ସ୍ୱାଧୀନତା ଦିବସ ପାଳନ ଅବସରରେ ବ୍ରହ୍ମପୁରରେ ଗୁଞ୍ଜରିତ ଦେଶପ୍ରେମର ସଙ୍ଗୀତ । ଏନ୍ଆଇଏସ୍ଟି ୟୁନିଭର୍ସିଟି ପରିସରରେ ଆୟୋଜିତ ହୋଇଛି ଭାରତୀୟ ନୌସେନା ବ୍ୟାଣ୍ଡର ମନମୁଗ୍ଧକର କନ୍ସର୍ଟ ।
ସ୍ୱାଧୀନତା ଦିବସ ପାଳନ ଅବସରରେ ବ୍ରହ୍ମପୁରରେ ଗୁଞ୍ଜରିତ ଦେଶପ୍ରେମର ସଙ୍ଗୀତ । ଏନ୍ଆଇଏସ୍ଟି ୟୁନିଭର୍ସିଟି ପରିସରରେ ଆୟୋଜିତ ହୋଇଛି ଭାରତୀୟ ନୌସେନା ବ୍ୟାଣ୍ଡର ମନମୁଗ୍ଧକର କନ୍ସର୍ଟ । ଦେଶଭକ୍ତିମୂଳକ ସଙ୍ଗୀତରେ ଝୁମିଲେ ହଜାର ହଜାର ଦର୍ଶକ। ଭାରତର ୮୦ତମ ସ୍ୱାଧୀନତା ଦିବସ ପାଳନର ଅଂଶ ଭାବେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଥିଲା ଆଇଏନ୍ଏସ୍ ଚିଲିକା । ନୌସେନା ବ୍ୟାଣ୍ଡର କଳାକାରମାନେ ପରିବେଷଣ କରିଥିଲେ ଦେଶପ୍ରେମ, ସାମରିକ ଗରିମା ଓ ଆଧୁନିକ ସଙ୍ଗୀତର ଅନନ୍ୟ ସମନ୍ୱୟ ।
‘ମା ତୁଝେ ସଲାମ, ‘ଲେହରା ଦୋ, ‘ଭାରତ ହମକୋ ଜାନ୍ ସେ ପ୍ୟାରା ହୈ, ‘ଜୟ ହୋ, ‘ତେରି ମିଟ୍ଟି, ଭଳି ଲୋକପ୍ରିୟ ଦେଶଭକ୍ତିମୂଳକ ସଙ୍ଗୀତରେ ଝୁମିଥିଲେ ପ୍ରାୟ ଦୁଇ ହଜାର ଦର୍ଶକ । କାର୍ଯ୍ୟକ୍ରମରେ ଏନ୍ଆଇଏସ୍ଟି ୟୁନିଭର୍ସିଟିର ଡିନ୍ ଡକ୍ଟର ରାଜେଶ କେ. ପନକାଲା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଭେଟେରାନ୍, ସିଭିଲ୍ ଅଥରିଟିଜ୍, ବିଭିନ୍ନ ସ୍କୁଲ୍ ଓ କଲେଜର ଛାତ୍ରଛାତ୍ରୀ, ଏନ୍ସିସି କ୍ୟାଡେଟ୍ଙ୍କ ସମେତ ପ୍ରାୟ ୨ ହଜାର ଦର୍ଶକ ସାମିଲ ଥିଲେ ।

