ମନଇଚ୍ଛା ନେଇପାରିବେନି SIM! ୨୪ରୁ ସରକାରଙ୍କ କଡ଼ା ଆକ୍ସନ୍‌

ଆପଣଙ୍କ ନାଁରେ ଅନୁମୋଦିତ ସୀମା ପୂର୍ବରୁ ପୂରଣ ହୋଇସାରିଥିଲେ, ଆଉ ନୂଆ ମୋବାଇଲ୍‌ କନେକ୍ସନ୍‌ ଦେବେନାହିଁ ଟେଲିକମ୍‌ କମ୍ପାନୀ । ଅଗଷ୍ଟ ୨୪ରୁ ଏହି ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ଯାଉଛି ଦୂରସଞ୍ଚାର ବିଭାଗ ବା DoT । ଏନେଇ ଅଗଷ୍ଟ ୧୭ରେ ଟେଲିକମ୍‌ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

ଆପଣଙ୍କ ନାଁରେ ଅଛି କେତୋଟି ସିମ୍‌ । ୨୪ ଅଗଷ୍ଟରୁ ନୂଆ ନିୟମ । ଏଣିକି ମନଇଚ୍ଛା ନେଇପାରିବେନି ନୂଆ ସିମ୍‌ । ଆପଣଙ୍କ ନାଁରେ ଅନୁମୋଦିତ ସୀମା ପୂର୍ବରୁ ପୂରଣ ହୋଇସାରିଥିଲେ, ଆଉ ନୂଆ ମୋବାଇଲ୍‌ କନେକ୍ସନ୍‌ ଦେବେନାହିଁ ଟେଲିକମ୍‌ କମ୍ପାନୀ । ଅଗଷ୍ଟ ୨୪ରୁ ଏହି ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ଯାଉଛି ଦୂରସଞ୍ଚାର ବିଭାଗ ବା DoT । ଏନେଇ ଅଗଷ୍ଟ ୧୭ରେ ଟେଲିକମ୍‌ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

ଆପଣଙ୍କ ନାଁରେ କେତୋଟି ସିମ୍‌ ରହିପାରିବ?

ସାଧାରଣ ଭାବେ ଜଣେ ବ୍ୟକ୍ତିଙ୍କ ନାଁରେ ସର୍ବାଧିକ ୯ଟି ମୋବାଇଲ୍‌ କନେକ୍ସନ୍‌ ରହିପାରିବ। ଏହି ସୀମା ସମସ୍ତ ଟେଲିକମ୍‌ ଅପରେଟର୍‌ ଏବଂ ଟେଲିକମ୍‌ ସର୍କଲ୍‌କୁ ମିଶାଇ ଲାଗୁ ହେବ । କିନ୍ତୁ ଜମ୍ମୁ-କଶ୍ମୀର, ଆସାମ ଏବଂ ଉତ୍ତର-ପୂର୍ବାଞ୍ଚଳର କିଛି ରାଜ୍ୟରେ ଏହି ସୀମା ୬ଟି କନେକ୍ସନ୍‌ । ଅର୍ଥାତ୍‌, ଆପଣଙ୍କ ନାଁରେ ଗୋଟିଏ କମ୍ପାନୀର ୫ଟି ଏବଂ ଅନ୍ୟ କମ୍ପାନୀର ୪ଟି ସିମ୍‌ ଥିଲେ ମଧ୍ୟ ମୋଟ ସଂଖ୍ୟା ୯ ଭାବେ ଗଣାଯିବ ।

ନୂଆ ନିୟମରେ କ’ଣ ବଦଳିବ?

ସିମ୍‌ ସଂଖ୍ୟାର ସୀମା ନୂଆ ନୁହେଁ। ବଦଳୁଛି ଏହାକୁ ଯାଞ୍ଚ କରିବାର ପ୍ରକ୍ରିୟା । ଆପଣ ନୂଆ ସିମ୍‌ ନେବାକୁ ଗଲେ ଟେଲିକମ୍‌ କମ୍ପାନୀ ଯାଞ୍ଚ କରିବ ଯେ, ଆପଣଙ୍କ ନାଁରେ ପୂର୍ବରୁ କେତୋଟି ମୋବାଇଲ୍‌ ନମ୍ବର ରହିଛି । ଏଥିପାଇଁ DoTର Digital Intelligence Platform ବା DIP ବ୍ୟବହାର କରାଯିବ । ବିଭିନ୍ନ ଟେଲିକମ୍‌ କମ୍ପାନୀର ଗ୍ରାହକଙ୍କ ତଥ୍ୟକୁ ଏହି ପ୍ଲାଟଫର୍ମ ମାଧ୍ୟମରେ ଯାଞ୍ଚ କରାଯିବ ।

ନୂଆ ସିମ୍‌ ନେବା ବେଳେ ସାବଧାନ!

ନୂଆ କନେକ୍ସନ୍‌ ନେବା ସମୟରେ ଗ୍ରାହକଙ୍କୁ ନିଜ ନାଁରେ ପୂର୍ବରୁ ଥିବା ମୋବାଇଲ୍‌ ନମ୍ବର ସମ୍ପର୍କରେ ସୂଚନା ଦେବାକୁ ପଡ଼ିବ । ଅନ୍ୟ ଟେଲିକମ୍‌ କମ୍ପାନୀରୁ କିମ୍ବା ଅନ୍ୟ ଟେଲିକମ୍‌ ସର୍କଲ୍‌ରୁ ନିଆଯାଇଥିବା ସିମ୍‌ ମଧ୍ୟ ଏଥିରେ ସାମିଲ ହେବ । ଯଦି ଯାଞ୍ଚ ପରେ ଜଣାପଡ଼େ ଯେ ଆପଣ ଅନୁମୋଦିତ ସୀମା ପୂରଣ କରିସାରିଛନ୍ତି, ତେବେ ଆଉ ନୂଆ ସିମ୍‌ ଦିଆଯିବ ନାହିଁ ।

ଭୁଲ୍‌ରେ ଅଧିକ ସିମ୍‌ ଦିଆଗଲେ?

ଯଦି କୌଣସି କାରଣରୁ ଅନୁମୋଦିତ ସୀମାଠାରୁ ଅଧିକ ମୋବାଇଲ୍‌ କନେକ୍ସନ୍‌ ଆକ୍ଟିଭ୍‌ ହୋଇଯାଏ, ତେବେ ତାହାକୁ ତୁରନ୍ତ ଗୋଟିଏ ଦିନ ପାଇଁ ସସ୍ପେଣ୍ଡ କରାଯାଇପାରେ। ପରେ ନିୟମ ଅନୁସାରେ ଆବଶ୍ୟକ ପଦକ୍ଷେପ ନିଆଯିବ । ଏହି ନୂଆ ବ୍ୟବସ୍ଥାକୁ ଟେଲିକମ୍‌ କମ୍ପାନୀଗୁଡ଼ିକର ସିଷ୍ଟମ୍‌ରେ ସଂଯୋଜନ କରିବା ପାଇଁ ନଭେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ତେବେ ସରକାରଙ୍କ ଲକ୍ଷ୍ୟ ହେଉଛି, ଜଣେ ବ୍ୟକ୍ତିଙ୍କ ନାଁରେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ସିମ୍‌ ନ ରହିବା ଏବଂ ମୋବାଇଲ୍‌ କନେକ୍ସନ୍‌ର ଅପବ୍ୟବହାରକୁ ରୋକିବା ।

Leave a Reply

Your email address will not be published. Required fields are marked *