ବକ୍ସ ଅଫିସରେ ଧମାଲ କରୁଛି ‘ଦୃଶ୍ୟମ୍ ୩’, ପ୍ରଥମ ଦିନରେ ୩୩ କୋଟି ପାର୍

ସିନେମାଘରକୁ ଆସିବା ମାତ୍ରେ ବକ୍ସ ଅଫିସରେ ଧମାଲ କରୁଛି ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦୃଶ୍ୟମ୍ ୩’ । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଭଲ କ୍ରେଜ୍ ଦେଖିବାକୁ ମିଳିଥିବା ବେଳେ ଆଡଭାନ୍ସ ବୁକିଂରେ ମଧ୍ୟ ଭଲ ରେସ୍ପନ୍ସ ମିଳିଥିଲା ।

 ସିନେମାଘରକୁ ଆସିବା ମାତ୍ରେ ବକ୍ସ ଅଫିସରେ ଧମାଲ କରୁଛି ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦୃଶ୍ୟମ୍ ୩’ । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଭଲ କ୍ରେଜ୍ ଦେଖିବାକୁ ମିଳିଥିବା ବେଳେ ଆଡଭାନ୍ସ ବୁକିଂରେ ମଧ୍ୟ ଭଲ ରେସ୍ପନ୍ସ ମିଳିଥିଲା । ରିଲିଜ୍ ପରେ ମଧ୍ୟ ଫିଲ୍ମକୁ ନେଇ ଦର୍ଶକଙ୍କ ପ୍ରତିକ୍ରିୟା ବକ୍ସ ଅଫିସ୍ କଲେକ୍ସନରେ ପ୍ରଭାବ ପକାଇଛି ।

‘ଦୃଶ୍ୟମ୍ ୩’ ପ୍ରଥମ ଦିନରେ ଜୋରଦାର ଆୟ କରୁଥିବା ରିପୋର୍ଟ ଆସିଛି । ରିପୋର୍ଟ ଅନୁସାରେ, ଦିନ ୩ଟା ସୁଦ୍ଧା ଫିଲ୍ମଟି ପ୍ରାୟ ୩୩.୬୨ କୋଟି ଟଙ୍କା ନେଟ୍ କଲେକ୍ସନ କରିଛି । ଏହି ସମୟ ମଧ୍ୟରେ ଫିଲ୍ମକୁ ୮,୫୫୭ଟି ଶୋ’ ମିଳିଥିବା ବେଳେ ପ୍ରାୟ ୫୧ ପ୍ରତିଶତ ଅକ୍ୟୁପାନ୍ସି ରେକର୍ଡ ହୋଇଛି ।

ଅଜୟ ଦେବଗନଙ୍କ ଦ୍ୱିତୀୟ ବଡ଼ ଓପନର୍
୩ଟା ସୁଦ୍ଧାର କଲେକ୍ସନ ଆଧାରରେ ‘ଦୃଶ୍ୟମ୍ ୩’ ଅଜୟ ଦେବଗନଙ୍କ କ୍ୟାରିୟରର ଦ୍ୱିତୀୟ ସର୍ବାଧିକ ଓପନିଂ କରିଥିବା ଫିଲ୍ମ ପାଲଟିଥିବା ଦାବି କରାଯାଉଛି । ଏହି ଫିଲ୍ମ ‘ସିଂଘମ୍ ରିଟର୍ନ୍ସ’ ଏବଂ ‘ଗୋଲମାଲ୍ ଅଗେନ୍’ର ପ୍ରଥମ ଦିନର କଲେକ୍ସନକୁ ପଛରେ ପକାଇଥିବା ରିପୋର୍ଟ ରହିଛି । ଅଜୟ ଦେବଗନଙ୍କ ଟପ୍ ଓପନିଂ ଫିଲ୍ମ ତାଲିକାରେ ‘ସିଂଘମ୍ ଅଗେନ୍’ ପ୍ରଥମ ସ୍ଥାନରେ ରହିଛି । ଏହା ପରେ ‘ଦୃଶ୍ୟମ୍ ୩’ ରହିଛି । ତା’ପରେ ‘ସିଂଘମ୍ ରିଟର୍ନ୍ସ’, ‘ଗୋଲମାଲ୍ ଅଗେନ୍’, ‘ରେଡ୍ ୨’, ‘ଟୋଟାଲ୍ ଧମାଲ୍’, ‘ଧମାଲ୍ ୪’, ‘ଦୃଶ୍ୟମ୍ ୨’, ‘ଶୈତାନ୍ ୨’ ଏବଂ ‘ତାନାଜୀ: ଦ ଅନସଙ୍ଗ ୱାରିୟର୍’ ରହିଛି ।

‘ଦୃଶ୍ୟମ୍ ୩’ ହେଉଛି ଲୋକପ୍ରିୟ ‘ଦୃଶ୍ୟମ୍’ ଫ୍ରାଞ୍ଚାଇଜର ତୃତୀୟ ଭାଗ । ଫିଲ୍ମରେ ଅଜୟ ଦେବଗନ ପୁଣିଥରେ ବିଜୟ ସାଲଗାଓଁକର ଭୂମିକାରେ ନଜର ଆସିଛନ୍ତି। ତାଙ୍କ ସହ ଶ୍ରିୟା ସରନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଏହି ଭାଗରେ ଜୟଦୀପ ଅହଲାୱତ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିଛନ୍ତି । ପ୍ରଥମ ଦୁଇଟି ଭାଗ ପରେ ତୃତୀୟ ଭାଗକୁ ନେଇ ମଧ୍ୟ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଛି । ପ୍ରଥମ ଦିନର ପ୍ରାରମ୍ଭିକ କଲେକ୍ସନ ଏହି ଉତ୍ସାହର ଚିତ୍ର ସାମ୍ନାକୁ ଆଣିଛି ।

Leave a Reply

Your email address will not be published. Required fields are marked *