ ଭାରତ-ଏର ୩ଟି ଦିନିକିଆ ଖେଳାଯିବ । ହାର୍ଦ୍ଦିକଙ୍କୁ ଏହି ଦଳରେ ସାମିଲ କରାଯାଇଥିଲା, କିନ୍ତୁ ଚୟନ ଫିଟନେସ୍ କ୍ଲିୟରାନ୍ସ ଉପରେ ନିର୍ଭରଶୀଳ ଥିଲା । ଦୀର୍ଘଦିନ ଧରି ଆହତ ହେବା ଯୋଗୁଁ ହାର୍ଦ୍ଦିକ ପ୍ରତିଯୋଗିତାମୂଳକ କ୍ରିକେଟରୁ ଦୂରରେ ଅଛନ୍ତି । ପୂର୍ବରୁ ମଧ୍ୟ ରିହାବ୍ ସମୟରେ ତାଙ୍କୁ ଫିଟନେସ୍ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା ।
ଅଷ୍ଟ୍ରେଲିଆ-ଏ ସିରିଜରୁ ବାଦ ପଡ଼ିବା ପରେ ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ସିରିଜରେ ତାଙ୍କ ଖେଳିବା ନେଇ ମଧ୍ୟ ଅନିଶ୍ଚିତତା ବଢ଼ିଛି । ନୂଆ ଆହତରୁ ଫିଟ୍ ହେବା ପରେ ହିଁ ତାଙ୍କ ଉପଲବ୍ଧତା ନେଇ ସ୍ପଷ୍ଟତା ଆସିବ । ସୂଚନାଯୋଗ୍ୟ, ୱେଷ୍ଟଇଣ୍ଡିଜ୍ ବିପକ୍ଷ ଭାରତର ଦିନିକିଆ ଓ ଟି-୨୦ ସ୍କ୍ୱାଡରେ ମଧ୍ୟ ହାର୍ଦ୍ଦିକଙ୍କ ନାଁ ନାହିଁ । ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ ୨୭ ସେପ୍ଟେମ୍ବରରୁ ଆରମ୍ଭ ହେଉଛି ।