ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ଆସିଛି ଶିକ୍ଷା ବିଭାଗକୁ ନେଇ ଏକ ଚର୍ଚ୍ଚିତ ଖବର । ମଦ୍ୟପ ଅବସ୍ଥାରେ ସ୍କୁଲକୁ ଆସିବା ଏବଂ ଶିକ୍ଷକଙ୍କ ସହ ଅସଦାଚରଣ କରିବା ଅଭିଯୋଗରେ ଜଣେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି ।
ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ଆସିଛି ଶିକ୍ଷା ବିଭାଗକୁ ନେଇ ଏକ ଚର୍ଚ୍ଚିତ ଖବର । ମଦ୍ୟପ ଅବସ୍ଥାରେ ସ୍କୁଲକୁ ଆସିବା ଏବଂ ଶିକ୍ଷକଙ୍କ ସହ ଅସଦାଚରଣ କରିବା ଅଭିଯୋଗରେ ଜଣେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି । ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବୀଣାପାଣି ନୋଡାଲ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତାଙ୍କ ବିରୋଧରେ ମଦ୍ୟପ ଅବସ୍ଥାରେ ବିଦ୍ୟାଳୟକୁ ଆସିବା ସହ ଅଶାଳୀନ ଭାଷା ପ୍ରୟୋଗ ଓ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଥିଲା ।
ଅଭିଯୋଗର ପ୍ରାଥମିକ ଯାଞ୍ଚ ପରେ ଚାନ୍ଦବାଲି ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଶ୍ରୀନାଥ ଦାସଙ୍କୁ ତତ୍କାଳ ପ୍ରଭାବରୁ ନିଲମ୍ବନ କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବାବେଳେ, ଶିକ୍ଷାନୁଷ୍ଠାନରେ ଶୃଙ୍ଖଳା ଓ ଦାୟିତ୍ୱବୋଧ ବଜାୟ ରଖିବା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ମତ ପ୍ରକାଶ ପାଉଛି ।

