ବଜାରକୁ ଆସୁଛି ପ୍ଲାଷ୍ଟିକ ନୋଟ , ଆରବିଆଇକୁ କେନ୍ଦ୍ରର ସବୁଜ ସଙ୍କେତ

ବଜାରକୁ ଆସିବ ୨୦୦ କୋଟି ପ୍ଲାଷ୍ଟିକ ନୋଟ୍ । ୧୦ ଟଙ୍କିଆ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ତଥା ପଲିମେର ନୋଟ ଆସିବ । ଏନେଇ କେନ୍ଦ୍ର ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)କୁ ଅନୁମତି ପ୍ରଦାନ କରିଛନ୍ତି ।

ବଜାରକୁ ଆସିବ ୨୦୦ କୋଟି ପ୍ଲାଷ୍ଟିକ ନୋଟ୍ । ୧୦ ଟଙ୍କିଆ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ତଥା ପଲିମେର ନୋଟ ଆସିବ । ଏନେଇ କେନ୍ଦ୍ର ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)କୁ ଅନୁମତି ପ୍ରଦାନ କରିଛନ୍ତି । ୧୦୦ କୋଟି ଲେଖାଏଁ ୧୦ ଟଙ୍କିଆ ଏବଂ ୨୦ ଟଙ୍କିଆ ନୋଟ ବଜାରକୁ ଆସିବ । ଅର୍ଥାତ୍ ୧୦୦୦ କୋଟି ଟଙ୍କାରର ୧୦ ଟଙ୍କିଆ ନୋଟ ଏବଂ ୨୦୦୦ କୋଟି ଟଙ୍କାର ୨୦ ଟଙ୍କିଆ ନୋଟ ଆସିବ ।

ପାଇଲଟ ପ୍ରୋଜେକ୍ଟ ତଥା ପରୀକ୍ଷାମୁଳକ ଭାବେ ଏହି ପ୍ଲାଷ୍ଟିକ ନୋଟ ବଜାରକୁ ଛଡାଯିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି । ଏହା ସଫଳ ହେଲେ ଆଗାମୀ ଦିନରେ ଅନ୍ୟ ନୋଟ ଗୁଡିକମଧ୍ୟ ପ୍ଲାଷ୍ଟିକ କରାଯିବ । ତେବେ କାଗଜ ନୋଟ କିନ୍ତୁ ବନ୍ଦ ହେବନାହିଁ । ଉଭୟ କାଗଜ ଏବଂ ପ୍ଲାଷ୍ଟିକ ନୋଟ ବଜାରରେ ରହିବ ବୋଲି ସ୍ପଷ୍ଟ କରାଯାଇଛି । ଇଂଲଣ୍ଡ, ଅଷ୍ଟ୍ରେଲିଆ ସମେତ ସାରା ବିଶ୍ବରେ ଏବେ ୬୦ ଟି ଦେଶରେ ପ୍ଲାଷ୍ଟିକ ନୋଟ ବ୍ୟବହାର କରାଯାଉଛି । 

Leave a Reply

Your email address will not be published. Required fields are marked *