ଚୀନରେ ସଂକ୍ରମଣ ବଢ଼ିବା ସହ ଭାରତର ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ କୋଭିଡ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଆନ୍ଧ୍ରପ୍ରଦେଶରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଗତ ଜୁନ୍ ମାସରେ ଚୀନରେ ୭୯ ହଜାର କରୋନା ମାମଲା ଚିହ୍ନଟ ହୋଇଥିଲା ।
ସରିନି ବିପଦ, ଚୀନରେ ପୁଣି ମାଡ଼ୁଛି କରୋନା । ଭାରତର କେତେକ ରାଜ୍ୟରେ ବି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୦୨୦ରେ ସାରା ବିଶ୍ୱକୁ ଦୋହଲାଇ ଦେଇଥିଲା କରୋନା ମହାମାରୀର ଏବେ ପୂର୍ବଭଳି ସ୍ଥିତି ନାହିଁ ସତ, କିନ୍ତୁ ଏହି ମାରାତ୍ମକ ଭୂତାଣୁର ବିପଦ ସମ୍ପୂର୍ଣ୍ଣ ଟଳିନାହିଁ । ଭୂତାଣୁର କ୍ରମାଗତ ମ୍ୟୁଟେସନ୍ କାରଣରୁ ନୂଆନୂଆ ଭାରିଆଣ୍ଟ ସାମ୍ନାକୁ ଆସୁଛି । ଏବେ ଚୀନରେ ସଂକ୍ରମଣ ବଢ଼ିବା ସହ ଭାରତର ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ କୋଭିଡ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଆନ୍ଧ୍ରପ୍ରଦେଶରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଗତ ଜୁନ୍ ମାସରେ ଚୀନରେ ୭୯ ହଜାର କରୋନା ମାମଲା ଚିହ୍ନଟ ହୋଇଥିଲା ।
ଚୀନ୍ ସ୍ୱାସ୍ଥ୍ୟ ବିଭାଗର କହିବା କଥା ଯେ, ଦେଶରେ କୋଭିଡ୍ ପ୍ରକୋପ ବର୍ତ୍ତମାନ ନିମ୍ନ ସ୍ତରରେ ରହିଛି । ଏପର୍ଯ୍ୟନ୍ତ କୌଣସି ନୂଆ ସାଂଘାତିକ ଭାରିଆଣ୍ଟ ମିଳିନାହିଁ । କିଛି ଦିନ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ୧୨ଟି ସକ୍ରିୟ ମାମଲା ସାମ୍ନାକୁ ଆସିଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇ ଏବଂ ଉତ୍ତରପ୍ରଦେଶରୁ ମଧ୍ୟ କୋଭିଡ୍ର ନୂଆ ମାମଲା ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, କୋଭିଡ୍ ନେଇ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । କେବଳ ସାଧାରଣ ସତର୍କତା ଅବଲମ୍ବନ କରି ଆମେ ଏଥିରୁ ରକ୍ଷା ପାଇପାରିବା । ନିୟମିତ ସାବୁନରେ ହାତ ଧୁଅନ୍ତୁ । କାଶିବା କିମ୍ବା ଛିଙ୍କିବା ସମୟରେ ପାଟି ଓ ନାକକୁ ରୁମାଲ୍ ବା ଟିସୁରେ ଘୋଡ଼ାଇ ରଖନ୍ତୁ । ଥଣ୍ଡା, ଜ୍ୱର, କାଶ, ଗଳା ବ୍ୟଥା କିମ୍ବା ନିଃଶ୍ୱାସ ନେବାରେ କଷ୍ଟ ହେଲେ ଏହାକୁ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

