ମଦଠାରୁ ମାରାତ୍ମକ ଏହି ସବୁ ଖାଦ୍ୟ , ଲିଭରକୁ କରିଦେଇପାରେ ଖରାପ ; ସତର୍କ କଲେ ଏମ୍ସ ଡାକ୍ତର

ଆପଣ ମଦ୍ୟପାନ କରୁ ନ ଥାଇ ପାରନ୍ତି, କିନ୍ତୁ ଆପଣଙ୍କ ରୋଷେଇ ଘରେ ଥିବା କିଛି ଜିନିଷ ଆପଣଙ୍କ ଲିଭରକୁ ମଦ ପରି ହିଁ ଧୀରେ ଧୀରେ ନଷ୍ଟ କରିଦେଉଛି। ଏହାକୁ ଡାକ୍ତରୀ ଭାଷାରେ ‘ନନ୍-ଅଲକୋହଲିକ୍ ଫ୍ୟାଟି ଲିଭର ଡିଜିଜ୍’ କୁହାଯାଏ, ଯାହା ବର୍ତ୍ତମାନ ଭାରତ ପାଇଁ ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି ।

ସାଧାରଣତଃ ଯଦି କାହାର ଲିଭର ବା ଯକୃତ ଖରାପ ହୁଏ, ତେବେ ସମାଜରେ ଲୋକେ ପ୍ରଥମେ ଭାବନ୍ତି ଯେ ବ୍ୟକ୍ତିଜଣକ ନିଶ୍ଚିତ ଭାବେ ମଦ୍ୟପାନ କରୁଥିବେ । କିନ୍ତୁ ଆଧୁନିକ ଚିକିତ୍ସା ବିଜ୍ଞାନ ଏହି ଧାରଣାକୁ ସମ୍ପୂର୍ଣ୍ଣ ଭୁଲ ବୋଲି ପ୍ରମାଣିତ କରିଛି । ଆପଣ ମଦ୍ୟପାନ କରୁ ନ ଥାଇ ପାରନ୍ତି, କିନ୍ତୁ ଆପଣଙ୍କ ରୋଷେଇ ଘରେ ଥିବା କିଛି ଜିନିଷ ଆପଣଙ୍କ ଲିଭରକୁ ମଦ ପରି ହିଁ ଧୀରେ ଧୀରେ ନଷ୍ଟ କରିଦେଉଛି। ଏହାକୁ ଡାକ୍ତରୀ ଭାଷାରେ ‘ନନ୍-ଅଲକୋହଲିକ୍ ଫ୍ୟାଟି ଲିଭର ଡିଜିଜ୍’ କୁହାଯାଏ, ଯାହା ବର୍ତ୍ତମାନ ଭାରତ ପାଇଁ ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି ।

ପ୍ରତିଷ୍ଠିତ ମେଡିକାଲ ଜର୍ନାଲ ‘ଦ ଲାନ୍‌ସେଟ୍‌’ର ଏକ ନିକଟତର ଗବେଷଣା ଅନୁଯାୟୀ, ଭାରତର ପ୍ରତି ୧୦ ଜଣ ବୟସ୍କଙ୍କ ମଧ୍ୟରୁ ପ୍ରାୟ ୪ ଜଣ ଏହି ରୋଗର ଶିକାର । ପ୍ରାୟ ୭,୭୬୪ ଜଣଙ୍କ ଉପରେ କରାଯାଇଥିବା ପରୀକ୍ଷାରୁ ଜଣାପଡ଼ିଛି ଯେ ୩୯ ପ୍ରତିଶତ ଲୋକଙ୍କ ଲିଭରରେ ଅତ୍ୟଧିକ ଚର୍ବି ଜମା ହୋଇଛି। ଯଦି ଏହାକୁ ସମୟ ସମୟରେ ଚିକିତ୍ସା କରା ନଯାଏ, ତେବେ ଏହା ଲିଭର ସିରୋସିସ୍ ଏବଂ କ୍ୟାନ୍‌ସର ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ ।

ଦିଲ୍ଲୀ ଏମ୍ସର ପ୍ରଫେସର ଡାକ୍ତର ଶାଲିମାରଙ୍କ ଅନୁସାରେ, ଯେତେବେଳେ ଲିଭରରେ ୫ ପ୍ରତିଶତରୁ ଅଧିକ ଚର୍ବି ଜମା ହୁଏ, ତାକୁ ‘ଫ୍ୟାଟି ଲିଭର’ କୁହାଯାଏ। ଏହାର ମୁଖ୍ୟ କାରଣ ହେଉଛି ଆମର ଦୈନନ୍ଦିନ ଖାଦ୍ୟପେୟ ।

– ଚିନି ଏବଂ ତେଲର ଅତ୍ୟଧିକ ବ୍ୟବହାର ଲିଭର ପାଇଁ ବିଷ ସଦୃଶ ।
– ପିଜା, ବର୍ଗର ଓ ପ୍ରୋସେସଡ୍ ଫୁଡ୍ ଆମ ଅନ୍ତନଳୀରେ ଥିବା ଭଲ ବ୍ୟାକ୍ଟେରିଆକୁ ନଷ୍ଟ କରିଦିଅନ୍ତି, ଯାହା ସିଧାସଳଖ ଲିଭରକୁ କ୍ଷତି ପହଞ୍ଚାଏ ।
-ସାମାନ୍ୟ କଷ୍ଟ ହେଲେ ବିନା ପରାମର୍ଶରେ ଔଷଧ ଖାଇବା ଦ୍ୱାରା ଲିଭର ଉପରେ ଚାପ ପଡ଼ିଥାଏ ।

ଏକ ସାଧାରଣ ଧାରଣା ଅଛି ଯେ କେବଳ ମୋଟା ଲୋକଙ୍କର ଫ୍ୟାଟି ଲିଭର ହୁଏ। କିନ୍ତୁ ଡାକ୍ତରଙ୍କ ଅନୁଯାୟୀ, ପତଳା ଲୋକଙ୍କ ଖାଦ୍ୟପେୟ ଠିକ୍ ନଥିଲେ ସେମାନଙ୍କୁ ମଧ୍ୟ ଏହି ରୋଗ ହୋଇପାରେ, ଯାହାକୁ ‘ଲିନ୍ ଏନ୍ଏଏଫ୍ଏଲ୍‌ଡି’ କୁହାଯାଏ।

କିପରି ରଖିବେ ନିଜ ଲିଭରକୁ ସୁରକ୍ଷିତ?

  • ଖାଦ୍ୟରେ ତେଲ, ମଇଦା ଏବଂ ଚିନିର ପରିମାଣ ଯଥାସମ୍ଭବ କମାନ୍ତୁ ।
  • ନିୟମିତ ଭାବେ ବ୍ୟାୟାମ ବା ଯୋଗ କରନ୍ତୁ ।
  • ବାହାର ଖାଦ୍ୟ ଅପେକ୍ଷା ଘର ରନ୍ଧା ସତେଜ ଖାଦ୍ୟକୁ ପ୍ରାଧାନ୍ୟ ଦିଅନ୍ତୁ ।
  • ବିନା ଡାକ୍ତରୀ ପରାମର୍ଶରେ କୌଣସି ବି ଔଷଧ ସେବନ କରନ୍ତୁ ନାହିଁ । 

ଲିଭର ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ‘ରାସାୟନିକ କାରଖାନା ‘। ଏହାର ଯତ୍ନ ନେବା ଆପଣଙ୍କ ହାତରେ । ମନେରଖନ୍ତୁ, ମୁହୂର୍ତ୍ତକର ଜୀଭର ସ୍ୱାଦ ଅପେକ୍ଷା ଜୀବନର ସ୍ୱାସ୍ଥ୍ୟ ଅଧିକ ମୂଲ୍ୟବାନ । ସଚେତନ ରୁହନ୍ତୁ ଏବଂ ସୁସ୍ଥ ରୁହନ୍ତୁ । 

Leave a Reply

Your email address will not be published. Required fields are marked *