ଆକାଶରେ ଉଡ଼ିବ ଆମ୍ବୁଲାନ୍ସ , ଭାରତରେ ଆସୁଛି ଇଲେକ୍ଟ୍ରିକ୍ ଏୟାର ଆମ୍ବୁଲାନ୍ସ ସେବା

ଏଣିକି ଜରୁରୀ ସମୟରେ ରାସ୍ତାର ଟ୍ରାଫିକ୍ ନୁହେଁ, ଆକାଶ ପଥରେ ପହଞ୍ଚିବ ଆମ୍ବୁଲାନ୍ସ । ଭାରତର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆସିବାକୁ ଯାଉଛି ଏକ ବଡ଼ ପରିବର୍ତ୍ତନ । ଖୁବଶୀଘ୍ର ଦେଶରେ ଆରମ୍ଭ ହୋଇପାରେ ଇଲେକ୍ଟ୍ରିକ୍ ଏୟାର ଆମ୍ବୁଲାନ୍ସ ସେବା ।

ଏଣିକି ଜରୁରୀ ସମୟରେ ରାସ୍ତାର ଟ୍ରାଫିକ୍ ନୁହେଁ, ଆକାଶ ପଥରେ ପହଞ୍ଚିବ ଆମ୍ବୁଲାନ୍ସ । ଭାରତର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆସିବାକୁ ଯାଉଛି ଏକ ବଡ଼ ପରିବର୍ତ୍ତନ । ଖୁବଶୀଘ୍ର ଦେଶରେ ଆରମ୍ଭ ହୋଇପାରେ ଇଲେକ୍ଟ୍ରିକ୍ ଏୟାର ଆମ୍ବୁଲାନ୍ସ ସେବା । ଇଲେକ୍ଟ୍ରିକ୍ ଭର୍ଟିକାଲ୍ ଟେକ୍ ଅଫ୍ ଏବଂ ଲ୍ୟାଣ୍ଡିଂ ଅର୍ଥାତ୍ eVTOL ଟେକ୍ନୋଲୋଜି ଆଧାରିତ ଏହି ଏୟାର ଆମ୍ବୁଲାନ୍ସ ଜରୁରୀ ସମୟରେ ରୋଗୀଙ୍କୁ ଶୀଘ୍ର ହସ୍ପିଟାଲ୍‌ରେ ପହଞ୍ଚାଇବାରେ ସହାୟକ ହେବ । ଏଥିପାଇଁ ଇ-ପ୍ଲେନ୍ କମ୍ପାନୀ ଓ ଆପୋଲୋ ହସ୍ପିଟାଲ୍‌ସ ମଧ୍ୟରେ ହୋଇଛି ବଡ଼ ସହଯୋଗ । ଏହି ଚୁକ୍ତି ଅନୁସାରେ ଇଲେକ୍ଟ୍ରିକ୍ ଏୟାର ଆମ୍ବୁଲାନ୍ସ ସହ ମେଡିକାଲ୍ ଡ୍ରୋନ୍ ସେବା ଉପରେ ମଧ୍ୟ କାମ କରାଯିବ । 

ବର୍ତ୍ତମାନ ସମୟରେ ଟ୍ରାଫିକ୍ ଜାମ୍ ଯୋଗୁଁ ଅନେକ ସମୟରେ ଜରୁରୀ ଚିକିତ୍ସା ପାଇଁ ରୋଗୀଙ୍କୁ ହସ୍ପିଟାଲ୍ ନେବାରେ ବିଳମ୍ବ ହୋଇଥାଏ କିନ୍ତୁ ଏହି ନୂଆ ପ୍ରଯୁକ୍ତି ଆସିଲେ ଅଳ୍ପ ସମୟରେ ଚିକିତ୍ସା ସେବା ପହଞ୍ଚାଇବା ସମ୍ଭବ ହେବ । କେବଳ ରୋଗୀ ପରିବହନ ନୁହେଁ, ମେଡିକାଲ୍ ଡ୍ରୋନ୍ ମାଧ୍ୟମରେ ରକ୍ତ, ଔଷଧ ଏବଂ ଅନ୍ୟ ଜରୁରୀ ଚିକିତ୍ସା ସାମଗ୍ରୀ ମଧ୍ୟ ଶୀଘ୍ର ପହଞ୍ଚାଇବାର ଯୋଜନା ରହିଛି । ଏହି ନୂଆ ଟେକ୍ନୋଲୋଜି ଭାରତର ଜରୁରୀ ସ୍ୱାସ୍ଥ୍ୟ ସେବାକୁ ଅଧିକ ଦ୍ରୁତ ଓ ଆଧୁନିକ କରିବ ବୋଲି ଆଶା କରାଯାଉଛି । ଏବେ ଅପେକ୍ଷା ରହିଛି କେବେ ଆକାଶରେ ଉଡ଼ିବ ଏହି ଜୀବନ ରକ୍ଷକ ଆମ୍ବୁଲାନ୍ସ ।

Leave a Reply

Your email address will not be published. Required fields are marked *