ରାମାୟଣର ଅଜଣା କଥା : ଲକ୍ଷ୍ମଣ କାହିଁକି ୧୪ ବର୍ଷ ନିଦ୍ରା ତ୍ୟାଗ କରିଥିଲେ?

ରାମାୟଣ… ଭାରତୀୟ ସଂସ୍କୃତି ଓ ଧାର୍ମିକ ପରମ୍ପରାର ଏକ ଅମୂଲ୍ୟ ମହାକାବ୍ୟ । ଭଗବାନ ଶ୍ରୀରାମ, ମାତା ସୀତା, ଲକ୍ଷ୍ମଣ ଓ ହନୁମାନଙ୍କ କାହାଣୀ ସମ୍ପର୍କରେ ପ୍ରାୟ ସମସ୍ତେ ଜାଣନ୍ତି । କିନ୍ତୁ ରାମାୟଣ ସହ ଜଡ଼ିତ ଏମିତି ଅନେକ କଥା ରହିଛି, ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣିଛନ୍ତି ।

ରାମାୟଣ… ଭାରତୀୟ ସଂସ୍କୃତି ଓ ଧାର୍ମିକ ପରମ୍ପରାର ଏକ ଅମୂଲ୍ୟ ମହାକାବ୍ୟ । ଭଗବାନ ଶ୍ରୀରାମ, ମାତା ସୀତା, ଲକ୍ଷ୍ମଣ ଓ ହନୁମାନଙ୍କ କାହାଣୀ ସମ୍ପର୍କରେ ପ୍ରାୟ ସମସ୍ତେ ଜାଣନ୍ତି । କିନ୍ତୁ ରାମାୟଣ ସହ ଜଡ଼ିତ ଏମିତି ଅନେକ କଥା ରହିଛି, ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣିଛନ୍ତି । ଏଗୁଡ଼ିକ ମଧ୍ୟରୁ କିଛି କଥା ଲୋକମାନ୍ୟତା ଓ ବିଭିନ୍ନ ରାମକଥାରେ ମିଳିଥାଏ । ପ୍ରଥମେ ଜାଣିବା ଶ୍ରୀରାମଙ୍କ ଭଉଣୀ ଶାନ୍ତାଙ୍କ ବିଷୟରେ । ଲୋକପ୍ରଚଳିତ କଥା ଅନୁସାରେ, ଶାନ୍ତା ଥିଲେ ରାଜା ଦଶରଥ ଓ ରାଣୀ କୌଶଲ୍ୟାଙ୍କ କନ୍ୟା । ପରେ ତାଙ୍କୁ ରାଜା ରୋମପାଦ ଓ ରାଣୀ ବର୍ଷିଣୀ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଥିଲେ । ଶାନ୍ତାଙ୍କ ବିବାହ ଋଷି ଶୃଙ୍ଗଙ୍କ ସହ ହୋଇଥିବା ମାନ୍ୟତା ରହିଛି । ତେବେ ରାମାୟଣର ମୁଖ୍ୟ କାହାଣୀରେ ତାଙ୍କ ଉଲ୍ଲେଖ ଖୁବ୍ କମ୍ ମିଳେ ।ଏବେ ଆସନ୍ତୁ ଲକ୍ଷ୍ମଣଙ୍କ ୧୪ ବର୍ଷର ନିଦ୍ରା ତ୍ୟାଗର ଲୋକପ୍ରଚଳିତ କଥାକୁ । ରାମଙ୍କ ୧୪ ବର୍ଷର ବନବାସ ସମୟରେ ଲକ୍ଷ୍ମଣ ମଧ୍ୟ ଭାଇ ଶ୍ରୀରାମ ଓ ମାତା ସୀତାଙ୍କ ସହ ବନକୁ ଯାଇଥିଲେ । ଲୋକମାନ୍ୟତା ଅନୁସାରେ, ରାମ ଓ ସୀତାଙ୍କ ସୁରକ୍ଷା ପାଇଁ ଲକ୍ଷ୍ମଣ ବନବାସର ସମ୍ପୂର୍ଣ୍ଣ ୧୪ ବର୍ଷ ନିଦ୍ରା ତ୍ୟାଗ କରିଥିଲେ । ଏହି କାହାଣୀରେ ନିଦ୍ରାଦେବୀଙ୍କ ଠାରୁ ଲକ୍ଷ୍ମଣ ୧୪ ବର୍ଷ ନିଦ୍ରାରୁ ମୁକ୍ତ ରହିବାକୁ ବର ମାଗିଥିବା କୁହାଯାଏ ।

ଏହା ସହ ଜଡ଼ିତ ଆଉ ଏକ ଲୋକପ୍ରଚଳିତ କାହାଣୀ ହେଉଛି ଉର୍ମିଳାଙ୍କ ତ୍ୟାଗ । କୁହାଯାଏ, ଲକ୍ଷ୍ମଣ ବନବାସରେ ଥିବା ସମୟରେ ଉର୍ମିଳା ଅଯୋଧ୍ୟାରେ ରହି ତାଙ୍କ ପାଇଁ ପ୍ରତୀକ୍ଷା କରିଥିଲେ । ଲକ୍ଷ୍ମଣଙ୍କ ତ୍ୟାଗ ଯେତିକି ଚର୍ଚ୍ଚିତ, ଉର୍ମିଳାଙ୍କ ନିରବ ତ୍ୟାଗର କଥା ସେତିକି ଚର୍ଚ୍ଚାକୁ ଆସେ ନାହିଁ । ରାମାୟଣର ଆଉ ଏକ ଚର୍ଚ୍ଚିତ ରହସ୍ୟ ହେଉଛି ଲକ୍ଷ୍ମଣ ରେଖା । ଆଜି ଲୋକମାନଙ୍କ ମଧ୍ୟରେ ଏହି ଶବ୍ଦ ଖୁବ୍ ପରିଚିତ । କିନ୍ତୁ ଆଶ୍ଚର୍ଯ୍ୟର କଥା, ଭାଲ୍ମୀକି ରାମାୟଣ ଓ ରାମଚରିତମାନସରେ ଲୋକପ୍ରଚଳିତ ‘ଲକ୍ଷ୍ମଣ ରେଖା’ର ସ୍ପଷ୍ଟ ଉଲ୍ଲେଖ ମିଳେନାହିଁ ବୋଲି ବିଭିନ୍ନ ଅଧ୍ୟୟନରେ ଦାବି କରାଯାଏ । ଏହି ପ୍ରସଙ୍ଗ ପରବର୍ତ୍ତୀ ରାମକଥା ଓ ଲୋକପରମ୍ପରାରେ ଅଧିକ ପ୍ରସିଦ୍ଧ ହୋଇଥିବା କୁହାଯାଏ ।ତେଣୁ ରାମାୟଣ କେବଳ ଏକ କାହାଣୀ ନୁହେଁ । ଏହା ସହ ଜଡ଼ିତ ଅନେକ ପ୍ରସଙ୍ଗ, ଲୋକକଥା ଓ ଧାର୍ମିକ ମାନ୍ୟତା ଆଜି ମଧ୍ୟ ଲୋକଙ୍କ ମନରେ ଜିଜ୍ଞାସା ସୃଷ୍ଟି କରୁଛି । କେଉଁଟି ଶାସ୍ତ୍ରୀୟ ବର୍ଣ୍ଣନା ଏବଂ କେଉଁଟି ଲୋକମାନ୍ୟତା—ତାହା ବୁଝିବା ପାଇଁ ମୂଳ ଗ୍ରନ୍ଥ ଓ ବିଭିନ୍ନ ରାମକଥାର ତୁଳନାତ୍ମକ ଅଧ୍ୟୟନ ଜରୁରୀ ।

Leave a Reply

Your email address will not be published. Required fields are marked *