ରାଜସ୍ଥାନରେ ବୁଲଡୋଜର ଆକ୍ସନ: ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ଟି ହୋଟେଲ ଧୂଳିସାତ

ରାଜସ୍ଥାନର ଶ୍ରୀ ଗଙ୍ଗାନଗର ଜିଲ୍ଲାରେ ଜଣେ ୧୩ ବର୍ଷର ନାବାଳିକାକୁ ବନ୍ଦୀ ରଖି ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗରେ ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରଶାସନ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ରାଜସ୍ଥାନର ଶ୍ରୀ ଗଙ୍ଗାନଗର ଜିଲ୍ଲାରେ ଜଣେ ୧୩ ବର୍ଷର ନାବାଳିକାକୁ ବନ୍ଦୀ ରଖି ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗରେ ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରଶାସନ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ବର୍ବରକାଣ୍ଡ ପାଇଁ ବ୍ୟବହାର କରାଯାଉଥିବା ସହରର ୪ଟି ହୋଟେଲ ଉପରେ ଜିଲ୍ଲା ପ୍ରଶାସନ ଓ ପୋଲିସ ମିଳିତ ଭାବେ ବୁଲଡୋଜର ଚଳାଇ ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି। ଏସପି ହରିଶଙ୍କର କହିଛନ୍ତି ଯେ ସମସ୍ତ ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବ।

ପୋଲିସ ସୂଚନା ଅନୁଯାୟୀ, ଗତ ଜୁନ୍ ୧୮ ତାରିଖରୁ ନିଖୋଜ ଥିବା ଏହି ନାବାଳିକାକୁ ଜଣେ ରିକ୍ସା ଚାଳକ ହୋଟେଲ ମାଲିକଙ୍କ ପାଖରେ ବିକ୍ରି କରିଦେଇଥିଲା। ଏହାପରେ ପ୍ରାୟ ୫ ଦିନ ଧରି ସହରର ବିଭିନ୍ନ ହୋଟେଲରେ ୩୦ରୁ ଅଧିକ ଜଣ ଦୁର୍ବୃତ୍ତ ତାଙ୍କୁ କ୍ରମାଗତ ଭାବେ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କ ବୟାନ ଅନୁଯାୟୀ, ଅତ୍ୟଧିକ ଯନ୍ତ୍ରଣା ହେବା ସମୟରେ ତାଙ୍କୁ ଜୋର ଜବରଦସ୍ତ ମଦ ପିଆଇ ଦିଆଯାଉଥିଲା। ଏହି ଘଟଣାରେ ହୋଟେଲ ମାଲିକ ଓ ପରିଚାଳକ ମାନେ ମଧ୍ୟ ସମ୍ପୃକ୍ତ ଥିଲେ ଏବଂ ଅପରାଧକୁ ଲୁଚାଇବାକୁ ଚେଷ୍ଟା କରୁଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନଆକ୍ରୋଶ ପ୍ରକାଶ ପାଇଛି। ଲୋକମାନେ ବେଆଇନ ହୋଟେଲ ଉଚ୍ଛେଦ ସହ ଅଭିଯୁକ୍ତମାନଙ୍କୁ ଫାଶୀ ଦଣ୍ଡ ଦେବାକୁ ଦାବି କରିଛନ୍ତି। ବିରୋଧୀ କଂଗ୍ରେସ ଦଳ ମଧ୍ୟ ପ୍ରଶାସନର ବିଫଳତା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛି। ପୋଲିସ ଏପର୍ୟ୍ୟନ୍ତ ମୋଟ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଫେରାର୍ ସନ୍ଦିଗ୍ଧମାନଙ୍କୁ ଧରିବା ପାଇଁ ତଲାସୀ ଅଭିଯାନ ଜାରି ରଖିଛି।

Leave a Reply

Your email address will not be published. Required fields are marked *