ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ସ୍ଥିତିକୁ ନେଇ ଆରମ୍ଭ ହୋଇଛି ଉଚ୍ଚସ୍ତରୀୟ ସମୀକ୍ଷା । କ୍ଷତିଗ୍ରସ୍ତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ ପାଇଁ ଗ୍ରାଉଣ୍ଡକୁ ଯିବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ସ୍ଥିତିକୁ ନେଇ ଆରମ୍ଭ ହୋଇଛି ଉଚ୍ଚସ୍ତରୀୟ ସମୀକ୍ଷା । କ୍ଷତିଗ୍ରସ୍ତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ ପାଇଁ ଗ୍ରାଉଣ୍ଡକୁ ଯିବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବନ୍ୟା ପ୍ରଭାବିତ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ଗସ୍ତ କରିବ ଏକ ଉଚ୍ଚସ୍ତରୀୟ ଟିମ୍ । ଏହି ଟିମ୍ରେ ରହିବେ ରାଜସ୍ୱ ମନ୍ତ୍ରୀଙ୍କ ସହ ରାଜସ୍ୱ ସଚିବ ଓ ସ୍ପେଶାଲ ରିଲିଫ କମିସନର (SRC) । ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି, ଲୋକଙ୍କ ସମସ୍ୟା ଓ ରିଲିଫ୍ ବ୍ୟବସ୍ଥାର ସ୍ଥିତିକୁ ନେଇ ଅଧିକାରୀମାନେ ସିଧାସଳଖ ଅଞ୍ଚଳ ପରିଦର୍ଶନ କରି ସମୀକ୍ଷା କରିବେ ।
ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିବା ସହ ଆବଶ୍ୟକ ସହାୟତା ଓ ପୁନର୍ବାସ ବ୍ୟବସ୍ଥା ଉପରେ ମଧ୍ୟ ନଜର ରଖାଯିବ । ବର୍ତ୍ତମାନ ବନ୍ୟା ସ୍ଥିତିରେ ପ୍ରଶାସନର ପ୍ରସ୍ତୁତି ଓ କ୍ଷୟକ୍ଷତିର ଆକଳନ ନେଇ ଏହି ଗସ୍ତକୁ ଗୁରୁତ୍ୱ ଦିଆଯାଉଛି। ଗ୍ରାଉଣ୍ଡ ରିପୋର୍ଟ ଆଧାରରେ ଆଗାମୀ ପଦକ୍ଷେପ ନିଆଯିବ । ଜିଲ୍ଲାପାଳଙ୍କ ସହ ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା । ଆରମ୍ଭ ହେଲା ବୈଠକ । ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରୁଛନ୍ତି ରାଜସ୍ୱ ମନ୍ତ୍ରୀ,ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନର। ବନ୍ୟା ସ୍ଥିତି ଓ କ୍ଷୟକ୍ଷତି ନେଇ ଅପଡେଟ ଦେଉଛନ୍ତି ଜିଲ୍ଲାପାଳ । ଆଗାମୀ ତିନିଦିନ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ନାହିଁ । ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକଙ୍କ ସୂଚନା ରହିଛି ।

