ଯୁଦ୍ଧରେ ସାରିଦେଲେ ୩ ଲକ୍ଷ କୋଟି; ଗୋଳାବାରୁଦ, ଅସ୍ତ୍ରଶସ୍ତ୍ରରେ ୬୦ ପ୍ରତିଶତ ଖର୍ଚ୍ଚ

ଇରାନ ଯୁଦ୍ଧରେ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛି ଆମେରିକା । ୬ ମାସରେ ୩୨୦ କୋଟିରୁ ଅଧିକ ଟଙ୍କା ବ୍ୟୟ । ପେଣ୍ଟାଗନ୍‌ର ନିରୀକ୍ଷଣ ଅଧିକାରୀ ଇରାନ ଯୁଦ୍ଧରେ ଆମେରିକାର କ୍ଷତିର ପରିମାଣ ଉନ୍ମୋଚନ କରିଛନ୍ତି ।

ଇରାନ ଯୁଦ୍ଧରେ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛି ଆମେରିକା । ୬ ମାସରେ ୩୨୦ କୋଟିରୁ ଅଧିକ ଟଙ୍କା ବ୍ୟୟ । ପେଣ୍ଟାଗନ୍‌ର ନିରୀକ୍ଷଣ ଅଧିକାରୀ ଇରାନ ଯୁଦ୍ଧରେ ଆମେରିକାର କ୍ଷତିର ପରିମାଣ ଉନ୍ମୋଚନ କରିଛନ୍ତି । ମାର୍ଚ୍ଚ ୨୮ ରୁ ଜୁନ୍ ୩୦ ପର୍ଯ୍ୟନ୍ତ ସମୟର କ୍ଷତି ବିଷୟରେ ଆମେରିକାର ପ୍ରତିରକ୍ଷା ବିଭାଗର ଇନ୍‌ସ୍ପେକ୍ଟର ଜେନେରାଲ୍‌ଙ୍କ ରିପୋର୍ଟ ପ୍ରକାଶ ପାଇଛି । ଆମେରିକା ୬ ମାସରେ ୩୩.୪ ବିଲିୟନ ଡଲାର ଖର୍ଚ୍ଚ କରିଛି । ସେଥିରୁ ୨୨.୩ ବିଲିୟନ ଡଲାର ଗୋଳାବାରୁଦରେ ଖର୍ଚ୍ଚ ହୋଇଛି ।

ରିପୋର୍ଟରେ କୁହାଯାଇଛି ଯେ ଇରାନୀୟ ଆକ୍ରମଣରେ ଆଠଟି ଦେଶରେ ଥିବା ଆମେରିକୀୟ ସେନା ଘାଟିରେ ଶହ ଶହ ଭବନ ଓ ଢାଞ୍ଚା କ୍ଷତିଗ୍ରସ୍ତ କିମ୍ବା ଧ୍ୱଂସ ହୋଇଛି । ଏକାଧିକ ଆମେରିକୀୟ ବିମାନ ଓ ଡ୍ରୋନ୍ କ୍ଷତିଗ୍ରସ୍ତ କିମ୍ବା ଧ୍ୱଂସ ହୋଇଛି। ରିପୋର୍ଟରେ ଆହୁରି କୁହାଯାଇଛି ଯେ ଏହି ଯୁଦ୍ଧ ଯୋଗୁ ଗୋଳାବାରୁଦ ସଞ୍ଚୟ ଅଭାବ ସୃଷ୍ଟି କରିଛି ଏବଂ ଗୋଳାବାରୁଦ ପୁନଃଯୋଗାଣରେ ବାଧା ରହିଛି । ଯାହା ଦୀର୍ଘକାଳୀନ ଉଚ୍ଚ-ତୀବ୍ରତା ସଂଘର୍ଷ ଚଳାଇବାରେ ୱାଶିଂଟନ୍‌ର ସାମର୍ଥ୍ୟ ଉପରେ ପ୍ରଶ୍ନ ଉଠାଇଛି ।

ଏହି ତଥ୍ୟ ଆସିଛି ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ ଅସ୍ତ୍ରଶସ୍ତ୍ର ଭଣ୍ଡାର କମିଯିବା ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସୋମବାର ଟ୍ରୁଥ୍ ସୋସିଆଲ୍‌ରେ ଟ୍ରମ୍ପ ଲେଖିଛନ୍ତି ଯେ ଆମେରିକା ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ବାହିନୀକୁ ଉନ୍ନତ ଅସ୍ତ୍ରଶସ୍ତ୍ର ଉତ୍ପାଦନ ଓ ଯୋଗାଣ କରୁଛି ।

ଅପରେସନ୍ ଏପିକ୍ ଫ୍ୟୁରି ଆମେରିକା ପାଇଁ ମହଙ୍ଗା ସାବ୍ୟସ୍ଥ୍ୟ ହୋଇଛି
୬ ମାସରେ ୩୨୦ କୋଟିରୁ ଅଧିକ ଟଙ୍କା ବ୍ୟୟା କରିଛି ଆମେରିକା
ଇରାନ ଯୁଦ୍ଧରେ ଆମେରିକାର କ୍ଷତିର ପରିମାଣ ଉନ୍ମୋଚନ ହୋଇଛି
 ମାର୍ଚ୍ଚ ୨୮ ରୁ ଜୁନ୍ ୩୦ ପର୍ଯ୍ୟନ୍ତ ସମୟର କ୍ଷତି ବିଷୟରେ ରିପୋର୍ଟ ଆସିଛି
ଆମେରିକାର ପ୍ରତିରକ୍ଷା ବିଭାଗର ଇନ୍‌ସ୍ପେକ୍ଟର ଜେନେରାଲ୍‌ଙ୍କ ରିପୋର୍ଟ ପ୍ରକାଶ 
ଆମେରିକା ୬ ମାସରେ ୩୩.୪ ବିଲିୟନ ଡଲାର ଖର୍ଚ୍ଚ କରିଛି
ସେଥିରୁ ୨୨.୩ ବିଲିୟନ ଡଲାର ଗୋଳାବାରୁଦରେ ଖର୍ଚ୍ଚ ହୋଇଛି ।


ଏହି ସମୟରେ ଗୋଳାବାରୁଦରେ ପ୍ରାୟ $୨୨ ବିଲିୟନ ଖର୍ଚ୍ଚ ହୋଇଛି । ଏହି ସମୟରେ ଯୁଦ୍ଧର ସମୁଦାୟ ଖର୍ଚ୍ଚ ପ୍ରାୟ $୩୩ ବିଲିୟନ ଅନୁମାନ କରାଯାଇଛି । ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଜୁଲାଇରେ କଂଗ୍ରେସକୁ ଜଣାଇଥିଲେ ଯେ ଯୁଦ୍ଧର ଖର୍ଚ୍ଚ $୩୭.୫ ବିଲିୟନ ହୋଇଛି ।

ଆମେରିକୀୟ ଅସ୍ତ୍ରଶସ୍ତ୍ର ଉତ୍ପାଦନ ବଢ଼ୁଛି: ଟ୍ରମ୍ପ

ଟ୍ରମ୍ପ ବାରମ୍ବାର କହିଛନ୍ତି ଯେ ଆମେରିକୀୟ ସେନା ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରଶସ୍ତ୍ରର ଅଭାବ ସମ୍ମୁଖୀନ ହେଉନାହିଁ । ସେ ଲେଖିଛନ୍ତି, “ଆମର ପ୍ରତିରକ୍ଷା କମ୍ପାନୀ କାରଖାନା ୨୪/୭ ଚାଲୁଛି ଏବଂ ଏକାସାଙ୍ଗରେ ହାରାହାରି ୪-୫ଟି ବଡ଼ ନୂଆ କାରଖାନା ନିର୍ମାଣ ହେଉଛି । ଏହି ଉତ୍ପାଦନର ମୁଖ୍ୟ ଧ୍ୟାନ ପ୍ୟାଟ୍ରିଅଟ୍, ଥାଡ୍ ସିଷ୍ଟମ୍, ଟୋମାହକ୍ ଓ ଅନ୍ୟ ଷ୍ଟାଣ୍ଡାର୍ଡ ମିସାଇଲ୍ ସିଷ୍ଟମ୍ ଉପରେ ରହିଛି, ଯାହା ଆମ ପାଖରେ ପୂର୍ବରୁ ବହୁତ ମଜୁତ ଅଛି ।”

ତଥାପି ପେଣ୍ଟାଗନ୍‌ର ଇନ୍‌ସ୍ପେକ୍ଟର ଜେନେରାଲ୍‌ଙ୍କ ରିପୋର୍ଟରେ ଉନ୍ନତ ଗୋଳାବାରୁଦର ଅଭାବ ଓ ଭଣ୍ଡାର ପୁନଃପୂରଣରେ ସମସ୍ୟା ସ୍ୱୀକାର କରାଯାଇଛି । ସେଣ୍ଟର ଫର ଷ୍ଟ୍ରାଟେଜିକ୍ ଆଣ୍ଡ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍‌ର ଏକ ପୃଥକ ବିଶ୍ଳେଷଣରେ ଦେଖାଯାଇଛି ଯେ ସଂଘର୍ଷ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ମିସାଇଲ୍ ଇଣ୍ଟରସେପ୍ଟରର ଭଣ୍ଡାର ବହୁତ କମିଯାଇଛି ।

ଜୁଲାଇ ୨୭ ସୁଦ୍ଧା ଆମେରିକାର ପାଖରେ ୭୫୯ ରୁ ୮୨୭ ପ୍ୟାଟ୍ରିଅଟ୍ ଇଣ୍ଟରସେପ୍ଟର ଥିଲା, ଯାହା ଯୁଦ୍ଧ ପୂର୍ବରୁ ପ୍ରାୟ ୨,୩୩୦ ଥିଲା । ଥାଡ୍ ଇଣ୍ଟରସେପ୍ଟର ୨୩୪ ରୁ ୨୭୮କୁ ଖସିଛି, ଯାହା ପୂର୍ବରୁ ୪୫୨ ଥିଲା । ରିପୋର୍ଟରେ ଫାଇଟର ଜେଟ୍, ରିଫ୍ୟୁଏଲିଙ୍ଗ ଟ୍ୟାଙ୍କର, ସର୍ଭେଲାନ୍ସ ବିମାନ ଓ ହେଲିକପ୍ଟର ସମେତ ବିଭିନ୍ନ ପ୍ରକାରର ବିମାନର କ୍ଷତି ଦସ୍ତାବିଜ କରାଯାଇଛି ।

– ଅତି କମ୍‌ରେ ୪ଟି F-15E ଫାଇଟର ଜେଟ୍ ଧ୍ୱଂସ ହୋଇଛି । ତିନୋଟି ମାର୍ଚ୍ଚ ୧ରେ କୁୱେତ ଉପରେ ମିତ୍ରପକ୍ଷୀୟ ଗୋଳୀରେ ଖସିଥିଲା, ଆଉ ଗୋଟିଏ ଏପ୍ରିଲରେ ଇରାନ ଉପରେ ଯୁଦ୍ଧ ସମୟରେ ହରାଇଥିଲା। ସମସ୍ତ ବିମାନ କ୍ରୁ ଉଦ୍ଧାର ହୋଇଛନ୍ତି ।
– ଅତି କମରେ ଗୋଟିଏ F-35A ଷ୍ଟେଲ୍ଥ ଫାଇଟର ଇରାନୀୟ ଗୋଳୀରେ କ୍ଷତିଗ୍ରସ୍ତ ହୋଇଛି ।
– ଅତି କମରେ ଗୋଟିଏ A-10 ଗ୍ରାଉଣ୍ଡ-ଆଟାକ ବିମାନ ଗୁଳି ଖାଇଛି ।
– ଅତି କମରେ ୭ଟି KC-135 ଏୟାରିଆଲ୍ ରିଫ୍ୟୁଏଲିଙ୍ଗ ଟ୍ୟାଙ୍କର ହରାଇଛି କିମ୍ବା କ୍ଷତିଗ୍ରସ୍ତ ହୋଇଛି । ଗୋଟିଏ ଇରାକରେ ରିଫ୍ୟୁଏଲିଙ୍ଗ ମିସନ୍ ସମୟରେ କ୍ରାସ୍ ହୋଇଛି, ପାଞ୍ଚଟି ସାଉଦି ଆରବରେ ଇରାନୀୟ ମିସାଇଲ୍ ଓ ଡ୍ରୋନ୍‌ରେ ଭୂମିରେ କ୍ଷତିଗ୍ରସ୍ତ ହୋଇଛି ।
– ଅତି କମ୍‌ରେ ଗୋଟିଏ E-3 ସେଣ୍ଟ୍ରି ଏୟାରବୋର୍ନ ଆର୍ଲି-ୱାର୍ନିଙ୍ଗ ବିମାନ ସାଉଦି ଆରବର ପ୍ରିନ୍ସ ସୁଲତାନ୍ ଏୟାର ବେସ୍‌ରେ କ୍ଷତିଗ୍ରସ୍ତ ହୋଇଛି ।
– ଗୋଟିଏ HH-60W ହେଲିକପ୍ଟର କମ୍ବାଟ୍ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ମିସନ୍ ସମୟରେ କ୍ଷତିଗ୍ରସ୍ତ ହୋଇଛି ।
– ଅତି କମରେ ଗୋଟିଏ MQ-4C ଟ୍ରାଇଟନ୍ ସର୍ଭେଲାନ୍ସ ବିମାନ କ୍ରାସ୍ ହୋଇଛି ।
– ଚାରିଟି AH-6 ହେଲିକପ୍ଟର ଉଦ୍ଧାର ଅସମ୍ଭବ ବୋଲି ଧ୍ୱଂସ କରାଯାଇଛି ।
– ଅତି କମରେ ଗୋଟିଏ AH-64 ଆପାଚେ ଆଟାକ ହେଲିକପ୍ଟର ଜୁନ୍ ୮ରେ ହର୍ମୁଜ ପ୍ରଣାଳୀ ନିକଟରେ ଗୁଳି ଖାଇଛି ।
– ଗୋଟିଏ MH-60S ହେଲିକପ୍ଟର ଜୁଲାଇ ୧ରେ ଆରବ ସାଗରରେ କ୍ରାସ୍ ହୋଇଛି ।
– ସବୁଠାରୁ ବଡ଼ କ୍ଷତି MQ-9 ରିପର୍ ଡ୍ରୋନ୍‌ରେ — ପ୍ରାୟ ୩୦ଟି ଡ୍ରୋନ୍ ଧ୍ୱଂସ ହୋଇଛି ।

୪୧୭ ଜଣ ଆମେରିକୀୟ ସେନା କର୍ମୀ ଆହତ

ପେଣ୍ଟାଗନ୍ ରିପୋର୍ଟରେ କୁହାଯାଇଛି ଯେ ସଂଘର୍ଷ ସମୟରେ ଅତି କମରେ ୧୧ ଜଣ କର୍ମୀ ଯୁଦ୍ଧରେ ନିହତ ହୋଇଛନ୍ତି, ଆଉ ୭ ଜଣ ଅଣ-ଶତ୍ରୁ ଘଟଣାରେ ମୃତ୍ୟୁବରଣ କରିଛନ୍ତି । ଜୁନ୍ ୩୦ ସୁଦ୍ଧା ଅତି କମରେ ୪୧୭ ଜଣ ଆମେରିକୀୟ ସେବା କର୍ମୀ ଇରାନୀୟ ଆକ୍ରମଣରେ ଆହତ ହୋଇଛନ୍ତି ।

ଆଠଟି ଦେଶରେ ଆମେରିକୀୟ ଘାଟି କ୍ଷତିଗ୍ରସ୍ତ

ଇରାନୀୟ ଆକ୍ରମଣରେ କୁୱେତ, ବାହ୍ରେନ୍, କତାର, ୟୁଏଇ, ସାଉଦି ଆରବ, ଇରାକ, ଓମାନ ଓ ଜୋର୍ଡାନରେ ଥିବା ଆମେରିକୀୟ ଘାଟିରେ ଶହ ଶହ ଭବନ ଓ ଅନ୍ୟ ଢାଞ୍ଚା କ୍ଷତିଗ୍ରସ୍ତ କିମ୍ବା ଧ୍ୱଂସ ହୋଇଛି । ବାହ୍ରେନ୍‌ରେ ଥିବା ଆମେରିକୀୟ ନୌସେନାର ଆଞ୍ଚଳିକ ଲଜିଷ୍ଟିକ୍ସ ହବ୍ ଉପରେ ଆକ୍ରମଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା, ଯାହା ଫଳରେ ସେନାକୁ କର୍ମୀ, ସମ୍ପତ୍ତି, ଷ୍ଟୋରେଜ୍ ସୁବିଧା ଓ ଯୋଗାଣ ଶୃଙ୍ଖଳା ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପଡ଼ିଥିଲା । ଏହି ବ୍ୟାଘାତ ଏତେ ଗମ୍ଭୀର ଥିଲା ଯେ ଭାରତ ମହାସାଗରର ଡିଏଗୋ ଗାର୍ସିଆ ଏକ ଗୁରୁତ୍ୱପୂର୍ଣ୍ଣ ଲଜିଷ୍ଟିକ୍ସ ହବ୍ ହୋଇଉଠିଥିଲା ।

ଆମେରିକୀୟ କୂଟନୈତିକ ସୁବିଧାରେ $୧୮୪ ମିଲିୟନ କ୍ଷତି

ଇରାନୀୟ ଆକ୍ରମଣରେ ଇରାକ, କୁୱେତ, ସାଉଦି ଆରବ ଓ ୟୁଏଇରେ ଥିବା ଆମେରିକୀୟ କୂଟନୈତିକ ସୁବିଧା କ୍ଷତିଗ୍ରସ୍ତ ହୋଇଛି, ଯାହାର ମୋଟ କ୍ଷତି $୧୮୪ ମିଲିୟନ ଅନୁମାନ କରାଯାଇଛି । ଇରାକରେ ସବୁଠାରୁ ଅଧିକ କ୍ଷତି ହୋଇଛି — ପ୍ରାୟ $୧୫୭ ମିଲିୟନ ।

ହଜାର ହଜାର ଆମେରିକୀୟ କୂଟନୈତିକ କର୍ମୀ ବିସ୍ଥାପିତ

ସଂଘର୍ଷ ଫଳରେ ଆଞ୍ଚଳିକ କୂଟନୈତିକ କାର୍ଯ୍ୟ ବ୍ୟାହତ ହୋଇଛି । ଫେବୃଆରୀ ୨୩ ରୁ ଜୁନ୍ ୩୦ ମଧ୍ୟରେ ୩,୫୦୦ ପର୍ଯ୍ୟନ୍ତ କୂଟନୈତିକ କର୍ମୀ ଅଞ୍ଚଳ ବାହାରେ ରହିଥିଲେ । ଆମେରିକା ମଧ୍ୟପ୍ରାଚ୍ୟ ଓ ୟୁରୋପର ବିଭିନ୍ନ ଦେଶରୁ ପ୍ରାୟ ୯,୦୦୦  ଆମେରିକୀୟ ନାଗରିକଙ୍କୁ ଉଦ୍ଧାର କରିଥିଲା । ଷ୍ଟେଟ୍ ଡିପାର୍ଟମେଣ୍ଟ ଅନୁସାରେ ଜୁନ୍ ଶେଷ ସୁଦ୍ଧା ଏହି ଉଦ୍ଧାର କାର୍ଯ୍ୟର ଖର୍ଚ୍ଚ $୧୧ ମିଲିୟନରୁ ଅଧିକ ହୋଇଥିଲା ।

Leave a Reply

Your email address will not be published. Required fields are marked *