ଫୋନ୍ ଯୋଗେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ୟବସାୟ-ପ୍ରତିରକ୍ଷା, ସହ ଅନ୍ୟ ଦ୍ବିପାକ୍ଷୀକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କଲେ ଉଭୟ ନେତା ।
ଫୋନ୍ ଯୋଗେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ୟବସାୟ-ପ୍ରତିରକ୍ଷା, ସହ ଅନ୍ୟ ଦ୍ବିପାକ୍ଷୀକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କଲେ ଉଭୟ ନେତା । ଏଥି ସହିତ ବିଶ୍ବରେ ଶାନ୍ତି ପ୍ରତିଷ୍ଠା ଏବଂ ସୁରକ୍ଷା ଦିଗରେ କାମ କରିବା ପାଇଁ ସହମତ ହୋଇଛନ୍ତି ମୋଦି ଓ ଟ୍ରମ୍ପ୍ । ଏନେଇ ପ୍ରଧାନମନ୍ତ୍ରୀ ନିଜ ଏକ୍ସ ଆକାଉଣ୍ଟରେ ପୋଷ୍ଟ୍ କରି ସୂଚନା ଦେଇଛନ୍ତି। ଆମେରିକା ସହ ଆମେ ବ୍ୟାପକ ବୈଶ୍ବିକ ରଣନୀତିକ ସହଭାଗିତାକୁ ଆଗକୁ ନେବା ପାଇଁ ନିବିଡ଼ ଭାବେ କାମ ଜାରି ରଖିବା ବାଇଁ ରାଜି ଅଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ମୋଦି-ଟ୍ରମ୍ପ୍ ଆଲୋଚନା
ଫୋନ ଯୋଗେ ଡୋନାଲ୍ଡ ଟ୍ରମ୍ପ୍ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
ଆଞ୍ଚଳିକ ତଥା ଅନ୍ତର୍ଜାତୀୟ ପ୍ରସଙ୍ଗରେ ଉଭୟ ନେତାଙ୍କ ମତ ବିନିମୟ
ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଉଭୟ ନେତାଙ୍କ ଆଲୋଚନା
ବୈଶ୍ବିକ ଶାନ୍ତି ଓ ସୁରକ୍ଷା ପ୍ରସଙ୍ଗ ଉପରେ ମୋଦୀ-ଟ୍ରମ୍ପ୍ଙ୍କ ଜୋର୍
ଭାରତ-ଆମେରିକା ସହଭାଗୀତାକୁ ଆଗକୁ ବଢ଼ାଇବାକୁ ଉଭୟ ନେତା ରାଜି
ଭାରତର ରୁଷୀୟ ତୈଳ କ୍ରୟକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ରହିଛି
ଭାରତରୁ ଆମଦାନୀ ସାମଗ୍ରୀ ଉପରେ ୧୦୦% ଶୁଳ୍କ ଲାଗୁ କରିବାକୁ ଧମକ ଦେଇଛି ଆମେରିକା
ଏହି ପରିପ୍ରେକ୍ଷୀରେ, ଶୀର୍ଷ ନେତୃତ୍ୱଙ୍କ ଆଲୋଚନାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି
ପ୍ରଧାନମନ୍ତ୍ରୀ ମୋଦୀ ଡିସେମ୍ବରରେ ଆମେରିକା ଗସ୍ତ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି
ଡିସେମ୍ବର ୧୪-୧୫ରେ ଫ୍ଲୋରିଡାରେ ଅନୁଷ୍ଠିତ ହେବାକୁ ଥିବା ଜି-ଟ୍ବେଷ୍ଟି ସମ୍ମିଳନୀରେ ହୋଇପାରନ୍ତି ସାମିଲ୍
ଏହି ସମୟରେ ସେ ଟ୍ରମ୍ପଙ୍କ ସହ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିପାରନ୍ତି
ଏପର୍ୟ୍ୟନ୍ତ ମୋଦିଙ୍କ ଆମେରିକା ଗସ୍ତ ସମ୍ପର୍କରେ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ

