ଶାନ୍ତି ଚୁକ୍ତି ପରେ ଏୟାରଷ୍ଟ୍ରାଇକ୍‌

ହିଜବୁଲ୍ଲା ସଂଗଠନର କିଛି କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ୍ କରାଯାଇଛି । ଆମେରିକା ସ୍ୱାକ୍ଷର କରିଥିବା ଏମଓୟୁରେ ଲେବାନନ୍‌ରେ ଆକ୍ରମଣ ନକରିବା ନେଇ ଉଲ୍ଲଖେ ଥିବା ବେଳେ ଏହି ଆକ୍ରମଣ ମଧ୍ୟପ୍ରାଚ୍ୟରେ ନୂଆ ଉତ୍ତେଜନା ସୃଷ୍ଟି କରିଛି ।

 ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଥିବା ବେଳେ ଲେବାନନ୍‌ରେ ଇସ୍ରାଏଲର ଭୟଙ୍କର ଆକ୍ରମଣ ହୋଇଛି । ଏଥିରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ହିଜବୁଲ୍ଲା ସଂଗଠନର କିଛି କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ୍ କରାଯାଇଛି । ଆମରେିକା ସ୍ୱାକ୍ଷର କରିଥିବା ଏମଓୟୁରେ ଲେବାନନ୍‌ରେ ଆକ୍ରମଣ ନକରିବା ନେଇ ଉଲ୍ଲଖେ ଥିବା ବେଳେ ଏହି ଆକ୍ରମଣ ମଧ୍ୟପ୍ରାଚ୍ୟରେ ନୂଆ ଉତ୍ତେଜନା ସୃଷ୍ଟି କରିଛି ।

ହିଜବୁଲ୍ଲା ସଂଗଠନ ତରଫରୁ ଇସ୍ରାଏଲ ପ୍ରତି ବିପଦ ନକମିବା ପର୍ଯ୍ୟନ୍ତ ଏହି ଆକ୍ରମଣ ଜାରି ରହିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ । ଇରାନ ଏବଂ ଆମେରିକା ଯୁଦ୍ଧ ବନ୍ଦ ପାଇଁ ଆଲୋଚନା କରୁଥିବା ବେଳେ ଇସ୍ରାଏଲ ଏଭଳି ଆକ୍ରମଣକୁ ଆମେରିକା ନାପସନ୍ଦ କରିଛି । ପୂର୍ବରୁ ମଧ୍ୟ ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲକୁ ତାଗିଦ କରିଥିଲେ । ଲେବାନନ ଉପରେ ଏଭଳି ଆକ୍ରମଣ ନକରିବାକୁ ପରାର୍ମଶ ଦେଇଥିଲେ । ତଥାପି ଏହାକୁ ଖାତିର କରିନାହାନ୍ତି ବେଞ୍ଜାମିନ୍‌ ନେତାନ୍ୟାହୁ । ଆଗକୁ ଇରାନ୍ ଓ ଆମରେିକା ମଧ୍ୟ ସମ୍ପର୍କ ଏନେଇ ବିଗିଡିପାରେ ବୋଲି ଚର୍ଚ୍ଚା ହେଉଛି । 

ଚୁକ୍ତି ପରେ ବି ଥମୁନି ଯୁଦ୍ଧ

ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଜୋରଦାର ଯୁଦ୍ଧ ଆରମ୍ଭ 
ଇସ୍ରାଏଲ ଓ ହିଜବୁଲ୍ଲା ମଧ୍ୟରେ ଗତକାଲି ରାତି ସାରା ଯୁଦ୍ଧ ଚାଲିଲା 
ଲେବାନନର କହିବା ଅନୁସାରେ ଇସ୍ରାଏଲ ୧୧ଟି ସ୍ଥାନରେ ଆକ୍ରମଣ କରିଥିଲା 
ବୋମା ମାଡ଼ ଯୋଗୁଁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ମଧ୍ୟ ଠିକରେ ହୋଇପାରୁନାହିଁ 
ଉଦ୍ଧାର କାର୍ଯ୍ୟ ହେଉନଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ 
ଟାୟାର ସହରରେ ସବୁଠାରୁ ଅଧିକ କ୍ଷତି ହୋଇଛି, ୭ ଜଣଙ୍କ ମୃତଦେହ ମିଳିଛି 
ଇସ୍ରାଏଲ ଉପରେ ଚାପ ପକାଇବାକୁ ଆମେରିକାକୁ ବିଭିନ୍ନ ଦେଶର ଅପିଲ୍ 
ଇସ୍ରାଏଲର ଆକ୍ରମଣ ଯୋଗୁଁ ଆମେରିକା ଓ ଇରାନ ଚୁକ୍ତି ଏବେ ବିପଦରେ 
ଡିଲ୍ ଅନୁସାରେ ଲେବାନନ୍‌ରେ ମଧ୍ୟ ଯୁଦ୍ଧ ବନ୍ଦ ହେବା ଦରକାର 
ଇସ୍ରାଏଲର କହିବା କଥା ଆତଙ୍କୀ ସଂଗଠନ ଉପରେ ହୋଇଥିଲା ଆକ୍ରମଣ 
ହିଜବୁଲ୍ଲା ଅସ୍ତ୍ରବିରତି ନିୟମ ବାରମ୍ବାର ଉଲଂଘନ କରୁଥିଲା 

Leave a Reply

Your email address will not be published. Required fields are marked *