ବଦଳିବ ହର୍ମୁଜ ପ୍ରଣାଳୀର ନାଁ ! ଟ୍ରମ୍ପ ପ୍ରଣାଳୀ ରଖିବାକୁ ପ୍ରସ୍ତାବ

ଟ୍ରମ୍ପ ଏକ ସୋସିଆଲ ମିଡିଆରେ ହର୍ମୁଜ ଏକ ଫଟୋ ସେୟାର କରି ପ୍ରଶ୍ନ କରିଛନ୍ତି, ଏବେ ଯେହେତୁ ଏହା ଯୁକ୍ତରାଷ୍ଟ୍ରର ନିୟନ୍ତ୍ରଣରେ ଅଛି, ଆମେ କଣ ହର୍ମୁଜ ପ୍ରଣାଳୀର ନାମ ବଦଳାଇ ଟ୍ରମ୍ପ ପ୍ରଣାଳୀ ରଖିବା।

 ଇରାନ ଯୁଦ୍ଧ ଭିତରେ ହର୍ମୁଜ ପ୍ରଣାଳୀ ନାମ ବଦଳାଇ ଟ୍ରମ୍ପ ପ୍ରଣାଳୀ ରଖିବାକୁ ଆମେରିକା ରାଷ୍ଟ୍ରପତିଙ୍କ ପ୍ରସ୍ତାବ । ଇରାନ ସହ ନୂଆ ଯୁଦ୍ଧ ଓ ଜାହାଜ ଉପରେ ପ୍ରାୟ ପ୍ରତିଦିନ ଆକ୍ରମଣ ସତ୍ତ୍ୱେ ଟ୍ରମ୍ପ କହିଛନ୍ତି ଯେ ହର୍ମୁଜ ପ୍ରଣାଳୀ ୟୁଏସଏ ନିୟନ୍ତ୍ରଣରେ ଅଛି। ଯୁକ୍ତରାଷ୍ଟ୍ରର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀର ନାମ ନିଜ ନାମରେ ରଖିବାକୁ ପ୍ରସ୍ତାବ ଦେଇଛନ୍ତି  ଏବଂ ପୁନର୍ବାର କହିଛନ୍ତି ଯେ ଏହି ଜଳପଥ ୱାଶିଂଟନର ନିୟନ୍ତ୍ରଣରେ ଅଛି। ବୁଧବାର ଟ୍ରମ୍ପଙ୍କ ଏହି ପ୍ରସ୍ତାବ ଆସିଛି, ଯେତେବେଳେ ଯୁକ୍ତରାଷ୍ଟ୍ର ଇରାନରେ କେତେକ ଲକ୍ଷ୍ୟ ଉପରେ ଆକ୍ରମଣ କରିଥିଲା । ସେହି ଆକ୍ରମଣରେ ଅତି କମରେ ୪ ଜଣ ମୃତ୍ୟୁବରଣ କରିଥିଲେ, ଯେଉଁଥିରେ ଦକ୍ଷିଣ ସିରିକ ସହରର ଏକ ବିବାହ ଉତ୍ସବରେ ଦୁଇଜଣ ଶିଶୁ ମଧ୍ୟ ଥିଲେ ।

ଟ୍ରମ୍ପ ଏକ ସୋସିଆଲ ମିଡିଆରେ ହର୍ମୁଜ ଏକ ଫଟୋ ସେୟାର କରି ପ୍ରଶ୍ନ କରିଛନ୍ତି, ଏବେ ଯେହେତୁ ଏହା ଯୁକ୍ତରାଷ୍ଟ୍ରର ନିୟନ୍ତ୍ରଣରେ ଅଛି, ଆମେ କଣ ହର୍ମୁଜ ପ୍ରଣାଳୀର ନାମ ବଦଳାଇ ଟ୍ରମ୍ପ ପ୍ରଣାଳୀ ରଖିବା। ଆମେରିକାର ଆକ୍ରମଣ ପରେ ଇରାନ ଗଲ୍ଡରେ ଥିବା ଯୁକ୍ତରାଷ୍ଟ୍ର ଘାଟିଗୁଡ଼ିକ ଉପରେ ମିସାଇଲ ଆକ୍ରମଣ କରିଥିଲା। ଏହି ଯୁଦ୍ଧ କାରଣରୁ ତେଲ ମୂଲ୍ୟ ପ୍ରାୟ ୪ ପ୍ରତିଶତ ବଢ଼ିଥିଲା। ଯଦିଓ ଯୁକ୍ତରାଷ୍ଟ୍ର ଅଧିକାରୀମାନେ ବାରମ୍ବାର କହୁଛନ୍ତି ଯେ ହର୍ମୁଜ ପ୍ରଣାଳୀ ବର୍ତ୍ତମାନ ଖୋଲା ଅଛି ଏବଂ ପ୍ରତିଦିନ ଲକ୍ଷ ଲକ୍ଷ ବ୍ୟାରେଲ ତେଲ ଏହା ଦେଇ ଯାଉଛି, ତଥାପି ଗତ କିଛି ସପ୍ତାହରେ ତେଲ ମୂଲ୍ୟ କମିନାହିଁ। ଇରାନ ପକ୍ଷରୁ କୁହାଯାଉଛି ଯେ ଏହି ଜଳପଥ ବନ୍ଦ ଅଛି ଏବଂ ତାର ନିୟନ୍ତ୍ରଣରେ ଅଛି ।

Leave a Reply

Your email address will not be published. Required fields are marked *