ବାଲି ମାଫିଆଙ୍କ ବିରୋଧରେ ଖଣି ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ । ୨୦୨୬ ଜାନୁଆରୀରୁ ଅଗଷ୍ଟ ୩୧ ମଧ୍ୟରେ ବିଭିନ୍ନ ଜିଲ୍ଲାର ବାଲି ଉତ୍ସ ଓ ବାଲିଘାଟରେ ଚଢ଼ାଉ କରାଯାଇଛି ।
ବାଲି ମାଫିଆଙ୍କ ବିରୋଧରେ ଖଣି ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ । ୨୦୨୬ ଜାନୁଆରୀରୁ ଅଗଷ୍ଟ ୩୧ ମଧ୍ୟରେ ବିଭିନ୍ନ ଜିଲ୍ଲାର ବାଲି ଉତ୍ସ ଓ ବାଲିଘାଟରେ ଚଢ଼ାଉ କରାଯାଇଛି । ଏହି ସମୟ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧ କୋଟି ୧୯ ଲକ୍ଷ ୧୫ ହଜାର ୬୦୧ ଟଙ୍କା ଜରିମାନା ଆଦାୟ ହୋଇଛି ।
୩୦ଟି ଜିଲ୍ଲା ମଧ୍ୟରେ କୋରାପୁଟରେ ସର୍ବାଧିକ ୨୯୪ଟି ବାଲି ଉତ୍ସରେ ଚଢ଼ାଉ କରାଯାଇଛି । ଏଥିରେ ୧୧ଟି ମାମଲା ରୁଜୁ ହେବା ସହ ୨ କୋଟି ୩୭ ଲକ୍ଷ ୮୭ ହଜାର ୬୫୮ ଟଙ୍କା ଜରିମାନା ଆଦାୟ ହୋଇଛି । ସେହିପରି ବାଲେଶ୍ୱରରେ ୨୯୧ଟି ବାଲି ଉତ୍ସରେ ଚଢ଼ାଉ କରାଯାଇ ୨୩୪ଟି ମାମଲା ରୁଜୁ ହୋଇଛି । ଏଥିରୁ ୧ କୋଟି ୫୫ ଲକ୍ଷ ୨୫ ହଜାର ୨୬୪ ଟଙ୍କା ଜରିମାନା ଆଦାୟ ହୋଇଛି ।
ଗଞ୍ଜାମରେ ୧୮୦ଟି ବାଲି ଉତ୍ସରେ ଚଢ଼ାଉ କରାଯାଇଥିବା ବେଳେ ୧ କୋଟି ୮୫ ଲକ୍ଷ ୫୮ ହଜାର ୮୫୩ ଟଙ୍କା ଜରିମାନା ଆଦାୟ ହୋଇଛି । ଦେବଗଡ଼ରେ ୩୩ଟି ଗାଡ଼ିରୁ ଜରିମାନା ଆଦାୟ ହୋଇଛି । ମୟୂରଭଞ୍ଜରେ ୨ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେହିପରି ଅନୁଗୁଳରୁ ୭୨ଟି ଓ ସୋନପୁରରୁ ୨୭ଟି ଗାଡ଼ି ଜବତ କରାଯାଇଛି । ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନରେ ପରିବହନ ମନ୍ତ୍ରୀ ଙ୍କ ଲିଖିତ ଉତ୍ତରରୁ ଏହି ତଥ୍ୟ ସାମ୍ନାକୁ ଆସିଛି

