ରିଲ୍ସ ପାଇଁ ବିପଦକୁ ଖାତିର କରୁନାହାନ୍ତି ଯୁବପିଢ଼ି । ବାତ୍ୟା ଭଳି ବିପଦ ସମୟରେ ମଧ୍ୟ ଅସାବଧାନତାର ସହ ରିଲ୍ସ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ପୁରୀ ପୁରୁଣା ଜେଲ୍‌ ରୋଡ୍‌ର ପାର୍କିଂ ଛାତ ଉପରେ ଦୁଇ ଯୁବକ ରିଲ୍ସ କରୁଥିବା ଦେଖିବାକୁ ମିଳିଛି ।

ପ୍ରବଳ ପବନ ବହୁଥିବା ବେଳେ ଛାତର ଶେଷ ପାର୍ଶ୍ୱରେ ଠିଆ ହୋଇ ଦୁଇ ଯୁବକ ରିଲ୍ସ ବନାଉଥିଲେ । ଅସାବଧାନତା ଯୋଗୁଁ ଦୁର୍ଘଟଣା ଘଟିବାର ଆଶଙ୍କା ଥିବାରୁ ଏଭଳି ବିପଦପୂର୍ଣ୍ଣ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି । ଏନେଇ ପୁରୀ ଏସ୍‌ପି ପ୍ରତୀକ ସିଂ କହିଛନ୍ତି, ନିଜ ସୁରକ୍ଷା ନିଜେ ନେବାକୁ ପଡ଼ିବ । ବିପଦ ସମୟରେ ସମସ୍ତେ ସଚେତନ ହେବା ସହ ଅସାବଧାନତାରୁ ଦୂରେଇ ରହିବା ଆବଶ୍ୟକ ।

ପୁଲିସ୍‌ ସେବା ଭବନରେ ଶାରଦୀୟ ଦୁର୍ଗାପୂଜା, ରାବଣପୋଡ଼ି ଓ ଭସାଣୀ ଉତ୍ସବ ପ୍ରସ୍ତୁତି ନେଇ ବୈଠକ ଅନୁଷ୍ଠିତ ହୋଇଛି। ଶାନ୍ତିଶୃଙ୍ଖଳାର ସହ ପୂଜା ଓ ଭସାଣୀ କିଭଳି ହେବ, ସେନେଇ ଆଲୋଚନା କରାଯାଇଛି ।

ପୂଜା ସମୟରେ ଭିଡ଼ ନିୟନ୍ତ୍ରଣ, ଲୋକଙ୍କ ସୁରକ୍ଷା ଏବଂ ଚୋରି-ଛିନ୍‌ତାଇ ରୋକିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ସିସିଟିଭି ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ନେଇ ଆଲୋଚନା ହୋଇଛି । ବୈଠକରେ ଭୁବନେଶ୍ୱର ଉପକଣ୍ଠର ବିଭିନ୍ନ ପୂଜା କମିଟିର ସଭାପତି, ସମ୍ପାଦକ ଓ ସଦସ୍ୟମାନେ ଯୋଗଦେଇ ନିଜ ନିଜ ସମସ୍ୟା ଓ ପ୍ରସ୍ତାବ ରଖିଛନ୍ତି । କମିସନରେଟ୍‌ ପୁଲିସ ପକ୍ଷରୁ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ନେଇ ଆଲୋଚନା ହୋଇଛି ।

ବୈଠକରେ ପୁଲିସ କମିସନର ଏସ୍‌. ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ, ଏକାମ୍ର ବିଧାୟକ ବାବୁ ସିଂ, ଜୟଦେବ ବିଧାୟକ ନବ କିଶୋର ମଲ୍ଲିକଙ୍କ ସମେତ ଭୁବନେଶ୍ୱରର ବିଭିନ୍ନ ଥାନା ଅଧିକାରୀ, ଏସିପି, ଅତିରିକ୍ତ ଡିସିପି ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *