ମୋଜତାବାଙ୍କ ମୃତ୍ୟୁ ଘଟିନାହିଁ, ସେ ଗୁରୁତର ଆହତ ହୋଇଛନ୍ତି: ଇରାନର ସର୍ବୋଚ୍ଚ ନେତାଙ୍କୁ ନେଇ ଦାବି କଲେ ଟ୍ରମ୍ପ,କଳ୍ପନାଜଳ୍ପନାର ଅନ୍ତ ଘଟିଲା

ଉଲ୍ଲେଖନୀୟ, ମଙ୍ଗଳବାର ଇରାନର ଫାର୍ସ ନ୍ୟୁଜ୍ ମୋଜତାବାଙ୍କ ଏକ ସଂଗୃହିତ ଭିଡିଓ ଜାରି କରିଥିଲା। ରିପୋର୍ଟ ଅନୁଯାୟୀ, ଏହି ଭିଡିଓ ସେ ସର୍ବୋଚ୍ଚ ନେତା ହେବା ପୂର୍ବର ବୋଲି କୁହାଯାଉଛି। ପୂର୍ବରୁ ମେହର ନ୍ୟୁଜ୍ ମଧ୍ୟ ତାଙ୍କର ଏକ ଭିଡିଓ ସେୟାର କରି ଇସ୍ରାଏଲୀ ଗଣମାଧ୍ୟମର ରିପୋର୍ଟକୁ ଖଣ୍ଡନ କରିଥିଲା ଯେଉଁଥିରେ ଦାବି କରାଯାଇଥିଲା ଯେ, ମୋଜତାବା ଗୁରୁତର ଅବସ୍ଥାରେ ଅଛନ୍ତି ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାକ୍ଷାତକାରରେ ଦାବି କରିଛନ୍ତି ଯେ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତାବା ଖେମିନି ଜୀବିତ ଅଛନ୍ତି କିନ୍ତୁ ଚାଲିଥିବା ସାମରିକ କାର୍ୟ୍ୟାନୁଷ୍ଠାନ ସମୟରେ ସେ ଗୁରୁତର ଆହତ ହୋଇଛନ୍ତି। ଆମେରିକୀୟ ସମୀକ୍ଷକ ଗ୍ଲେନ୍ ବେକ୍‌ଙ୍କ ସହିତ ଆଲୋଚନା ସମୟରେ ଟ୍ରମ୍ପ ଏହି ବିବୃତି ଦେଇଛନ୍ତି, ଯାହା ମୋଜତାବାଙ୍କ ସାର୍ବଜନୀନ ଅନୁପସ୍ଥିତିକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛି।ଟ୍ରମ୍ପ କହିଛନ୍ତି ମୁଁ ଭାବୁନାହିଁ ଯେ, ସେ ମରିଯାଇଛନ୍ତି। ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଶରୀରର ବାମ ପାର୍ଶ୍ୱ, ତାଙ୍କ ହାତ, ତାଙ୍କ ଗୋଡ ସବୁକିଛି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି। ଯଦି ଇରାନୀ ନେତା ଗୁରୁତର କିମ୍ବା ମୃତ, ତେବେ ତେହେରାନ ଏକ ବଡ଼ ନାଟକ କରୁଛି। ଯଦି ଏହା ସତ ହୁଏ, ତେବେ ନାଟକକୁ ନିଶ୍ଚିତ ଭାବେ ଉତ୍କୃଷ୍ଟ ଧରଣର କୁହାଯିବ, କାରଣ ସେମାନେ ସବୁବେଳେ ମୋଜତାବାଙ୍କଠାରୁ ଚୂଡ଼ାନ୍ତ ଅନୁମୋଦନ ପାଇବା ବିଷୟରେ କହୁଛନ୍ତି।

ସାମରିକ ଏବଂ ରଣନୈତିକ ଅଭିଯାନ ବିଷୟରେ ସୂଚନା ଦେଇ ସେ ଆମେରିକୀୟ ସଶସ୍ତ୍ର ବାହିନୀର ପ୍ରଶଂସା କରି ସାମ୍ପ୍ରତିକ ସାମୁଦ୍ରିକ ଅଭିଯାନ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଆମେ ଗତକାଲି ରାତିରେ ୨୨ଟି ଡଙ୍ଗାକୁ ନଷ୍ଟ କରିଦେଇଛୁ। ଆମର ନୌସେନା ଏବଂ ଆମର ସେନାର ପ୍ରଦର୍ଶନ ଅବିଶ୍ୱସନୀୟ ହୋଇଛି। ଗତ ଦେଢ଼ ବର୍ଷ ମଧ୍ୟରେ ଆମେରିକାର ଆର୍ଥିକ ସ୍ଥିତି ଯଥେଷ୍ଟ ମଜବୁତ ହୋଇଛି ଏବଂ ଦେଶ ଏକ ବଡ଼ ବିଜୟ ଆଡକୁ ଅଗ୍ରସର ହେଉଛି।

ଉଲ୍ଲେଖନୀୟ, ମଙ୍ଗଳବାର ଇରାନର ଫାର୍ସ ନ୍ୟୁଜ୍ ମୋଜତାବାଙ୍କ ଏକ ସଂଗୃହିତ ଭିଡିଓ ଜାରି କରିଥିଲା। ରିପୋର୍ଟ ଅନୁଯାୟୀ, ଏହି ଭିଡିଓ ସେ ସର୍ବୋଚ୍ଚ ନେତା ହେବା ପୂର୍ବର ବୋଲି କୁହାଯାଉଛି। ପୂର୍ବରୁ ମେହର ନ୍ୟୁଜ୍ ମଧ୍ୟ ତାଙ୍କର ଏକ ଭିଡିଓ ସେୟାର କରି ଇସ୍ରାଏଲୀ ଗଣମାଧ୍ୟମର ରିପୋର୍ଟକୁ ଖଣ୍ଡନ କରିଥିଲା ଯେଉଁଥିରେ ଦାବି କରାଯାଇଥିଲା ଯେ, ମୋଜତାବା ଗୁରୁତର ଅବସ୍ଥାରେ ଅଛନ୍ତି ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ମଧ୍ୟ ଏହି କଳ୍ପନାଜଳ୍ପନାକୁ ଖଣ୍ଡନ କରି କହିଥିଲେ ଯେ, ସର୍ବୋଚ୍ଚ ନେତା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଫେବ୍ରୁଆରିରେ ତାଙ୍କ ପିତା ଆୟୋତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ ମୋଜତାବା ସର୍ବୋଚ୍ଚ ନେତା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ତେବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସେ କୌଣସି ସାର୍ବଜନୀନ ସ୍ଥଳରେ ଉପସ୍ଥିତ ହୋଇନାହାନ୍ତି। କେବଳ ଲିଖିତ ବିବୃତି ମାଧ୍ୟମରେ ସେ ଯୋଗାଯୋଗ କରୁଛନ୍ତି।

Leave a Reply

Your email address will not be published. Required fields are marked *