ଭାରତ ଉପରେ ୧୦୦% ଟାରିଫ୍‌ ପ୍ରସ୍ତୁତି, ଟ୍ରମ୍ପଙ୍କ ସ୍ୱାକ୍ଷରକୁ ଅପେକ୍ଷା

ରୁଷଠାରୁ ତେଲ ଓ ଗ୍ୟାସ୍ କିଣୁଥିବା ଦେଶ ଉପରେ ୧୦୦% ପର୍ଯ୍ୟନ୍ତ ଶୁଳ୍କ ଲଗାଇବାକୁ ଆମେରିକୀୟ ସଂସଦରେ ବିଲ୍ ପାସ୍ ହୋଇଛି। ଏହାର ପ୍ରଭାବ ଭାରତର ବାଣିଜ୍ୟ ଓ ଅର୍ଥନୀତି ଉପରେ ପଡ଼ିପାରେ।

 ଭାରତ ଉପରେ ଶତ ପ୍ରତିଶତ ଶୀମା ଶୁଳ୍କ ଲଗାଇବାକୁ ପ୍ରସ୍ତୁତ ହେଉଛି ଆମେରିକା । ଏହାକୁ ନେଇ ଆମେରିକୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହୋଇଛି । ରୁଷ ଠାରୁ ତେଲ ଓ ପ୍ରାକୃତିକ ଗ୍ୟାସ୍ କିଣୁଥିବା ଦେଶଗୁଡ଼ିକ ଉପରେ ଶତ ପ୍ରତିଶତ ପର୍ଯ୍ୟନ୍ତ ସୀମା ଶୁଳ୍କ ଲଗାଇବାକୁ ଆମେରିକା ସଂସଦରେ ଏହି ବିଲ୍ ପାରିତ ହୋଇଛି । ଏହି ବିଲ୍ ସିଧାସଳଖ ଭାରତ ଏବଂ ଚୀନ୍‌ ଭଳି ପ୍ରମୁଖ ଦେଶଗୁଡ଼ିକୁ ଟାର୍ଗେଟ୍ କରୁଛି, ଯେଉଁମାନେ ରୁଷ-ୟୁକ୍ରେନ ଯୁଦ୍ଧ ପରଠାରୁ ରୁଷଠାରୁ ବୃହତ୍ ପରିମାଣରେ ତେଲ ଆମଦାନୀ ଜାରି ରଖିଛନ୍ତି ।

ରିପୋର୍ଟ ଅନୁଯାୟୀ, ରୁଷିଆ ତେଲର ସର୍ବାଧିକ ଆମଦାନୀ କରୁଥିବା ଶ୍ରେଷ୍ଠ ପାଞ୍ଚଟି ଦେଶକୁ ଏହି ଆଇନର ପରିସରଭୁକ୍ତ କରାଯାଇଛି । ତେବେ ଏହି ନିୟମରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି । ଯାହା ଅନୁଯାୟୀ ଯଦି କୌଣସି ଦେଶ ରୁଷ ତେଲ ଉପରେ ନିର୍ଭରଶୀଳତା କମାଇବା ପାଇଁ ପଦକ୍ଷେପ ନିଏ, ତେବେ ରାଷ୍ଟ୍ରପତି ଆବଶ୍ୟକସ୍ଥଳେ ଏହି ଶୁଳ୍କ କୋହଳ ବା ଛାଡ଼ କରିପାରିବେ । ଏହି ବିଲ୍ ପାସ୍ ହେବା ପରେ ଭାରତୀୟ ବାଣିଜ୍ୟ ଏବଂ ଆର୍ଥିକ କ୍ଷେତ୍ରରେ ଏହାର ଗଭୀର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି । ଆମେରିକା ଏବଂ ରୁଷ ମଧ୍ୟରେ ଚାଲିଥିବା ଭୂ-ରାଜନୈତିକ ଉତ୍ତେଜନା ମଧ୍ୟରେ ଏହି ପଦକ୍ଷେପ ଭାରତ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *