ବିଶ୍ବକପ୍‌ ପଦାର୍ପଣର ୯୨ ବର୍ଷ ପରେ ଇଜିପ୍ଟର ପ୍ରଥମ ବିଜୟ

ଚଳିତ ଫିଫା ବିଶ୍ବକପ୍‌ରେ ଐତିହାସିକ ସଫଳତା ହାସଲ କରିଛି ଇଜିପ୍ଟ। ୧୯୩୪ରେ ଫିଫାବିଶ୍ବକପ୍‌ ପଦାର୍ପଣ କରିଥିବା ଏହି ଆଫ୍ରିକୀୟ ଆରବ ଦେଶ ଦୀର୍ଘ ୯୨ ବର୍ଷ ପରେ ପ୍ରଥମ ଥର ପାଇଁ ଗୋଟିଏ ମ୍ୟାଚ୍‌ରେ ବିଜୟ ହାସଲ କରିଛି। ସୋମବାର ସକାଳେ ଖେଳାଯାଇଥିବା ଗ୍ରୁପ‘ଜି’ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୧-୩ରେ ପରାସ୍ତ କରିଛି ଏହି ଦଳ।

ଚଳିତ ଫିଫା ବିଶ୍ବକପ୍‌ରେ ଐତିହାସିକ ସଫଳତା ହାସଲ କରିଛି ଇଜିପ୍ଟ। ୧୯୩୪ରେ ଫିଫାବିଶ୍ବକପ୍‌ ପଦାର୍ପଣ କରିଥିବା ଏହି ଆଫ୍ରିକୀୟ ଆରବ ଦେଶ ଦୀର୍ଘ ୯୨ ବର୍ଷ ପରେ ପ୍ରଥମ ଥର ପାଇଁ ଗୋଟିଏ ମ୍ୟାଚ୍‌ରେ ବିଜୟ ହାସଲ କରିଛି। ସୋମବାର ସକାଳେ ଖେଳାଯାଇଥିବା ଗ୍ରୁପ‘ଜି’ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୧-୩ରେ ପରାସ୍ତ କରିଛି ଏହି ଦଳ।
ମ୍ୟାଚ୍‌ ଆରମ୍ଭରୁ ୧୫ତମ ମିନିଟ୍‌ରେ ଫିନ୍‌ ସର୍‌ମାନ୍‌ ପ୍ରଥମ ଗୋଲ୍  ଦେଇ ନ୍ୟୁଜିଲାଣ୍ଡକୁ ଅଗ୍ରଣୀ କରିଥିଲେ। ତେବେ ୨୦ତମ ମିନିଟ୍‌ରେ ନ୍ୟୁଜିଲାଣ୍ଡର ଭାରତୀୟ ବଂଶୋଦ୍ଭବ ଖେଳାଳି ସରପ୍ରିତ୍‌ ସିଂଙ୍କୁ ହଳଦିଆ କାର୍ଡ ଦେଖାଇଥିଲେ ରେଫରି । ପ୍ରଥମାର୍ଦ୍ଧ ଶେଷ ପର୍ଯ୍ୟନ୍ତ ଏହି ସ୍ଥିତି ବଜାୟ ରଖିବାରେ ସଫଳ ହୋଇଥିଲା ନ୍ୟୁଜିଲାଣ୍ଡ। କିନ୍ତୁ ଦ୍ବିତୀୟାର୍ଦ୍ଧରେ ସ୍ଥିତି ବଦଳିଯାଇଥିଲା। ଇଜିପ୍ଟର ଆକ୍ରାମକ ଖେଳ ଆଗରେ ନ୍ୟୁଜିଲାଣ୍ଡ ନିଷ୍ପ୍ରଭ ହୋଇଯାଇଥିଲା। ୫୮ତମ ମିନିଟ୍‌ରେ ମୁସ୍ତାଫା ଜିକୋ ଇଜିପ୍ଟ ପକ୍ଷରୁ ପ୍ରଥମ ଗୋଲ୍‌ ଦେଇ ସ୍ଥିତିକୁ ବରାବର କରିଥିଲେ।

ଏହାର ଠିକ୍‌ ୯ ମିନିଟ୍‌ ପରେ ଅର୍ଥାତ୍‌ ୬୭ତମ ମିନିଟ୍‌ରେ ଇଜିପ୍ଟର କିମ୍ବଦନ୍ତି ଖେଳାଳି ମହମ୍ମଦ ସାଲେ ଆଉ ଏକ ଗୋଲ୍‌ ଦେଇ ଇଜିପ୍ଟକୁ ୨-୧ରେ ଅଗ୍ରଣୀ କରିଥିଲେ। ୮୨ତମ ମିନିଟ୍‌ରେ ଇଜିପ୍ଟର ବିଜୟ ସୁନିଶ୍ଚିତ ହୋଇଯାଇଥିଲା, ଯେତେବେଳେ ବଦଳ ଖେଳାଳିଭାବେ ଆସିଥିବା ଟ୍ରେଜେଗୁଏଟ୍ ଅଧିନାୟକ ସାଲେଙ୍କ ଏକ ନିଖୁଣ କର୍ଣ୍ଣରକୁ ଚମତ୍କାର ଢଙ୍ଗରେ ହେଡ୍‌ କରି ଗୋଲ୍‌ରେ ପରିଣତ କରିଦେଇଥିଲେ। ପରବର୍ତ୍ତୀ ସମୟରେ ଗୋଲ୍‌ କରିବାକୁ ନ୍ୟୁଜିଲାଣ୍ଡ ପକ୍ଷରୁ ପ୍ରବଳ ଉଦ୍ୟମ କରାଯାଇଥିଲେ ବି ସଫଳତା ମିଳିନଥିଲା। ଅତିରିକ୍ତ ସମୟରେ ନ୍ୟୁଜିଲାଣ୍ଡ ପକ୍ଷରୁ ମାର୍କୋ ଷ୍ଟାମେନିକ୍‌ ଓ ଟେଲର୍‌ ବିଣ୍ଡନ୍‌ ଗୋଲ୍‌ କରିବାକୁ ଉଦ୍ୟମ କରିଥିଲେ ବି ଇଜିପ୍ଟର ଗୋଲକିପର୍‌ ମୁସ୍ତାଫା ସୌବିର ତାହାକୁ ବିଫଳ କରିଦେଇଥିଲେ।
ଏହି ବିଜୟ ସହ ଇଜିପ୍ଟ ଗୋଟିଏ ବିଜୟ, ଗୋଟିଏ ଡ୍ର ସହିତ ଗ୍ରୁପ‘ଜି’ର ଶୀର୍ଷରେ ପହଞ୍ଚିଛି ଓ ନକ୍‌ଆଉଟ୍‌ ଖେଳିବା ସମ୍ଭାବନା ବୃଦ୍ଧି କରିଛି।

Leave a Reply

Your email address will not be published. Required fields are marked *