ରାସ୍ତା ପାଖରେ ବିକ୍ରି କରୁଥିଲେ ବେଲୁନ, ମାଡ଼ିଗଲା ଟ୍ରେଲର, ଚାଲିଗଲା ୪ ପିଲାଙ୍କ ଜୀବନ

ଏହି ପିଲାମାନେ ତାଙ୍କ ପରିବାର ସହ ବାଇପାସ ନିକଟ ଏକ ଘର ପାଖରେ ବେଲୁନ୍ ବିକ୍ରି କରୁଥିଲେ । ଦୁର୍ଘଟଣା ପରେ ଘର ପାଖରେ ବିକ୍ରି କରିବାକୁ ଥିବା ବେଲୁନ ଓ ଅନ୍ୟାନ୍ୟ ସାମଗ୍ରୀ ପଡ଼ି ରହିଛି ।

ରାଜସ୍ଥାନ ଜୟପୁରରେ ଗତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅଧରାତିରେ ୨୦୦ ଫୁଟ୍ ବାଇପାସ ଉପରେ ଏକ ଟ୍ରେଲର୍ ମାଡ଼ିଯିବା ଫଳରେ ଗୋଟିଏ ପରିବାରର ୪ଟି ଛୋଟ ଛୁଆଙ୍କର ମୃତ୍ୟୁ ହୋଇଛି । ଏହି ପିଲାମାନେ ତାଙ୍କ ପରିବାର ସହ ବାଇପାସ ନିକଟ ଏକ ଘର ପାଖରେ ବେଲୁନ୍ ବିକ୍ରି କରୁଥିଲେ । ଦୁର୍ଘଟଣା ପରେ ଘର ପାଖରେ ବିକ୍ରି କରିବାକୁ ଥିବା ବେଲୁନ ଓ ଅନ୍ୟାନ୍ୟ ସାମଗ୍ରୀ ପଡ଼ି ରହିଛି । 

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଟ୍ରେଲରଟି  ସଡ଼କ ନିକଟରେ ଲାଗିଥିବା ରେଲିଂକୁ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଏହାପରେ ଘର ଉପରେ ମାଡ଼ି ଯାଇଥିଲା । ଦୁର୍ଘଟଣା ଏବେ ଭୟାବହ ଥିଲା ଯେ ଘଟଣା ସ୍ଥଳରେ ୪ ଛୋଟ ପିଲାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାସହ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି । ପୁଲିସ ଘଟଣା ସ୍ଥଳରେ ପହଂଚି ଯାଂଚ କରୁଛି । 

Leave a Reply

Your email address will not be published. Required fields are marked *