ବନ୍ୟା ବିପନ୍ନଙ୍କ ପାଇଁ ବାହାରିଲେ ନିରଞ୍ଜନ ପଟ୍ଟନାୟକ, ଦେଲେ ୫ ଲକ୍ଷର ସହାୟତା ରାଶି

ସେ ଆହୁରି କହିଛନ୍ତି, ପ୍ରଦେଶ କଂଗ୍ରେସ ସଭାପତିଙ୍କ ଆହ୍ୱାନ କ୍ରମେ ନିରଞ୍ଜନ ପଟ୍ଟନାୟକଙ୍କ ପରିବାର ପକ୍ଷରୁ କଂଗ୍ରେସ ଦଳକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ଅର୍ଥ ବନ୍ୟା ବିପନ୍ନଙ୍କ ରିଲିଫ୍ ଓ ସହାୟତା କାର୍ଯ୍ୟରେ ବ୍ୟୟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ରାଜ୍ୟରେ ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ୫ ଲକ୍ଷ ଟଙ୍କାର ଆର୍ଥିକ ସହଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ବନ୍ୟା ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ ଏହି ଅର୍ଥରାଶି ପ୍ରଦାନ କରାଯାଇଛି ।

ଏହି ଅବସରରେ ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ତଥା କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ କହିଛନ୍ତି ଯେ ବନ୍ୟା ସମୟରେ ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଗରିବ ଓ ବନ୍ୟା ବିପନ୍ନଙ୍କ ଦୁଃଖ-ଦୁର୍ଦ୍ଦଶା ଦୂର କରିବାରେ ସରକାରଙ୍କ ପଦକ୍ଷେପ ସନ୍ତୋଷଜନକ ନୁହେଁ ବୋଲି ସେ ଅଭିଯୋଗ କରିଛନ୍ତି ।

ସେ ଆହୁରି କହିଛନ୍ତି, ପ୍ରଦେଶ କଂଗ୍ରେସ ସଭାପତିଙ୍କ ଆହ୍ୱାନ କ୍ରମେ ନିରଞ୍ଜନ ପଟ୍ଟନାୟକଙ୍କ ପରିବାର ପକ୍ଷରୁ କଂଗ୍ରେସ ଦଳକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ଅର୍ଥ ବନ୍ୟା ବିପନ୍ନଙ୍କ ରିଲିଫ୍ ଓ ସହାୟତା କାର୍ଯ୍ୟରେ ବ୍ୟୟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *