‘ମୁଁ ହ୍ରିତିକ୍ ରୋଶନ ଭଳି ଦେଖାଯାଏ ବୋଲି ସାଙ୍ଗ କହନ୍ତି’… କଙ୍ଗନାଙ୍କ କଟାକ୍ଷର ମଜାଦାର ଜବାବ ଦେଲେ କକ୍ରୋଚ୍ ଜନତା ପାର୍ଟିର ସୌରଭ ଦାସ

କଙ୍ଗନା ରାଣାୱତ ଓ କକ୍ରୋଚ୍ ଜନତା ପାର୍ଟିର ମୁଖପାତ୍ର ସୌରଭ ଦାସଙ୍କ ମଧ୍ୟରେ ଚାଲିଥିବା ବାକ୍‌ଯୁଦ୍ଧ ଏବେ ନୂଆ ମୋଡ଼ ନେଇଛି। ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ ସୌରଭଙ୍କୁ ‘ଅଯୋଗ୍ୟ’ ଓ ‘ବେକାର’ ବୋଲି କହିବା ପରେ ସେ ହାସ୍ୟରସ ମାଧ୍ୟମରେ ଏହାର ଜବାବ ଦେଇଛନ୍ତି ।

କଙ୍ଗନା ରାଣାୱତ ଓ କକ୍ରୋଚ୍ ଜନତା ପାର୍ଟିର ମୁଖପାତ୍ର ସୌରଭ ଦାସଙ୍କ ମଧ୍ୟରେ ଚାଲିଥିବା ବାକ୍‌ଯୁଦ୍ଧ ଏବେ ନୂଆ ମୋଡ଼ ନେଇଛି। ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ ସୌରଭଙ୍କୁ ‘ଅଯୋଗ୍ୟ’ ଓ ‘ବେକାର’ ବୋଲି କହିବା ପରେ ସେ ହାସ୍ୟରସ ମାଧ୍ୟମରେ ଏହାର ଜବାବ ଦେଇଛନ୍ତି । ସାମ୍ବାଦିକ ବର୍ଖା ଦତ୍ତଙ୍କ ସହ କଥାବାର୍ତ୍ତା ବେଳେ ସୌରଭ କହିଛନ୍ତି, ତାଙ୍କ ଉପରେ କଙ୍ଗନାଙ୍କ ନଜର କାହିଁକି ପଡ଼ିଲା ସେଥିରେ ସେ ଆଶ୍ଚର୍ଯ୍ୟ । ମଜା କରି ସେ କହିଛନ୍ତି, ତାଙ୍କ ସାଙ୍ଗମାନେ କହୁଛନ୍ତି ଯେ ସେ ଯୁବ ଅଭିନେତା ହ୍ରିତିକ୍ ରୋଶନଙ୍କ ଭଳି ଦେଖାଯାଆନ୍ତି, ସେଥିପାଇଁ ହୁଏତ କଙ୍ଗନା ତାଙ୍କୁ ଟାର୍ଗେଟ୍ କରୁଛନ୍ତି ।

ସୌରଭ କହିଛନ୍ତି, କଙ୍ଗନାଙ୍କ ପ୍ରତି ତାଙ୍କର କୌଣସି ବ୍ୟକ୍ତିଗତ ରାଗ ନାହିଁ । ବିବାଦକୁ ବ୍ୟକ୍ତିଗତ ଆକ୍ରମଣ ବଦଳରେ ଆଲୋଚନା ମାଧ୍ୟମରେ ସମାଧାନ କରିବା ଉଚିତ୍ ବୋଲି ସେ କହିଛନ୍ତି। ସେ କଙ୍ଗନାଙ୍କୁ ଆଲୋଚନା ପାଇଁ ଆମନ୍ତ୍ରଣ ମଧ୍ୟ ଦେଇଛନ୍ତି । ସୌରଭ କହିଛନ୍ତି, ଯଦି କଙ୍ଗନା ଚାହିଁବେ ତେବେ ସେ ତାଙ୍କ ସହ କଥା ହେବାକୁ ପ୍ରସ୍ତୁତ । ମତଭେଦ ଥିଲେ ମଧ୍ୟ ପରସ୍ପରକୁ ସମ୍ମାନ ଦେବା ଆବଶ୍ୟକ ।

ଏହି ବିବାଦର ଆରମ୍ଭ ହୋଇଥିଲା  ନିଟ୍- ୟୁଜି2026 ବିକ୍ଷୋଭ ଓ ଜେଲ- ଜି ସମ୍ପର୍କିତ କଙ୍ଗନାଙ୍କ ମନ୍ତବ୍ୟକୁ ନେଇ । ସୌରଭ ଦାସ କଙ୍ଗନାଙ୍କ ମତକୁ ସମାଲୋଚନା କରିଥିଲେ । ଏହା ପରେ କଙ୍ଗନା ସୋସିଆଲ ମିଡିଆରେ ତାଙ୍କୁ ଟାର୍ଗେଟ୍ କରିଥିଲେ । ତେବେ ବ୍ୟକ୍ତିଗତ ବିବାଦ ମଧ୍ୟରେ ମଧ୍ୟ ସୌରଭ ଆଲୋଚନାର ରାସ୍ତା ଖୋଲା ରଖିବା କଥା କହିଛନ୍ତି । ଏହି ଘଟଣାକୁ ନେଇ ରାଜନୀତି ଓ ସିନେମା ମହଲରେ ଚର୍ଚ୍ଚା ଜାରି ରହିଛି ।

Leave a Reply

Your email address will not be published. Required fields are marked *