ଅନ୍ୟମାନଙ୍କ ଯତ୍ନ ନେବାରେ ବ୍ୟସ୍ତ ରହୁଥିବା ମହିଳାମାନେ ନିଜ ସ୍ୱାସ୍ଥ୍ୟକୁ କରନ୍ତି ଅଣଦେଖା । ଆଉ ଏଥିପାଇଁ ଏବେ ମହିଳା ଓ ଗୃହିଣୀଙ୍କ ଭିତରେ ବଢ଼ୁଛି ହୃଦ୍ରୋଗର ସମସ୍ୟା ।
ଅନ୍ୟମାନଙ୍କ ଯତ୍ନ ନେବାରେ ବ୍ୟସ୍ତ ରହୁଥିବା ମହିଳାମାନେ ନିଜ ସ୍ୱାସ୍ଥ୍ୟକୁ କରନ୍ତି ଅଣଦେଖା । ଆଉ ଏଥିପାଇଁ ଏବେ ମହିଳା ଓ ଗୃହିଣୀଙ୍କ ଭିତରେ ବଢ଼ୁଛି ହୃଦ୍ରୋଗର ସମସ୍ୟା । ବିଶ୍ୱ ହୃଦୟ ଦିବସ ଅବସରରେ ଏନେଇ ସଚେତନତା ବଢ଼ାଇବା ସହ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାର ଆବଶ୍ୟକତା ଉପରେ ଜୋର ଦିଆଯାଇଛି । ଡାକ୍ତରମାନଙ୍କ ମତରେ, ଦୀର୍ଘ ସମୟର ମାନସିକ ଚାପ, ନିଦ୍ରା ଅଭାବ, ଅନିୟମିତ ଖାଦ୍ୟାଭ୍ୟାସ, ଶାରୀରିକ ନିଷ୍କ୍ରିୟତା ଏବଂ ନିଜ ପାଇଁ ଡାକ୍ତରୀ ପରାମର୍ଶ ନନେବା ମହିଳାଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି । ବିଶେଷକରି ଉଚ୍ଚ ରକ୍ତଚାପ, ମଧୁମେହ, ଅଧିକ କୋଲେଷ୍ଟେରଲ, ମୋଟାପଣ ଓ ତମାଖୁ ବ୍ୟବହାର ହୃଦ୍ରୋଗର ପ୍ରମୁଖ କାରଣ ବୋଲି କୁହାଯାଇଛି ।
ଅନେକ ମହିଳା ପରିବାର, ଚାକିରି ଓ ଯତ୍ନଦାୟିତ୍ୱ ମଧ୍ୟରେ ନିଜ ସ୍ୱାସ୍ଥ୍ୟକୁ ପଛକୁ ରଖୁଥିବାରୁ ହୃଦ୍ରୋଗର ଲକ୍ଷଣକୁ ଅଣଦେଖା କରିଥା ନ୍ତି। ଛାତିରେ ଯନ୍ତ୍ରଣା ବା ଅସୁବିଧା, ଶ୍ୱାସକଷ୍ଟ, ହଠାତ୍ ଦୁର୍ବଳତା, ମୁଣ୍ଡ ବୁଲିବା ଓ ଅତ୍ୟଧିକ ଥକାପଣ ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା ପରାମର୍ଶ ନେବାକୁ କୁହାଯାଇଛି । ଡାକ୍ତରମାନେ ପରିବାରର ସମସ୍ତ ସଦସ୍ୟଙ୍କୁ ଯତ୍ନଦାୟିତ୍ୱ ବାଣ୍ଟିନେବା ସହ ମହିଳା ଓ କେୟାରଗିଭରଙ୍କୁ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ସମୟ ଦେବାକୁ ପରାମର୍ଶ ଦେଇଛନ୍ତି । ସୁସ୍ଥ ଖାଦ୍ୟ, ନିୟମିତ ଶାରୀରିକ କ୍ରିୟାକଳାପ, ପର୍ଯ୍ୟାପ୍ତ ନିଦ୍ରା ଓ ତମାଖୁରୁ ଦୂରେଇ ରହିବା ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହେବ ।
ହୃଦ୍ରୋଗ
ମହିଳାଙ୍କ ପାଇଁ ସତର୍କତା
ମହିଳାଙ୍କ ମଧ୍ୟରେ ବଢ଼ୁଛି ହୃଦ୍ରୋଗ ସମସ୍ୟା
ପରିବାର, ଚାକିରି ଓ ଅନ୍ୟମାନଙ୍କ ଯତ୍ନ ନେବାରେ ବ୍ୟସ୍ତ
ନିଜ ସ୍ୱାସ୍ଥ୍ୟକୁ ଅଣଦେଖା କରୁଛନ୍ତି ଗୃହିଣୀ
ମହିଳାଙ୍କୁ ସତର୍କ କରାଇଲେ ହୃଦ୍ରୋଗ ବିଶେଷଜ୍ଞ
ହୃଦ୍ରୋଗ ବଢ଼ିବାର ପ୍ରମୁଖ କାରଣ ଉଚ୍ଚ ରକ୍ତଚାପ, କୋଲେଷ୍ଟେରଲ, ମାନସିକ ଚାପ
ନିଦ୍ରା ଅଭାବ ଓ ଅନିୟମିତ ଖାଦ୍ୟାଭ୍ୟାସ ମହିଳାଙ୍କ ହୃଦୟର ସ୍ବାସ୍ଥ୍ୟକୁ କରୁଛି ପ୍ରଭାବିତ
ଶ୍ୱାସକଷ୍ଟ, ଅସାଧାରଣ ଥକାପଣ, ମୁଣ୍ଡ ବୁଲାଇବା ଲକ୍ଷଣ ଅଣଦେଖା ନକରିବାକୁ ପରାମର୍ଶ
ନିୟମିତ ବ୍ୟବଧାନରେ ରକ୍ତଚାପ, ରକ୍ତଶର୍କରା ଓ କୋଲେଷ୍ଟେରଲ ଯାଞ୍ଚ କରାଇବାକୁ ପରାମର୍ଶ
ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ, ପର୍ଯ୍ୟାପ୍ତ ନିଦ୍ରା ହୃଦୟକୁ ରଖିବ ସୁସ୍ଥ

