ଭାରତୀୟ ବଂଶୋଦ୍ଭବ ନବୀ ପିଲ୍ଲେଙ୍କୁ ନୋବେଲ ଶାନ୍ତି ପୁରସ୍କାର  ; ଶାନ୍ତି ଓ ଅନ୍ତର୍ଜାତୀୟ ଆଇନର ପ୍ରଚାରରେ ନେଇଥିଲେ ବଡ଼  ଭୂମିକା

ଘୋଷଣା ହେଲା ୨୦୨୬ ନୋବେଲ୍ ଶାନ୍ତି ପୁରସ୍କାର ।  ଦକ୍ଷିଣ ଆଫ୍ରିକାର ଭାରତୀୟ ବଂଶଦ୍ଧୋବ ନାଭି ପିଲ୍ଲେଇ ପାଇବେ ସମ୍ମାନଜନକ ପୁରସ୍କାର । ଅନ୍ତର୍ଜାତୀୟ ଆଇନ ଓ ମାନବାଧିକାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ୱୀକୃତି । ନରୱେର ଓସଲୋରେ ଘୋଷଣା, ପୁଣି ନିରାଶ ଡୋନାଲ୍ଡ ଟ୍ରମ୍ପ । 

 ନବନେଥେମ ନାଭି ପିଲେ । ୨୦୨୬ ବର୍ଷ ପାଇଁ ପାଇବେ ନୋବେଲ ଶାନ୍ତି ପୁରସ୍କାର । ଭାରତୀୟ ବଂଶୋଦ୍ଭବ ଦକ୍ଷିଣ ଆଫ୍ରିକାର ଆଇନ ବିଶାରଦ ନବୀ ପିଲ୍ଲେ ଏହି ସମ୍ମାନଜନକ ପୁରସ୍କାର ପାଇବେ  । ଅନ୍ତର୍ଜାତୀୟ ଆଇନ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ତାଙ୍କ ଅବଦାନକୁ ସୀକୃତି ଦେଇ ଏହି ପୁରସ୍କାର ଘୋଷଣା ହୋଇଛି । ନବୀ ପିଲେ ବର୍ତ୍ତମାନ ସମୟର ଆନ୍ତର୍ଜାତିକ ଆଇନ କାନୁନର ସବୁଠାରୁ ବଡ ସୁରକ୍ଷାକର୍ତ୍ତା ବୋଲି କୁହାଯାଉଛି ।

ତାଙ୍କ ଜନ୍ମ ଦକ୍ଷିଣ ଆଫ୍ରିକାର ଡରବାନରେ । ଭାରତୀୟ ବଂଶୋଦ୍ଭବ ନବୀ ପିଲାଇ ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟ, ଅସାମାନତା ବିରୋଧରେ ଗୋଟେ ସମୟରେ ଏକ ବଡ ସ୍ବର ପାଲଟିଥିଲେ । ଆନ୍ତର୍ଜାତିକ ନ୍ୟାୟ ପ୍ରତିଷ୍ଠା ବ୍ୟବସ୍ଥାରେ ଏକ ଗୁରୁତ୍ବପୂର୍ଣ୍ଣ ଭୁମିକା ତୁଲାଇଛନ୍ତି ସେ। ଅନ୍ୟାୟ ବିରୋଧରେ କେବଳ ସେ ଛିଡା ହେବାର କେବଳ ସାହାସ କରୁ ନଥିଲେ,  ବରଂ ତାଙ୍କ ଜୀବନୀ ଲମ୍ବା ସଂଘର୍ଷ ଆଉ ନିଜ ସିଦ୍ଧାନ୍ତ ଉପରେ ଥିଲା। ମହିଳା ଓ ସଂଖ୍ୟାଲଘୁଙ୍କ ଅଧିକାରର ସେ  ଜଣେ ଦୃଢ ସମର୍ଥକ ଥିଲେ। ଦକ୍ଷିଣ ଆଫ୍ରିକାର ପ୍ରଥମ ଅଶ୍ବେତ ମହିଳା ବିଚାରପତି ହୋଇଥିଲେ । ବର୍ଣ୍ଣବୈଷମ୍ୟ ବିରୋଧରେ ବିଚାରଧୀନ କଏଦୀଙ୍କ ପାଇଁ ଲଢିଥିଲେ ସେ । ଯେଉଁମାନଙ୍କ କଥା ଶୁଣିବାକୁ ବ୍ୟବସ୍ଥା କେବେ ପ୍ରସ୍ତୁତ ହିଁ ନଥିଲା ତାଙ୍କ ସ୍ବର ପାଲଟିଥିଲେ ସେ । ବାପାଙ୍କ ନାଁ ନାରାୟଣସ୍ବାମୀ ନାଇଡୁ ଓ ମାଙ୍କ ନାଁ ସଂନ୍ଥାମା ନାଇଡୁ । ସେ ମୁଳତଃ ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁର ବାସିନ୍ଦା । ନବୀଙ୍କ ବାପା ଜଣେ ବସ ଡ୍ରାଇଭର।  ନବୀ ୧୯୬୭ରେ ଆଇନ ପଢିବା ଆରମ୍ଭ କରିଥିଲେ । ସେ ନଟାଲ ପ୍ରାନ୍ତରେ ନିଜସ୍ବ ଆଇନ ପ୍ରାକ୍ଟିସ କରିବାରେ ପ୍ରଥମ ମହିଳା ହୋଇଥିଲେ ।  ୧୯୯୫ରେ ସେ ରୱାଣ୍ଡା ଟ୍ରିବ୍ୟୁନାଲର ନ୍ୟାୟାଧୀଶ ହୋଇଥିଲେ । ୧୯୯୯-୨୦୦୩ ପର୍ଯ୍ୟନ୍ତ ସେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ରହିଥିଲେ । ୨୦୦୩ରେ ଅନ୍ତରାଷ୍ଟ୍ରୀୟ ଆପରାଧିକ ନ୍ୟାୟାଳର ଅଧ୍ୟକ୍ଷ ହେଲେ । ୨୦୦୮ରୁ ୨୦୧୪ ପର୍ଯ୍ୟନ୍ତ ମିଳିତ ଜାତିସଂଘର ମାନବଧିକାର ପ୍ରମୁଖ ହୋଇଥିଲେ । ମାନବିକ ଅଧିକାର  ପାଇଁ ସେ ସବୁବେଳେ ଲଢୁଥିଲେ ।

Leave a Reply

Your email address will not be published. Required fields are marked *