ଭାରତୀୟ ସେନାର ନୂଆ ଡ୍ରେସ୍ କୋଡ୍ । ଉପନିବେଶ ଯୁଗର ପରମ୍ପରା ଦୂର କରିବାକୁ ଉଦ୍ୟମ । ଯବାନମାନେ ବନ୍ଦ ବେକ ଥିବା ଜ୍ୟାକେଟ୍ ପିନ୍ଧିବେ । ସେରିମୋନିଆଲ୍ ପାଉଚ୍ ବେଲ୍ଟ ହଟାଇ ଦିଆଯାଇଛି ।
ଭାରତୀୟ ସେନାର ନୂଆ ଡ୍ରେସ୍ କୋଡ୍ । ଉପନିବେଶ ଯୁଗର ପରମ୍ପରା ଦୂର କରିବାକୁ ଉଦ୍ୟମ । ଯବାନମାନେ ବନ୍ଦ ବେକ ଥିବା ଜ୍ୟାକେଟ୍ ପିନ୍ଧିବେ । ସେରିମୋନିଆଲ୍ ପାଉଚ୍ ବେଲ୍ଟ ହଟାଇ ଦିଆଯାଇଛି । ପରେଡରେ ଖଣ୍ଡା ବହନ କରିବାକୁ କରାଯାଇଛି ଇଚ୍ଛାଧୀନ । ସବୁ ପାହ୍ୟା ସୈନିକମାନଙ୍କ ପାଇଁ ଥ୍ରି – ବି ନୂଆ ପୋଷାକ । ଟାଟୁ କରିବା ଓ ନିଶ ରଖିବା ନେଇ ହେଲା କଠୋର ନିୟମ । ମହିଳା ଅଧିକାରୀଙ୍କ ପାଇଁ କୁର୍ତ୍ତା- ସାଲଓ୍ବାର , ସିଧା ଗୋଡ଼ ପ୍ୟାଣ୍ଟ । ସାଦାରଙ୍ଗର ଶାଢ଼ି କିମ୍ବା ଦୁପଟ୍ଟା ପିନ୍ଧିପାରିବେ ମହିଳା ଅଧିକାରୀ । ହାତ ନଥିବା କୁର୍ତ୍ତା , ପ୍ଲାଜୋ ଓ ସିଗାରେଟ୍ ପ୍ୟାଣ୍ଟ୍ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ପ୍ରସାଧନ ସାମଗ୍ରୀ ଉପରେ ନୂଆ ନିୟମ ଲାଗୁ କରାଯାଇଛି ।

