ଭାରତୀୟ ମହିଳା ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ସୂଚୀରେ ପରିବର୍ତ୍ତନ: ଯୋଡ଼ି ହେଲା ୩ଟି ଟି-୨୦ ମ୍ୟାଚ୍

ନିକଟ ଅତୀତରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଛି। ଗତବର୍ଷ ମହିଳା ଦିନିକିଆ ବିଶ୍ୱକପ୍ ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ୱ ବିଜୟୀ ହୋଇଥିଲା ।

ଚଳିତ ବର୍ଷ ଡିସେମ୍ବର ମାସରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଏହି ଗସ୍ତର କାର୍ଯ୍ୟସୂଚୀରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। କ୍ରିକେଟ୍ ଦକ୍ଷିଣ ଆଫ୍ରିକା ଭାରତ ବିପକ୍ଷ ଘରୋଇ ମଲ୍ଟି-ଫର୍ମାଟ୍ ସିରିଜରେ ଅତିରିକ୍ତ ତିନୋଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ସାମିଲ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଏହି ପୂରା ଗସ୍ତରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୋଟିଏ ଟେଷ୍ଟ, ତିନୋଟି ଦିନିକିଆ ଏବଂ ତିନୋଟି ଟି-୨୦ ମ୍ୟାଚ୍ ଖେଳାଯିବ।

୨୦୨୭ ଫେବୃଆରୀରେ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଆଇସିସି ମହିଳା ଚାମ୍ପିଅନ୍ସ ଟ୍ରଫିକୁ ଦୃଷ୍ଟିରେ ରଖି ଏହି ଟି-୨୦ ସିରିଜ୍ ଯୋଡ଼ା ଯାଇଛି । CSAର ମୁଖ୍ୟ କାର୍ଯ୍ୟନିର୍ବାହୀ ଫୋଲେଟ୍ସି ମୋସେକି କହିଛନ୍ତି ଯେ, ଭାରତ ଭଳି ଶକ୍ତିଶାଳୀ ଦଳ ବିରୋଧରେ ଖେଳିବା ଦ୍ୱାରା ଦକ୍ଷିଣ ଆଫ୍ରିକା ଦଳକୁ ଚାମ୍ପିଅନ୍ସ ଟ୍ରଫି ପାଇଁ ଶ୍ରେଷ୍ଠ ପ୍ରସ୍ତୁତିର ସୁଯୋଗ ମିଳିବ।

ନିକଟ ଅତୀତରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଛି। ଗତବର୍ଷ ମହିଳା ଦିନିକିଆ ବିଶ୍ୱକପ୍ ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ୱ ବିଜୟୀ ହୋଇଥିଲା । ତେବେ ଚଳିତ ବର୍ଷ ଟି-୨୦ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ଭାରତକୁ ପରାସ୍ତ କରିଥିଲା। ଏବେ ଘରୋଇ ପରିବେଶରେ ଚାମ୍ପିଅନ୍ ଭାରତୀୟ ଦଳକୁ ସାମ୍ନା କରିବାକୁ ଦକ୍ଷିଣ ଆଫ୍ରିକା ପ୍ରସ୍ତୁତ।

ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ:
ଭାରତର ଏହି ଗସ୍ତ ଡିସେମ୍ବର ୯ରୁ ଗକେବରହାରେ ଏକମାତ୍ର ଟେଷ୍ଟ ମ୍ୟାଚ୍ ସହ ଆରମ୍ଭ ହେବ।
ଟେଷ୍ଟ ମ୍ୟାଚ୍: ୯-୧୨ ଡିସେମ୍ବର (ଗକେବରହା)
ଦିନିକିଆ ସିରିଜ୍: ୧୬ ଡିସେମ୍ବର (ପାର୍ଲ), ୧୯ ଡିସେମ୍ବର (କେପ୍ ଟାଉନ୍) ଏବଂ ୨୨ ଡିସେମ୍ବର (ବ୍ଲୋମଫୋଣ୍ଟେନ୍)
ଟି-୨୦ ସିରିଜ୍: ୨୬ ଡିସେମ୍ବର (ବେନୋନି), ୨୯ ଓ ୩୦ ଡିସେମ୍ବର (ପୋଟ୍‌ଚେଫ୍‌ଷ୍ଟ୍ରୁମ୍)
ତିନୋଟି ଯାକ ଫର୍ମାଟରେ ଏହି ସିରିଜ୍ ଉଭୟ ଦଳର ଖେଳାଳିଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଜ୍ଞତା ପ୍ରଦାନ କରିବ।

Leave a Reply

Your email address will not be published. Required fields are marked *