ମା’ ତାରାତାରିଣୀ ପୀଠରେ ଆରମ୍ଭ ଷୋଡ଼ଶ ଉପଚାର ପୂଜା

ଗଞ୍ଜାମର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା । ପବିତ୍ର ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ଧରି ଚାଲିବ ଏହି ସ୍ବତନ୍ତ୍ର ପୂଜାର୍ଚ୍ଚନା ।

ଗଞ୍ଜାମର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା । ପବିତ୍ର ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ଧରି ଚାଲିବ ଏହି ସ୍ବତନ୍ତ୍ର ପୂଜାର୍ଚ୍ଚନା ।

ପୂଜାର ପ୍ରଥମ ଦିନ ସନ୍ଧ୍ୟାରେ ଋଷିକୂଲ୍ୟା ନଦୀ କୂଳରେ ପହଞ୍ଚିଥିଲେ ମନ୍ଦିରର ସେବାୟତ ଓ ସେବାୟତ ପରିବାରର ମହିଳାମାନେ । ପରମ୍ପରା ଓ ରୀତିନୀତି ଅନୁସାରେ ନଦୀ ପୂଜା ପରେ ସହସ୍ରାଧିକ ମାଠିଆରେ ପାଣି ସଂଗ୍ରହ କରାଯାଇଥିଲା । ମୁଣ୍ଡରେ ମାଠିଆ ଧରି ୯୯୯ ପାହାଚ ଚଢ଼ି ମନ୍ଦିରରେ ପହଞ୍ଚିଥିଲେ ମହିଳାମାନେ । ପରେ ସ୍ନାନ ମଣ୍ଡପରେ ବିଭିନ୍ନ ରୀତିନୀତି ଅନୁସାରେ ମା’ଙ୍କ ପୂଜାର୍ଚ୍ଚନା ସହ ମହାସ୍ନାନ କରାଯାଇଥିଲା । ଏହାପରେ ମା’ଙ୍କୁ ପୁଣି ମନ୍ଦିର ଭିତରକୁ ନିଆଯାଇ ସେଠାରେ ମଧ୍ୟ ମହାସ୍ନାନ କରାଯାଇଥିଲା । ପରେ ବିଧିବିଧାନ ଅନୁସାରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା ।

ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ପୀଠରେ ପ୍ରତ୍ୟହ ଚଣ୍ଡିପାଠ, ହୋମ ଓ ଯଜ୍ଞ ସହ ବିଭିନ୍ନ ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହେବ । ମା’ଙ୍କ ଷୋଡ଼ଶ ଉପଚାର ପୂଜାରେ ସାମିଲ ହେବା ସହ ମା’ଙ୍କ ସ୍ନାନ ଓ ଦର୍ଶନ କରି ଭକ୍ତଙ୍କ ମନରେ ଭରିଛି ଆଧ୍ୟାତ୍ମିକ ଭାବ । ୧୬ ଦିନ ଧରି ଚାଲିବାକୁ ଥିବା ଏହି ସ୍ବତନ୍ତ୍ର ପୂଜାର୍ଚ୍ଚନା ସମୟରେ ମା’ଙ୍କ ଦର୍ଶନ ପାଇଁ ପୀଠରେ ଭକ୍ତଙ୍କ ଭିଡ଼ ଜମିବ । ଏହି ସମୟରେ ମା’ ତାରାତାରିଣୀଙ୍କ ଦର୍ଶନ କଲେ ଦୁଃଖ ଲାଘବ ହୁଏ ବୋଲି ଭକ୍ତମାନଙ୍କ ମଧ୍ୟରେ ରହିଛି ଅଗାଢ଼ ବିଶ୍ୱାସ ।

Leave a Reply

Your email address will not be published. Required fields are marked *