ରୋନାଲ୍‌ଡୋଙ୍କ ଐତିହାସିକ ରେକର୍ଡ, ବିଶ୍ବକପ୍‌ ପ୍ରି-କ୍ବାର୍ଟରରେ ପର୍ତ୍ତୁଗାଲ

୪୧ ବର୍ଷ ୧୪୭ ଦିନ ବୟସ୍କ ରୋନାଲ୍‌ଡୋ ଫିଫା ବିଶ୍ବକପ୍‌ ନକ୍‌ଆଉଟ୍‌ରେ ଗୋଲ୍‌ ଦେବାରେ ସବୁଠୁ ବୟସ୍କ ଖେଳାଳି ହେବାର ଐତିହାସିକ ଗୌରବ ଅର୍ଜନ କରିଛନ୍ତି । ଏହାସହ ବିଶ୍ବକପ୍‌ ନକ୍‌ଆଉଟ୍‌ ପର୍ଯ୍ୟାୟରେ ଏହା ତାଙ୍କର ପ୍ରଥମ ଗୋଲ୍‌ ଥିଲା । ମ୍ୟାଚ୍‌ର ୯୪ତମ ମିନିଟ୍‌ରେ ବଦଳ ଖେଳାଳି ଗୋନ୍‌କାଲୋ ରାମୋସ୍‌ ଏକ ଦମଦାର ହେଡର୍‌ ବଳରେ ଦ୍ବିତୀୟ ଗୋଲ୍‌ ଦେଇ ପର୍ତ୍ତୁଗାଲକୁ ଜିତାଇଥିଲେ । 

ଏକ ରୋମାଞ୍ଚକର ମ୍ୟାଚ୍‌ରେ କ୍ରୋଏସିଆକୁ ୨-୧ ଗୋଲ୍‌ରେ ପରାସ୍ତ କରି ପର୍ତ୍ତୁଗାଲ ବିଶ୍ବକପ୍‌ ପ୍ରି-କ୍ବାର୍ଟରଫାଇନାଲ୍‌‌ରେ ପ୍ରବେଶ କରିଛି  । ଶୁକ୍ରବାର ଟରୋଣ୍ଟୋ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲ୍‌ଶୂନ୍ୟ ରହିଥିଲା । କ୍ରୋଏସିଆ ପକ୍ଷରୁ ୫୩ତମ ମିନିଟ୍‌ରେ ଇଭାନ ପେରିସିକ୍‌ ଗୋଲ୍‌ କରି ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ । ତେବେ ୬୮ତମ ମିନିଟ୍‌ରେ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍‌ଡୋ ପେନାଲ୍‌ଟିକୁ ଗୋଲ୍‌ରେ ପରିଣତ କରି ସ୍ଥିତି ୧-୧ ସମାନ କରିଥିଲେ ।

ଏହି ଗୋଲ୍‌ ସହ ୪୧ ବର୍ଷ ୧୪୭ ଦିନ ବୟସ୍କ ରୋନାଲ୍‌ଡୋ ଫିଫା ବିଶ୍ବକପ୍‌ ନକ୍‌ଆଉଟ୍‌ରେ ଗୋଲ୍‌ ଦେବାରେ ସବୁଠୁ ବୟସ୍କ ଖେଳାଳି ହେବାର ଐତିହାସିକ ଗୌରବ ଅର୍ଜନ କରିଛନ୍ତି । ଏହାସହ ବିଶ୍ବକପ୍‌ ନକ୍‌ଆଉଟ୍‌ ପର୍ଯ୍ୟାୟରେ ଏହା ତାଙ୍କର ପ୍ରଥମ ଗୋଲ୍‌ ଥିଲା । ମ୍ୟାଚ୍‌ର ୯୪ତମ ମିନିଟ୍‌ରେ (ଇନ୍‌ଜୁରୀ ସମୟ) ବଦଳ ଖେଳାଳି ଗୋନ୍‌କାଲୋ ରାମୋସ୍‌ ଏକ ଦମଦାର ହେଡର୍‌ ବଳରେ ଦ୍ବିତୀୟ ଗୋଲ୍‌ ଦେଇ ପର୍ତ୍ତୁଗାଲକୁ ଜିତାଇଥିଲେ ।

ଅନ୍ୟପଟେ କ୍ରୋଏସିଆର ମାରିଓ ପାସିଲିକ୍‌ ଶେଷ ମୁହୂର୍ତ୍ତରେ ଏକ ଗୋଲ୍‌ ଦେଇଥିଲେ ମଧ୍ୟ ଭାର୍ (VAR) ସମୀକ୍ଷାରେ ତାହା ଅଫ୍‌ସାଇଡ୍‌ ଦର୍ଶାଇ ନାକଚ ହୋଇଯାଇଥିଲା । ଏହାକୁ ନେଇ କ୍ରୋଏସିଆ ପ୍ରଶଂସକ କ୍ଷୁବ୍ଧ ହୋଇ ପଡ଼ିଆ ଭିତରକୁ ବୋତଲ ଫିଙ୍ଗିଥିଲେ । ଏହି ବିବାଦୀୟ ପରାଜୟ ସହ କ୍ରୋଏସିଆର ମହାନ୍ ଫୁଟ୍‌ବଲର୍ ଲୁକା ମାଡ୍ରିକ୍‌ଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ହୃଦୟ ବିଦାରକ ଅବସାନ ଘଟିଛି । ଆସନ୍ତା ସୋମବାର କ୍ବାର୍ଟରଫାଇନାଲ୍‌ ଟିକେଟ୍ ପାଇଁ ପର୍ତ୍ତୁଗାଲର ମୁକାବିଲା ପଡ଼ୋଶୀ ସ୍ପେନ୍‌ ସହ ହେବ । 

Leave a Reply

Your email address will not be published. Required fields are marked *