ଲଗାଣ ବର୍ଷା ପରେ ବେହାଲ ହୋଇପଡ଼ିଛି ବାଲେଶ୍ବର ଜିଲ୍ଲାର ସୋର ଅଞ୍ଚଳ । ରାସ୍ତାଘାଟରୁ ଆରମ୍ଭ କରି ଜନବସତି ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି ଜଳବନ୍ଦୀର ଚିତ୍ର । ୧୬ ନମ୍ବର ଜାତୀୟ ରାଜପଥର ଉତ୍ତରେଶ୍ବର ବାଇପାସ୍ ଗଳାପୋଲରୁ ବରଫ କଳ ଛକ ପର୍ଯ୍ୟନ୍ତ ରାସ୍ତା ଏବେ ପାଣିରେ ବୁଡ଼ି ରହିଛି ।
ଲଗାଣ ବର୍ଷା ପରେ ବେହାଲ ହୋଇପଡ଼ିଛି ବାଲେଶ୍ବର ଜିଲ୍ଲାର ସୋର ଅଞ୍ଚଳ । ରାସ୍ତାଘାଟରୁ ଆରମ୍ଭ କରି ଜନବସତି ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି ଜଳବନ୍ଦୀର ଚିତ୍ର । ୧୬ ନମ୍ବର ଜାତୀୟ ରାଜପଥର ଉତ୍ତରେଶ୍ବର ବାଇପାସ୍ ଗଳାପୋଲରୁ ବରଫ କଳ ଛକ ପର୍ଯ୍ୟନ୍ତ ରାସ୍ତା ଏବେ ପାଣିରେ ବୁଡ଼ି ରହିଛି । ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିଥିବାରୁ ଯାତାୟାତ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି । ବିଶେଷ କରି ଉତ୍ତରେଶ୍ବର ବାପୁ ନଗର ଅଞ୍ଚଳରେ ଲୋକେ ବର୍ଷା ଜଳ ଯନ୍ତ୍ରଣାରେ ହନ୍ତସନ୍ତ ହେଉଛନ୍ତି ।
ଘର ଆଗରେ ପାଣି ଜମି ରହିଥିବା ବେଳେ ଦୈନନ୍ଦିନ କାମ ପାଇଁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଛି । ସ୍ଥିତି ଏମିତି ହୋଇଛି ଯେ, ରାତିରେ ଶୋଇବାକୁ ମଧ୍ୟ ଭୟ କରୁଛନ୍ତି ଲୋକେ । ପାଣି ଭିତରେ ସାପ ଚାଲିଆସିବା ଆଶଙ୍କାରେ ଅନେକ ପରିବାର ରାତି ଅନିଦ୍ରା ହୋଇ ରହୁଛନ୍ତି । ବର୍ଷା ଜଳ ନିଷ୍କାସନ ନେଇ ସ୍ଥାୟୀ ସମାଧାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଲଗାଣ ବର୍ଷା ଓ ଜଳବନ୍ଦୀ କାରଣରୁ ସାଧାରଣ ଜୀବନଯାତ୍ରା ଏବେ ଠପ୍ ହୋଇପଡ଼ିଛି ।

