ମେଟା ଉପରେ କେଜ୍ରିୱାଲଙ୍କ ଅଭିଯୋଗ , ଭାରତରେ ସୀମିତ ହେଲା ସୋସିଆଲ ମିଡିଆ ଆକାଉଣ୍ଟ

ସୋସିଆଲ ମିଡିଆ ଆକାଉଣ୍ଟକୁ ନେଇ ନୂଆ ବିବାଦରେ ଆମ୍ ଆଦମୀ ପାର୍ଟି । ଦଳର ଜାତୀୟ ଆବାହକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ, ମେଟା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଭାରତରେ ସୀମିତ କରିଦେଇଛି ।

ସୋସିଆଲ ମିଡିଆ ଆକାଉଣ୍ଟକୁ ନେଇ ନୂଆ ବିବାଦରେ ଆମ୍ ଆଦମୀ ପାର୍ଟି । ଦଳର ଜାତୀୟ ଆବାହକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ, ମେଟା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଭାରତରେ ସୀମିତ କରିଦେଇଛି । ଏହି ପଦକ୍ଷେପ ପାଇଁ ମେଟା ପକ୍ଷରୁ କୌଣସି ସ୍ପଷ୍ଟ କାରଣ ଦିଆଯାଇନଥିବା କେଜ୍ରିୱାଲ ଦାବି କରିଛନ୍ତି । କେଜ୍ରିୱାଲ କହିଛନ୍ତି, ଆକାଉଣ୍ଟ ସମ୍ପର୍କରେ ସ୍ପଷ୍ଟୀକରଣ ପାଇଁ ମେଟା ଇଣ୍ଡିଆ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ । ସେ ଏହାକୁ ଖରାପ ସେବା ବୋଲି କହିବା ସହ ଏହା ପଛରେ ରାଜନୈତିକ କାରଣ ଥିବା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

ମେଟାର ଫେସବୁକ୍, ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମରେ ରାଜନୈତିକ ନେତାଙ୍କ ଆକାଉଣ୍ଟ ଓ ପୋଷ୍ଟ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ପୂର୍ବରୁ ମଧ୍ୟ ବିବାଦ ଦେଖାଦେଇଛି । ନିକଟରେ ପ୍ରଧାନମନ୍ତ୍ରୀଙ୍କ ଏକ ପୋଷ୍ଟ ସୀମିତ ହେବା ଘଟଣାକୁ ନେଇ ମଧ୍ୟ ମେଟା ସ୍ପଷ୍ଟୀକରଣ ଦେଇଥିଲା । ଅନ୍ୟପଟେ, ସୋସିଆଲ ମିଡିଆ ପ୍ଲାଟଫର୍ମରେ କଣ୍ଟେଣ୍ଟ ମୋଡେରେସନ୍, ଗୋପନୀୟତା ଓ ନିୟନ୍ତ୍ରଣକୁ ନେଇ ଭାରତରେ ଚର୍ଚ୍ଚା ବଢ଼ିଛି । ସରକାର ମଧ୍ୟ ବଡ଼ ଡିଜିଟାଲ ପ୍ଲାଟଫର୍ମମାନଙ୍କ ଭୂମିକା ଓ ଦାୟିତ୍ୱ ନେଇ ନଜର ରଖୁଛନ୍ତି । କେଜ୍ରିୱାଲଙ୍କ ଅଭିଯୋଗ ପରେ ଏବେ ପ୍ରଶ୍ନ ଉଠୁଛି—ସୋସିଆଲ ମିଡିଆ କମ୍ପାନୀମାନେ ଆକାଉଣ୍ଟ ଉପରେ ପଦକ୍ଷେପ ନେବା ବେଳେ କେତେ ସ୍ୱଚ୍ଛତା ରଖୁଛନ୍ତି? ଏବଂ ରାଜନୈତିକ ବ୍ୟକ୍ତିଙ୍କ ଡିଜିଟାଲ ଉପସ୍ଥିତି ଉପରେ ଏଭଳି ପଦକ୍ଷେପର ପ୍ରଭାବ କେତେ ରହିବ, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

Leave a Reply

Your email address will not be published. Required fields are marked *